IPL କ୍ବାଲିଫାୟର-୨, ରାଜସ୍ଥାନକୁ ହରାଇ ଫାଇନାଲ ଟିକେଟ ହାତେଇଲା ହାଇଦ୍ରାବାଦ

ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୩୬ ରନରେ ମାତ୍ ଦେଇ ଫାଇନାଲ ଟିକେଟ ହାତେଇଛି ସନରାଇଜର୍ସ ହାଇଦ୍ରାବାଦ । ଏହାସହ ଆସନ୍ତା ୨୬ ତାରିଖରେ କୋଲକାତା ବିପକ୍ଷରେ ଟାଇଟଲ ହାସଲ କରିବାକୁ ମୈଦାନକୁ ଓହ୍ଲାଇବ ସନରାଇଜର୍ସ ହାଇଦ୍ରାବାଦ ।

୬ ବର୍ଷ ପରେ ଫାଇନାଲରେ ହାଇଦ୍ରାବାଦ । ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ଦମଦାର ବିଜୟ । ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ରାଜସ୍ଥାନକୁ ହରାଇ ହାଇଦ୍ରାବାଦ ପହଞ୍ଚିଛି ଫାଇନାଲରେ । ପ୍ରଥମେ ହାଇଦ୍ରାବାଦ ପ୍ୟାଟ କମିସନଙ୍କ ଦଳ ବ୍ୟାଟିଂ କରି ରାଜସ୍ଥାନକୁ ୧୭୫ରନର ଟାର୍ଗେଟ ଦେଇଥିଲା । କିନ୍ତୁ ସଞ୍ଜୁ ସାମସନଙ୍କ ସେନା ସ୍ପିନରଙ୍କୁ ଖେଳିନପାରି ୧୩୯ରନରେ ଅଟକି ଯାଇଥିଲେ ।

ହାଇଦ୍ରାବାଦର ଦୁଇ ଭାରତୀୟ ସ୍ପିନର ସାହବାଜ ଅହମ୍ମଦ ଏବଂ ଅଭିଷେକ ଶର୍ମା ମଧ୍ୟକ୍ରମରେ ୫ ୱିକେଟ ହାସଲକରି ସଂଜୁଙ୍କ ସ୍ବପ୍ନକୁ ଚୁରମାର କରିଥିଲେ । କୋଲକାତା ନାଇଟ ରାଇଡର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମ ଦଳ ଭାବେ ଚଳିତ ବର୍ଷ ଫାଇନାଲରେ ପ୍ରବେଶ କରିଛି। ଆସନ୍ତା କାଲି ସାମ୍ନା ସାମ୍ନି ହେବେ ସନରାଜର୍ସ ହାଇଦ୍ରାବାଦ – କୋଲକାତା ନାଇଟ ରାଇଡର୍ସ ।.

Leave A Reply

Your email address will not be published.