Below header

ପୁଅ ଜନ୍ମଦିନରେ ଆସିଥାନ୍ତେ ଘରକୁ, କିନ୍ତୁ ତାର ତିନି ଦିନ ପୂର୍ବରୁ ହୋଇଗଲେ ସହିଦ୍‌

ପୁଅକୁ ସବୁଦିନ ପାଇଁ ଛାଡି ଚାଲିଗଲେ ବାପା । ଦେଶ ପାଇଁ ଦେଶର ସୁରକ୍ଷା ପାଇଁ ଆଜି ନିଜ ଜୀବନକୁ ବଳିଦାନ ଦେଇଛନ୍ତି ଜଣେ ବୀରପୁତ୍ର । କିନ୍ତୁ ପୁଅକୁ ଦେଇଥିବା କଥା ସେ ରଖିପାରିଲେନି । ପୁଅକୁ କହିଥିଲେ ବାବାରେ, ଯାଉଛି…ତୋ ଜନ୍ମଦିନରେ ନିଶ୍ଚୟ ଆସିବି ।

ପୁଅ ଜନ୍ମଦିନରେ ଆସିଥାନ୍ତେ ବାପା, କଥା ଦେଇଥିଲେ ପୁଅକୁ । ହେଲେ ତାପୂର୍ବରୁ ପୁଅକୁ ସବୁଦିନ ପାଇଁ ଛାଡି ଚାଲିଗଲେ ବାପା । ଦେଶ ପାଇଁ ଦେଶର ସୁରକ୍ଷା ପାଇଁ ଆଜି ନିଜ ଜୀବନକୁ ବଳିଦାନ ଦେଇଛନ୍ତି ଜଣେ ବୀରପୁତ୍ର । କିନ୍ତୁ ପୁଅକୁ ଦେଇଥିବା କଥା ସେ ରଖିପାରିଲେନି । ପୁଅକୁ କହିଥିଲେ ବାବାରେ, ଯାଉଛି…ତୋ ଜନ୍ମଦିନରେ ନିଶ୍ଚୟ ଆସିବି । ମିଶିକି କେକ୍‌ କାଟିବା । ହେଲେ ପୁଅ ଜନ୍ମଦିନର ତିନିଦିନ ପୂର୍ବରୁ ସବୁଦିନ ପାଇଁ ଚାଲିଗଲେ ବାପା । ତିନି ଦିନ ପରେ ଘରକୁ ଆସିଥାନ୍ତେ, ହେଲେ ଆତଙ୍କବାଦୀଙ୍କ ଆକ୍ରମଣରେ ସବୁଦିନ ପାଇଁ ଆଖି ବୁଜିଦେଲେ ।

ହଁ ଆଜ୍ଞା ଆମେ କହୁଛୁ ସେହି ବୀର ଯବାନ ଭିକି ପାହାଡେଙ୍କ କଥା । ଯିଏ ଜମ୍ମୁ କଶ୍ମୀରର ପୁଞ୍ଝରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ଶହିଦ ହୋଇଛନ୍ତି । ଏହି ଆକ୍ରମଣ ସେତେବେଳେ ହେଲା ଯେତେବେଳେ ପୁଞ୍ଝର ଏକ ଗାଁରେ ଭାରତୀୟ ବାହୁସେନାର କାଫିଲା ଯାଉଥିଲା । ଭିକ୍କି ପାହାଡେ ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡାର ବାସିନ୍ଦା । ଏବଂ ତିନି ଦିନ ପରେ ନିଜ ପୁଅର ଜନ୍ମଦିନରେ ସେ ଘରକୁ ଫେରିଥାନ୍ତେ କିନ୍ତୁ ଏହା ପୂର୍ବରୁ ସେ ସହିଦ୍‌ ହୋଇଗଲେ ।

ଭିକ୍କି ୨୦୧୧ରେ ଏୟାର ଫୋର୍ସ ସେବାରେ ସାମିଲ ହୋଇଥିଲେ । ଭିକ୍କିଙ୍କ ପରିବାରରେ ତାଙ୍କ ମାଆ, ସ୍ତ୍ରୀ ଓ ଏକ ୫ ବର୍ଷର ପୁଅ ଥିଲେ । ଏବଂ ଭିକ୍କିଙ୍କ ବାପାଙ୍କର ବହୁବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା କଥା ଭିକ୍କି ଗତ ମାସ ତାଙ୍କ ଭଉଣୀ ବାହାଘରକୁ ଆସିଥିଲେ । ଆଉ ଫେରିବାବେଳେ ପୁଅକୁ କଥା ଦେଇଥିଲେ ଜନ୍ମଦିନରେ ଆସିବେ ବୋଲି ।

ତେବେ କହିବାକୁ ଚାହିଁବୁ ଯେ ଏହି ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି ଏବଂ ଜଣେ ଯବାନ ସହିଦ ହୋଇଛନ୍ତି । ସେହିପରି ଆଉ ୪ ଜଣ ଗୁରୁତର ହୋଇଛନ୍ତି । ଆକ୍ରମଣ ପରେ ବାୟୁସେନାର ଗାଡିଗୁଡିକୁ ଶାହସିତାର ନିକଟସ୍ତ ଏୟାରବେସ୍‌ ଭିତରକୁ ସୁରକ୍ଷିତ ଭାବେ ପଠାଇ ଦିଆଯାଇଛି ।

ଏହି ହମଲା ପରେ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ପକ୍ଷରୁ କର୍ଡନ କରି ପୂରା ଅଞ୍ଚଳରେ ଜୋରଦାର ତଲାସୀ ଚାଲିଛି। ସେହି ବାଟ ଦେଇ ଯାଉଥିବା ଗାଡ଼ି ଗୁଡ଼ିକୁ ତନ୍ନତନ୍ନ ଯାଞ୍ଚ କରାଯାଉଛି। ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଚଳିତବର୍ଷ ସେନା ଉପରେ ଏହା ପ୍ରଥମ ବଡ଼ ଧରଣର ଆତଙ୍କୀ ଆକ୍ରମଣ ବୋଲି କୁହାଯାଉଛି । ଗତବର୍ଷ ଏଠାରେ ଏକାଧିକ ଆତଙ୍କୀ ହମଲା ହୋଇଥିଲା। ଘଟଣା ସ୍ଥଳରୁ ଆସିଥିବା ଫଟୋ ସମସ୍ତଙ୍କୁ ବିଚଳିତ କରୁଛି । କାରଣ ଆତଙ୍କବାଦୀଙ୍କ ଗୁଳିରେ ଯବାନଙ୍କ ଭ୍ୟାନରେ ଏକାଧିକ ଗୁଳିମାଡ଼ର ଚିହ୍ନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.