ଜମ୍ମୁ-କାଶ୍ମୀର: ସେନାର ଏନ୍‌କାଉଣ୍ଟର, ଟପ୍‌ ଲସ୍କର କମାଣ୍ଡର ବାସିତ୍‌ ଅହମ୍ମଦ ଡାରଙ୍କ ସମେତ ୩ ଆତଙ୍କୀ ସଫା

ଦକ୍ଷିଣ କାଶ୍ମୀରର କୁଲଗାମରେ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଏଠାରେ ରେଡ୍‌ଓ୍ଵାନି ପାଇନ୍‌ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଚାଲିଥିବା ଗୁଳି ବିନିମୟରେ ସୁରକ୍ଷା ବାହିନୀ ୩ ଆତଙ୍କୀଙ୍କୁ ନିପାତ କରିଛି । ଲସ୍କର-ଏ-ତୋଏବାର ଟିପ୍‌ କମାଣ୍ଡର ବାସିତ୍‌ ଅହମ୍ମଦ ଡାରଙ୍କ ସମେତ ୩ ଆତଙ୍କୀ ସେନା ଗୁଳିରେ ଟଳି ପଡ଼ିଛନ୍ତି ।

ଦକ୍ଷିଣ କାଶ୍ମୀରର କୁଲଗାମରେ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଏଠାରେ ରେଡ୍‌ଓ୍ଵାନି ପାଇନ୍‌ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଚାଲିଥିବା ଗୁଳି ବିନିମୟରେ ସୁରକ୍ଷା ବାହିନୀ ୩ ଆତଙ୍କୀଙ୍କୁ ନିପାତ କରିଛି । ଲସ୍କର-ଏ-ତୋଏବାର ଟିପ୍‌ କମାଣ୍ଡର ବାସିତ୍‌ ଅହମ୍ମଦ ଡାରଙ୍କ ସମେତ ୩ ଆତଙ୍କୀ ସେନା ଗୁଳିରେ ଟଳି ପଡ଼ିଛନ୍ତି । ଅନ୍ୟ ଦୁଇ ଆତଙ୍କବାଦୀଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରି ନାହିଁ । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇ ଚିହ୍ନଟ କାର୍ଯ୍ୟ କରାଯାଉଛି ।

କହି ରଖୁଛୁ ଯେ ଲସ୍କର କମାଣ୍ଡର ବାସିତ୍‌ ଅହମ୍ମଦ ଡାରଙ୍କୁ କୁଲଗାମରେ ଭାରତୀୟ ସେନା ଘେରି ନେଇଥିବା ସକାଳୁ ଖବର ଆସିଥିଲା । ସୂତ୍ର ମୁତାବକ, ସୁରକ୍ଷା ବାହିନୀକୁ ଲସ୍କରର ଠିକଣା ବିଷୟରେ ଏକ ଗୁଇନ୍ଦା ସୂଚନା ମିଳିଥିଲା । ଏହାକୁ ଆଧାର କରି ସୋମବାର ମିଳିତ ଫୋର୍ସ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିବାରୁ ସୁରକ୍ଷା ବାହିନୀ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା ।

କାଶ୍ମୀର ଜୋନ୍‌ ପୋଲିସ ନିଜ X ହ୍ୟାଣ୍ଡେଲରୁ ଏକ ପୋଷ୍ଟରେ ଲେଖିଥିଲା, ‘କୁଲଗାମ ଜିଲ୍ଲାର ରେଡ୍‌ଓ୍ଵାନୀ ପାଇନ୍‌ ଅଞ୍ଚଳରେ ଗୁଳି ବିନିମୟ ଆରମ୍ଭ ହୋଇଯାଇଛି । ପୋଲିସ ଓ ସୁରକ୍ଷା ବାହିନୀ କାର୍ଯ୍ୟରେ ଅଛନ୍ତି’ ।

ସୂଚନାଥାଉ କି, ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ମେ’ ୪ରେ ଭାରତୀୟ ବାୟୁସେନା ଗାଡ଼ି ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା । ସୁରକ୍ଷା ଅଧିକାରୀଙ୍କ ସୂଚନା ମୁତାବକ, ଏହି ଆକ୍ରମଣରେ ଆଇଏଏଫ୍‌ର ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୪ ଜଣ ଯବାନ ଆହତ ହୋଇଥିଲେ ।

ଶନିବାର ସନ୍ଧ୍ୟାରେ ଯେତେବେଳେ ବାୟୁସେନାର ଗାଡ଼ି ଜିଲ୍ଲାର ସୁରନକୋଟ ଅଞ୍ଚଳରେ ସନାଇ ଟପ୍‌ ଅଭିମୁଖେ ଯାତ୍ରା କରୁଥିଲା, ସେହି ସମୟରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ସାମିଲ ଆତଙ୍କବାଦୀଙ୍କ ଠିକଣା ଜାଣିବା ଏବଂ ସେମାନଙ୍କୁ ନିପାତ କରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।

ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ସୁରକ୍ଷା ବାହିନୀ ଉପରେ ହୋଇଥିବା ଏହି ଆକ୍ରମଣ ଚଳିତ ବର୍ଷର ଦ୍ୱିତୀୟ ଆକ୍ରମଣ ଘଟଣା । ଜାନୁୟାରୀରେ ସେନାର ଏକ କାର୍‌କେଡ ଉପରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ପ୍ରବଳ ଗୁଳିଚାଳନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.