ଦମ୍ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି, ଖଲ୍ଲିକୋଟରୁ ଆହ୍ୱାନ କଲେ କାର୍ତ୍ତିକ ପାଣ୍ଡିଆନ
ଦମ୍ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର । ଖଲ୍ଲିକୋଟରେ ବିଜେପିକୁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ । କହିଲେ ସିଏମ ପ୍ରାର୍ଥୀ ଘୋଷଣା କଲେ ୧୦ ପ୍ରତିଶତ ଆସନରେ ଜିତିବନି ବିଜେପି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କିଏ କରିବେ ପ୍ରଶ୍ନ କଲେ ପାଣ୍ଡିଆନ । ଦିଲ୍ଲୀ ହାଇକମାଣ୍ଡ ଚୟନ କରିବେନି ଓଡ଼ିଶା ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀ ଚୟନ କରିବେ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀ ।

ଖଲ୍ଲିକୋଟ (କେନ୍ୟୁଜ): ଦମ୍ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର । ଖଲ୍ଲିକୋଟରେ ବିଜେପିକୁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ । କହିଲେ ସିଏମ ପ୍ରାର୍ଥୀ ଘୋଷଣା କଲେ ୧୦ ପ୍ରତିଶତ ଆସନରେ ଜିତିବନି ବିଜେପି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କିଏ କରିବେ ପ୍ରଶ୍ନ କଲେ ପାଣ୍ଡିଆନ । ଦିଲ୍ଲୀ ହାଇକମାଣ୍ଡ ଚୟନ କରିବେନି ଓଡ଼ିଶା ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀ ଚୟନ କରିବେ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ହେବାକୁ କିଛି ଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି । ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଚୟନ କଲେ ରିମୋଟ ତାଙ୍କ ହାତରେ ରହିବ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ ଓଡ଼ିଶାବାସୀଙ୍କ ହାତରେ ରିମୋଟ ରହିବ । ହାଇକମାଣ୍ଡଙ୍କ ହାତରେ ରିମୋଟ ରହିଲେ ରାଜ୍ୟ ୨୫ ବର୍ଷ ପଛକୁ ଚାଲିଯିବ ବୋଲି କହିଛନ୍ତି ପାଣ୍ଡିଆନ । ରାଜ୍ୟବାସୀଙ୍କ ଆଶୀର୍ବାଦରୁ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ନେବେ । ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି ।