ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ, ୮ଟି ରାଜ୍ୟର ୫୮ଟି ଲୋକସଭା କ୍ଷେତ୍ରରେ ଚାଲିଛି ଭୋଟ୍ ଗ୍ରହଣ

ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ତଥା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଦେଶର ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୮ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ଷଷ୍ଠ ପର୍ଯ୍ୟାୟରେ ବିହାରର ୮ଟି, ହରିଆଣାର ସମସ୍ତ ୧୦ଟି, ଜମ୍ମୁକଶ୍ମୀରର ଗୋଟିଏ, ଝାଡଖଣ୍ଡର ୪ଟି, ଦିଲ୍ଲୀର ସମସ୍ତ ୭ଟି, ଓଡିଶାର ୬ଟି, ଉତ୍ତର ପ୍ରଦେଶର ୧୪ଟି ଓ ପଶ୍ଚିମବଙ୍ଗର ୮ଟି ଲୋକସଭା ଆସନ ପାଇଁ ମତଦାନ ହେବ ।

ନୂଆଦିଲ୍ଲୀ : ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ତଥା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଦେଶର ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୮ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ଷଷ୍ଠ ପର୍ଯ୍ୟାୟରେ ବିହାରର ୮ଟି, ହରିଆଣାର ସମସ୍ତ ୧୦ଟି, ଜମ୍ମୁକଶ୍ମୀରର ଗୋଟିଏ, ଝାଡଖଣ୍ଡର ୪ଟି, ଦିଲ୍ଲୀର ସମସ୍ତ ୭ଟି, ଓଡିଶାର ୬ଟି, ଉତ୍ତର ପ୍ରଦେଶର ୧୪ଟି ଓ ପଶ୍ଚିମବଙ୍ଗର ୮ଟି ଲୋକସଭା ଆସନ ପାଇଁ ମତଦାନ ହେବ । ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ସ୍ଥଗିତ ରହିଥିବା ବେଳେ ଜମ୍ମୁକଶ୍ମୀରର ରାଜୌରି- ଅନନ୍ତନାଗ ଆସନରେ ଏହି ପର୍ଯ୍ୟାୟରେ ମତଦାନ ହେବ । ୫୮ଟି ଲୋକସଭା ନିର୍ବାଚନ ମଣ୍ଡଳୀର ଭୋଟରମାନେ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୧.୧୪ ଲକ୍ଷ ମତଦାନ କେନ୍ଦ୍ରରେ ଭୋଟ ଦେବେ ୧୧.୧୩ କୋଟି ଭୋଟର। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କରିପାରିବେ ଭୋଟର ।

ଏହା ପୂର୍ବରୁ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ, ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ, ମେ ୭ରେ ତୃତୀୟ ପର୍ଯ୍ୟାୟ, ମେ ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ସରିଛି। ଆସନ୍ତା ଜୁନ୍ ୪ ତାରିଖରେ ପ୍ରକାଶ ପାଇବ ଫଳାଫଳ ।

 

 

 

Leave A Reply

Your email address will not be published.