Below header

ଜେଲ୍‌ ଭିତରେ ବାହାର ଖବର ରଖିବ ବୋଲି କଏଦୀ ଗିଳିଦେଲା ମୋବାଇଲ, ତାପରେ ହେଲା କିଛି ଏପରି…

ସେ ଭାବିଥିଲା ମଳଦ୍ୱାର ପଟେ ମୋବାଇଲ ବାହାରି ଯିବ । ଆଉ ଜେଲ୍‌ ଭିତରେ ଥାଇ ସେ ମୋବାଇଲ ଚଳାଇବ । ବାହାର ଦୁନିଆ ସହ ଯୋଗାଯୋଗରେ ରହିବ । କିନ୍ତୁ ସବୁ ପ୍ଲାନ୍‌ ତାର ଫସର ଫାଟିଗଲା ।

କଥାରେ ଅଛି ନା ପୋଲିସ ଯେତେ ଚାଲାକ ହେଲେ ବି ଚୋର ଆଉ ଦୁଇ ପାଦ ଆଗରେ । ହେଲେ ଆଉ ଗୋଟିଏ ମଧ୍ୟ କଥା ଅଛି, ଚୋର ଘର ସବୁବେଳେ ଅନ୍ଧାର ନୁହେଁ । ଉପରବାଲା ସବୁ ଦେଖୁଛି । ଏଠି ମଧ୍ୟ ଠିକ୍‌ ସେମିତି କିଛି ଘଟିଲା । ପୋଲିସକୁ ଚକ୍‌ମା ଦେଇ ଅଭିଯୁକ୍ତ ଜେଲ୍‌ ଭିତରକୁ ମୋବାଇଲ ସିନା ନେଇଗଲା ହେଲେ କିଛି ଫଳପ୍ରଦ ହେଲାନି । ସେ ଭାବିଥିଲା ମଳଦ୍ୱାର ପଟେ ମୋବାଇଲ ବାହାରି ଯିବ । ଆଉ ଜେଲ୍‌ ଭିତରେ ଥାଇ ସେ ମୋବାଇଲ ଚଳାଇବ । ବାହାର ଦୁନିଆ ସହ ଯୋଗାଯୋଗରେ ରହିବ । କିନ୍ତୁ ସବୁ ପ୍ଲାନ୍‌ ତାର ଫସର ଫାଟିଗଲା ।

ପୋଲିସକୁ ଲୁଚାଇ ମୋବାଇଲ ଗିଳିଦେଇଥିବା ଅଭିଯୁକ୍ତର ୨୦ ଦିନ ପରେ ହେଲା ଅପରେସନ୍‌ । ଡାକ୍ତର କହିଲେ ପେଟରେ ରହିଛି ମୋବାଇଲ । ଦର୍ଶକବନ୍ଧୁ ଏହି ଘଟଣା ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁଥିବ ହେଲେ ଏହା ଏକଦମ୍‌ ସତ । କର୍ଣ୍ଣାଟକର ଶିବମୋଗା ଜେଲରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ହତ୍ୟା ଅଭିଯୁକ୍ତ ପୋଲିସ ନଜରରୁ ଲୁଚାଇବାକୁ ଯାଇ କିପ୍ୟାଡ୍‌ ମୋବାଇଲ୍‌ଟିକୁ ଗିଳିଦେଇଥିଲା । ଅଭିଯୁକ୍ତର ନାଁ ହେଉଛି ପର୍ଶୁରାମ । ବୟସ ପାଖାପାଖି ୩୮ ହେବ । ତେବେ କିଛି ଦିନ ପରେ ତାର ପେଟ ଦରଜ ହେବା ଆରମ୍ଭ ହେଲା । ଧିରେ ଧିରେ ଏହି କଷ୍ଟ ବଢ଼ିବାକୁ ଲାଗିଲା ଆଉ ତା’ପାଇଁ ଅସହ୍ୟ ହେଲା । ଏତେ କଷ୍ଟ ସତ୍ତ୍ୱେ ମଧ୍ୟ ସେ ପୋଲିସ କିମ୍ବା ଜେଲ୍‌ କର୍ତ୍ତୃପକ୍ଷଙ୍କୁ ମୋବାଇଲ ଗିଳିଥିବା ନେଇ କିଛି କହିନଥିଲା । କିନ୍ତୁ ଯନ୍ତ୍ରଣା ଅସହ୍ୟ ହେବା ପରେ ପୋଲିସ ତାକୁ ନେଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଇଲା ।

ହେଲେ ସେଠାରେ ସମସ୍ୟା ସମାଧାନ ନହେବାରୁ ବାଙ୍ଗଲୋର ଭିକ୍ଟୋରିଆ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ପରୀକ୍ଷା ନିରିକ୍ଷା ବା ଅଲ୍‌ଟ୍ରାସାଉଣ୍ଡ କରିବା ପରେ ଜାଣିବାକୁ ପାଇଲେ ଯେ, ପେଟରେ କୌଣସି ଏକ ଇଲେକ୍ଟ୍ରୋନିକ ଡିଭାଇସ୍‌ ରହିଛି, ଯାହାଫଳରେ ଏଭଳି ଯନ୍ତ୍ରଣା ହେଉଛି । ତେଣୁ ଅପରେସନ୍‌ କରି ତାକୁ ବାହାର କରିବାକୁ ହେବ ।

ପ୍ରାୟ ୭୫ ମିନିଟ୍‌ ଧରି ଚାଲିଥିଲା ଏହି ଅପରେସନ୍‌ । ଶେଷରେ ପର୍ଶୁରାମ ପେଟରୁ ବାହାରିଥିଲା ଏକ କିପ୍ୟାଡ୍‌ ମୋବାଇଲ । ଯାହାକୁ ଦେଖି ପ୍ରାୟ ୨୦ ଦିନ ଧରି ପେଟରେ ମୋବାଇଲ ଥିଲା ବୋଲି କହିଲେ ଡାକ୍ତର । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚୋରଟି ଗିଳିଥିବା ଏହି ମୋବାଇଲ ତାର ଇନଟେଷ୍ଟାଇନ୍‌ ଭିତରେ ପଶିଯାଇଥିଲା । ତେଣୁ ସର୍ଜରୀ କରିବାକୁ ଆମେ ବାଧ୍ୟ ହେଲୁ ବୋଲି କହିଛନ୍ତି ଡାକ୍ତର । ତେବେ ଏହି ଘଟଣା ପରେ ପର୍ଶୁରାମ ନାଁରେ ଆଉ ଏକ ମାମଲା ରୁଜୁ କରିଛି ପୋଲିସ । ମୋବାଇଲ ଲୁଚାଇ ରଖିବା ସହ ମୋବାଇଲ ସ୍ମଗଲିଂର ମାମଲା ରୁଜୁ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.