Below header

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ

ଆଜି ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ । ଆସିକା ବନଖଣ୍ଡ ରୁ ଏହି କାଠ ଆସି ପହଞ୍ଚିଥିବା ରଥ ତତ୍ତ୍ୱାବଧାରକ ସୂଚନା ଦେଇଛନ୍ତି । ସମୁଦାୟ ୧୪ଗୋଟି ଫାଶୀ କାଠ ଆସିକା ବନଖଣ୍ଡରୁ ରଥଖଳାରେ ଆସି ପହଞ୍ଚିଛି ।

ପୁରୀ(କେନ୍ୟୁଜ୍‌): ଆଜି ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ । ଆସିକା ବନଖଣ୍ଡ ରୁ ଏହି କାଠ ଆସି ପହଞ୍ଚିଥିବା ରଥ ତତ୍ତ୍ୱାବଧାରକ ସୂଚନା ଦେଇଛନ୍ତି । ସମୁଦାୟ ୧୪ଗୋଟି ଫାଶୀ କାଠ ଆସିକା ବନଖଣ୍ଡରୁ ରଥଖଳାରେ ଆସି ପହଞ୍ଚିଛି । ରଥ ପାଇଁ ୫୦ଟି ଫାଶୀ କାଠର ଆବଶ୍ୟକତା ଥିବା ବେଳେ ପର୍ଯ୍ୟାୟ କ୍ରମେ ଆଉ କାଠ ଆସି ପହଞ୍ଚିବ । ୬ଫୁଟ ଗୋଲେଇ ବିଶିଷ୍ଟ ଏହି ଫାଶୀ କାଠରେ ରଥର ତୁମ୍ଭ ନିର୍ମାଣ କରାଯିବ । କରତ କଳକୁ ଯାଇଥିବା ଫାଶୀ କାଠରେ ରଥର ଅର ଓ ପହି ନିର୍ମାଣ କରାଯିବ ବୋଲି ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି । ଚଳିତ ମାସ ୧୦ତାରିଖ ଅକ୍ଷୟତୃତୀୟାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯିବ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.