ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା, ଘଡ଼ଘଡ଼ି ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ବଦଳିଲା ପାଗ । ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା । କୁଆପଥର ମାଡ଼ । ଟୁଇନ ସିଟି ସମେତ ଉପକୂଳବର୍ତ୍ତୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା । ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । କାଲିଠୁ ବର୍ଷାର ବିସ୍ତୃତି ବଢ଼ିବ । ଟ୍ରପ୍ ଲାଇନ ପ୍ରଭାବରେ କାଳବୈଶାଖୀ ବର୍ଷା ଆସନ୍ତାକାଲିଠାରୁ ସାରା ରାଜ୍ୟକୁ ଭିଜାଇବ ।

ଭୁବନେଶ୍ୱର(କେନ୍ୟୁଜ୍‌): ବଦଳିଲା ପାଗ । ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା । କୁଆପଥର ମାଡ଼ । ଟୁଇନ ସିଟି ସମେତ ଉପକୂଳବର୍ତ୍ତୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା । ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । କାଲିଠୁ ବର୍ଷାର ବିସ୍ତୃତି ବଢ଼ିବ । ଟ୍ରପ୍ ଲାଇନ ପ୍ରଭାବରେ କାଳବୈଶାଖୀ ବର୍ଷା ଆସନ୍ତାକାଲିଠାରୁ ସାରା ରାଜ୍ୟକୁ ଭିଜାଇବ ।

ଆସନ୍ତାକାଲି ପାଇଁ ରାଜ୍ୟର ଗଞ୍ଜାମ, ଗଜପତି, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରକୁ ଅରେଞ୍ଜ ଆଲେର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ୮ ଏବଂ୯ ତାରିଖରେ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଆସନ୍ତା ୬ ରୁ ୮ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା-ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗଘଣ୍ଟା ପ୍ରତି ୪୦ ରୁ ୫୦ କିମି ରହିବ । ଫଳରେ ସମୁଦ୍ର ଅଶାନ୍ତ ଯୋଗୁ ୬ ରୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।