Below header

କର୍ମଚାରୀଙ୍କ ପ୍ରତି କଠୋର ହେଲା ବିଏମସି, ଏଣିକି ବିଳମ୍ବରେ ଅଫିସ୍ ଆସିଲେ କଟିବ ଦରମା

ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି । ଏଣିକି ବିଳମ୍ବରେ ଆସିଲେ କର୍ମଚାରୀମାନଙ୍କର ଦରମା କଟିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଘୋଷଣା କରିଛି । ସକାଳ ୧୦ଟା ସୁଦ୍ଧା ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦.୩୦ ପରେ ଆସିଲେ ବିଳମ୍ବ ବୋଲି ଧରାଯିବ । ମାତ୍ର ପ୍ରତିଦିନ ନାନା ବାହାନା ଦେଖାଇ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ କୌଣସି ବାହାନା ଆଉ ଚଳିବ ନାହିଁ । କାରଣ ବର୍ତ୍ତମାନ ଆକ୍ସନ ମୋଡକୁ ଆସିଛି ବିଏମସି ।

ଭୁବନେଶ୍ୱର (କେନ୍ୟୁଜ): ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି । ଏଣିକି ବିଳମ୍ବରେ ଆସିଲେ କର୍ମଚାରୀମାନଙ୍କର ଦରମା କଟିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଘୋଷଣା କରିଛି । ସକାଳ ୧୦ଟା ସୁଦ୍ଧା ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦.୩୦ ପରେ ଆସିଲେ ବିଳମ୍ବ ବୋଲି ଧରାଯିବ । ମାତ୍ର ପ୍ରତିଦିନ ନାନା ବାହାନା ଦେଖାଇ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ କୌଣସି ବାହାନା ଆଉ ଚଳିବ ନାହିଁ । କାରଣ ବର୍ତ୍ତମାନ ଆକ୍ସନ ମୋଡକୁ ଆସିଛି ବିଏମସି ।

ମାସକରେ ୨ରୁ ଅଧିକ ବିଳମ୍ବ ଉପସ୍ଥାନ ପାଇଁ ଅଧାଦିନ ସିଏଲ୍ କଟିବ । ୧୦ ଦିନରୁ ଅଧିକ ବିଳମ୍ବ ଉପସ୍ଥାନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ସିଲ୍‌/ଇଲ୍ ନଥାଇ ୭ ଦିନ ବିଳମ୍ବରେ ଆସିଲେ, ଗୋଟିଏ ଦିନର ଦରମା କଟିବ । ଏହି ନିୟମ ବିଏମସିର ସମସ୍ତ ସ୍ଥାୟୀ, ଠିକା, ଅନ୍ୟ କର୍ମଚାରୀଙ୍କ ପାଇଁ ଲାଗୁ କରାଯିବ । ତେବେ ପୂର୍ବରୁ ଅନେକ କର୍ମଚାରୀ ଡ୍ୟୁଟିରେ ଖିଲାପ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଫଳରେ ସରକାରୀ କାମ ଠିକ ସମୟରେ ହୋଇପାରୁନଥିଲା । ଏସବୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଏମସି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.