Below header

ବିଜେପିରେ ସାମିଲ ହେଲେ ଶେଖର ସୁମନ ଏବଂ ରାଧିକା ଖେଡା, ଅସମ୍ମାନିତ ହୋଇ କଂଗ୍ରେସରୁ ଇସ୍ତଫା ଦେଇଥିଲେ ରାଧିକା

ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିନୋଦ ତାଓ୍ଵଡେଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତା ଶେଖର ସୁମନ। ତେବେ ଶେଖର ସୁମନ ନିର୍ବାଚନ ଲଢିବେ କି ନାହିଁ ତାହା ଜଣାପଡିନାହିଁ । ସେହିପରି କଂଗ୍ରେସରେ ଅସମ୍ମାନିତ ହୋଇଥିବା ଅଭିଯୋଗ କରି ଇସ୍ତଫା ଦେଇଥିବା ରାଧିକା ଖେଡ଼ା ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି ।

ବଲିଉଡ ଅଭିନେତା ଶେଖର ସୁମନ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିନୋଦ ତାଓ୍ଵଡେଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । କିଛିଦିନ ହେଲାଣି ହୀରାମଣ୍ଡିକୁ ନେଇ ଚର୍ଚ୍ଚାରେ ରହିଥିଲେ ଶେଖର ସୁମନ । ବିଜେପିରେ ଯୋଗ ଦେବା ପରେ ଶେଖର ସୁମନ କହିଛନ୍ତି, “ମୁଁ ଏହି ପଦକ୍ଷେପ ନେବି ବୋଲି ଗତକାଲି ପର୍ଯ୍ୟନ୍ତ ଜାଣିନଥିଲି । ଭଗବାନଙ୍କୁ ଧନ୍ୟବାଦ ସେ ମୋତେ ଏପରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୯ରେ ପାଟନା ସାହିବ ଶତ୍ରୁଘ୍ନ ସିହ୍ନାଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ । ତେବେ ଶେଖର ସୁମନ ନିର୍ବାଚନ ଲଢିବେ କି ନାହିଁ ତାହା ଜଣାପଡିନାହିଁ ।

ଶେଖର ସୁମନ ଏବେ ରିଲିଜ ହୋଇଥିବା ସିରିଜ ହୀରାମଣ୍ଡିର ସଫଳତାକୁ ଉପଭୋଗ କରୁଛନ୍ତି । ଏହି ସିରିଜ ନେଟଫ୍ଲିକ୍ସରେ ରିଲିଜ ହୋଇଛି । ଏଥିରେ ତାଙ୍କର ଅଭିନୟକୁ ପ୍ରଶଂସା କରିଛନ୍ତି ଲୋକେ । ଏଥିରେ ତାଙ୍କ ପୁଅ ଅଧ୍ୟୟନ ସୁମନ, ସୋନାକ୍ଷୀ ସିହ୍ନା, ରିଚା ଚଢା, ସଂଜୀଦା ଶେଖ, ଅଦିତି ରାଓ ହାଇଦ୍ରରୀ, ଶର୍ମନ ସେଗଲ, ଫରୀଦା ଜଲାଲ ଏବ ଫରଦୀନ ଖାନ ମୁଖ୍ୟ ଭୂମିକାରେ ରହିଛନ୍ତି ।

ସେହିପରି କଂଗ୍ରେସରେ ଅସମ୍ମାନିତ ହୋଇଥିବା ଅଭିଯୋଗ କରି ଇସ୍ତଫା ଦେଇଥିବା ରାଧିକା ଖେଡ଼ା ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି । ପ୍ରକାଶ ଥାଉକି, ରାଜସ୍ଥାନର ପୂର୍ବତନ କଂଗ୍ରେସ ନେତ୍ରୀ ରାଧିକା ବାରମ୍ବାର କଂଗ୍ରେସ ବିରୋଧରେ ଅଭିଯୋଗ କରିଆସୁଥିଲେ । ତାଙ୍କୁ ଦଳରେ ଅସମ୍ମାନିତ କରାଯାଇଥିଲା, ଏନେଇ ସେ ବରିଷ୍ଠ କର୍ମୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ କରିଥିଲେ ।

ରାଧିକା ଆହୁରି କହିଥିଲେ, ୨୨ ବର୍ଷ ଧରି ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବା ପରେ ବି ମୋତେ ବିରୋଧର ସାମ୍ନା କରିବାକୁ ପଡିଛି। ଏହାର ମୁଖ୍ୟ କାରଣ ହେଉଛି, ମୁଁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରିଥିଲି ଏବଂ ରାମ ମନ୍ଦିର ଯାଇଥିଲି। ଏହି କାରଣରୁ ମୋତେ ଦଳର ଠିକ୍ ଭାବେ ବ୍ୟବହାର କରାଯାଉନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.