ବାତ୍ୟା ରେମାଲ : ରାତି ୧୧ଟାରୁ ୩ଟା ପର୍ଯ୍ୟନ୍ତ ତାଣ୍ଡବ, ଭାଙ୍ଗିଲା, ଉପାଡିଲା,ଉଡେଇଲା

ତାଣ୍ଡବ ରଚିଲା ବାତ୍ୟା ରେମାଲ । ଗତକାଲି ରାତି ୧୧ଟାରେ ସ୍ଥଳଭାଗ ଛୁଇଁଲା ପରେ ଦୁର୍ବଳ ହୋଇଛି ବାତ୍ୟା । ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁଥିଲା ।

ତାଣ୍ଡବ ରଚିଲା ବାତ୍ୟା ରେମାଲ । ଗତକାଲି ରାତି ୧୧ଟାରେ ସ୍ଥଳଭାଗ ଛୁଇଁଲା ପରେ ଦୁର୍ବଳ ହୋଇଛି ବାତ୍ୟା । ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁଥିଲା । ରେମାଲ ସ୍ଥଳଭାଗ ଛୁଇଁବା ବେଳେ ପ୍ରବଳ ବର୍ଷା ସହ ପବନ ହୋଇଥିଲା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୩୫ କିଲୋମିଟ ଥିଲା । ରାତି ୧୧ଟାରୁ ୩ଟା ପର୍ଯ୍ୟନ୍ତ ଚାଲିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସୋ ଉପାଡିବା ସହ ବହୁ ଟିଣ ଓ ଛପର ଘରକୁ ଉଡ଼ାଇଥିବା ଦେଖିବାକୁ ମିଳିଛି  ।

ବାତ୍ୟା ଉପକୂଳ ଅତିକ୍ରମ କରିଥିଲେ ମଧ୍ୟ କିଛି ସ୍ଥାନରେ ବର୍ଷ ଜାରିଛି ରେମାଲର ଲ୍ୟାଣ୍ଡଫାଲ ଯୋଗୁଁ ପଶ୍ଚିମବଙ୍ଗର ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଏହା ସହ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ଅରୁଣାଚଳପ୍ରଦେଶରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ଆଇଏଡି ପକ୍ଷରୁ ସତର୍କତା ଜାରି କରାଯାଇଛି। ପଶ୍ଚିମବଙ୍ଗରେ ୧ ଲକ୍ଷ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସୁନ୍ଦରବନ ଓ ସାଗର ଦ୍ବୀପରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଏବଂ ଏନଟିଆରଏଫର ୧୬ଟି ଲେଖାଏଁ ବାଟାଲିଅନ ମୁତୟନ କରାଯାଇଛି ।

ରେମାଲ ପ୍ରଭାବକୁ ଦୃଷ୍ଟିରେ ରଖି କୋଲକାତାରୁ ବିମାନ ଚଳାଚଳକୁ ରଦ୍ଦ କରାଯାଇଛି । ଆଜି ସକାଳ ୯ଟା ପର୍ଯ୍ୟନ୍ତ କୋଲକାତା ବିମାନବନ୍ଦରୁ ବିମାନ ଚଳାଚଳକୁ ବାତିଲ କରାଯାଇଛି । ପଶ୍ଚିମବଙ୍ଗରେ ୬ଟି ଟ୍ରେନର ଚଳାଚଳ ବାତିଲ କରିଛି ଦକ୍ଷିଣ-ପୂର୍ବ ରେଳବାଇ । ଆଜି ଓ କାଲି ପାଇଁ ଏହି ଟ୍ରେନ ଚଳାଚଳ ରଦ୍ଦ କରାଯାଇଛି । ବାଂଲାଦେଶରେ ଉପକୂଳବର୍ତ୍ତୀ ଅଞ୍ଚଳରୁ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପ୍ରବଳ ବର୍ଷା ପବନ ଯୋଗୁ ମୋଙ୍ଗଲା ପୋର୍ଟରେ ଏକ ବୋଟ ବୁଡ଼ି ଯାଇଛି । ୫୦ ଯାତ୍ରୀଙ୍କୁ ନେଇ ଆସୁଥିଲା ବୋଟ୍ । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୩ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.