ଡମ୍ପର ବାଇକ୍ ମୁଁହାମୁହିଁ ଧକ୍କା, ଜଣେ ମୃତ ; ଜଣେ ଗୁରୁତର

ଡମ୍ପର ବାଇକ୍ ମୁଁହାମୁହିଁ ଧକ୍କା। ଜଣେ ମୃତ ଜଣେ ଗୁରୁତର। ଏଭଳି ଘଟଣା ଘଟିଛି ନୀଳଗିରି ଗୋପୀନାଥପୁର ରେଳ ଫାଟକ ନିକଟରେ। ଘଟଣା ସ୍ଥଳରେ ଡମ୍ପର ଛାଡ଼ି ଡ୍ରାଇଭର ଫେରାର ମାରିଛି । ଗୁରୁତର ଯୁବକକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ୧୦୮ ଯୋଗେ ନୀଳଗିରି ମେଡିକାଲ ରେ ଭର୍ତ୍ତି କରିଛନ୍ତି ।

ନୀଳଗିରି (କେନ୍ୟୁଜ): ଡମ୍ପର ବାଇକ୍ ମୁଁହାମୁହିଁ ଧକ୍କା ।  ଜଣେ ମୃତ ଜଣେ ଗୁରୁତର ।  ଏଭଳି ଘଟଣା ଘଟିଛି ନୀଳଗିରି ଗୋପୀନାଥପୁର ରେଳ ଫାଟକ ନିକଟରେ ।  ଘଟଣା ସ୍ଥଳରେ ଡମ୍ପର ଛାଡ଼ି ଡ୍ରାଇଭର ଫେରାର ମାରିଛି । ଗୁରୁତର ଯୁବକକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ୧୦୮ ଯୋଗେ ନୀଳଗିରି ମେଡିକାଲ ରେ ଭର୍ତ୍ତି କରିଛନ୍ତି  ।  ଅଦ୍ୟାବଧି ମୃତ ଯୁବକ ଗୁରୁତରଙ୍କ କୌଣସି ପରିଚୟ ମିଳିପାରିନାହିଁ ।

ସେହିପରି ଆଜି ନିମାପଡ଼ା ବଜାର ଦୋଳ ବେଦୀ ଛକ ନିକଟରେ ଘଟିଛି ଦୁର୍ଘଟଣା ।  ଫଳରେ ଜଣେ ମହିଳାଙ୍କ ଗୋଡ଼ ଉପରେ ମାଡ଼ିଗଲା ବାଲି ବୋଝେଇ ହାଇୱା । ଗୁରୁତର ମହିଳା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର ।  ଅଂଶାଲ ଗାଁର ଦୁଇଜଣ ବାଇକରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବାଇକକୁ ପଛପଟୁ ଧକ୍କା ଦେଇଥିଲା ହାଇୱା ।  ଫଳରେ ମହିଳା ଜଣଙ୍କ ତଳେ ପଡ଼ିଯାଇଥିଲେ । ତାଙ୍କ ଗୋଡ଼ ଉପରେ ବାଲି ବୋଝେଇ ହାଇୱାଟି ମାଡ଼ି ଯାଇଥିଲା । ଦୁର୍ଘଟଣା ଘଟାଇଥିବା ହାଇୱାକୁ ଅଟକ ରଖିବା ସହ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.