Below header

ଆନ୍ଧ୍ର ସରକାରଙ୍କ ବଡ ଘୋଷଣା, ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟ୍‌କୁ ଯିବ ୧୮୦୦୦ ଟଙ୍କା

ନିର୍ବାଚନ ପୂର୍ବରୁ ରାଜ୍ୟବସୀଙ୍କ ପାଇଁ ଖୁସି ଖବର । ବଡ ଘୋଷଣା କଲେ ସରକାର । ସିଧା ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଯିବ ୧୮୦୦୦ ଟଙ୍କା । ଲାଭ ଉଠାଇବେ ଯୋଗ୍ୟ ହିତାଧିକାରୀ । ମେ’ ୯ରେ ମୁଖ୍ୟମନ୍ତ୍ରୀ ରିଲିଜ୍‌ କରିବେ ଏହି ଅର୍ଥ । ସରକାରଙ୍କର ଏହି ବଡ ଘୋଷଣା ଶୁଣି ଏବେ ହିତାଧିକାରୀଙ୍କ ଖୁସି କହିଲେ ନସରେ ।

ନିର୍ବାଚନ ପୂର୍ବରୁ ରାଜ୍ୟବସୀଙ୍କ ପାଇଁ ଖୁସି ଖବର । ବଡ ଘୋଷଣା କଲେ ସରକାର । ସିଧା ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଯିବ ୧୮୦୦୦ ଟଙ୍କା । ଲାଭ ଉଠାଇବେ ଯୋଗ୍ୟ ହିତାଧିକାରୀ । ମେ’ ୯ରେ ମୁଖ୍ୟମନ୍ତ୍ରୀ ରିଲିଜ୍‌ କରିବେ ଏହି ଅର୍ଥ । ସରକାରଙ୍କର ଏହି ବଡ ଘୋଷଣା ଶୁଣି ଏବେ ହିତାଧିକାରୀଙ୍କ ଖୁସି କହିଲେ ନସରେ ।

ଆପଣଙ୍କୁ ଏହି ଖବର କଣ ମିଛ ଲାଗୁଛି କି ଦର୍ଶକବନ୍ଧୁ, କିନ୍ତୁ ଖବରଟି ପୁରା ସତ । ଏହି ଯୋଜନା ବାବଦରେ ଅନେକ ଲୋକ ଅବଗତ ନାହାନ୍ତି । ଯାହା ଫଳରେ ଅନେକ ଯୋଗ୍ୟ ହିତାଧିକାରୀ ଏହାର ଲାଭ ଉଠାଇବାରେ ସମର୍ଥ ହୋଇପାରିନଥିଲେ । ଏହି ଯୋଜନାରେ ସିଧା ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ମାସିକ ୧୮୦୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ ସରକାର ।

କିନ୍ତୁ କିଭଳି ଏହି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବ ଆପଣ ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ତେବେ ଯୋଡି ହୋଇରୁହନ୍ତୁ ଏହି ଭିଡିଓରେ । ସୂଚନା ମୁତାବକ, ଏହି ଯୋଜନାରେ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯିବା ନେଇ ପୂର୍ବରୁ ଘୋଷଣା ହୋଇଥିବାବେଳେ, କୌଣସି ପ୍ରକାରର ତ୍ରୁଟି ଯୋଗୁଁ ଏହି ଟଙ୍କା ଜମା ହୋଇପାରିନଥିଲା । ଯେଉଁ କାରଣରୁ ଟଙ୍କା ରିଲିଜ୍ ହୋଇନଥିଲା । ହେଲେ ବର୍ତ୍ତମାନ ଏହି ଯୋଜନାକୁ ଆକ୍ଟିଭ୍ କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଏହି ଯୋଜନାରେ ଫଣ୍ଡ୍‌ ରିଲିଜ୍ ଉପରେ ଏକ ଘୋଷଣା କରିଛନ୍ତି ସରକାର । ଫେବୃଆରୀ ମାସରେ ସରକାର ଏହି ଟଙ୍କା ରିଲିଜ୍‌ କରିବାକୁ ଯୋଜନା କରିଥିଲେ । କିନ୍ତୁ କିଛି କାରଣରୁ ଏହି ଯୋଜନାକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ଏବେ ମେ’ ୯ରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାରେ ଫଣ୍ଡ୍‌ ରିଲିଜ୍‌ କରିବେ ବୋଲି ନୂଆ ଅପଡେଟ୍ ମିଳିଛି ।

ତେଣୁ ଯେଉଁମାନଙ୍କୁ ଟଙ୍କା ମିଳିନାହିଁ ସେମାନଙ୍କ ପାଇଁ ଏହା ନିଶ୍ଚିତ ଭାବରେ ଏକ ବଡ ଖୁସି ଖବର । ଏକ ସପ୍ତାହ ମଧ୍ୟରେ ଟଙ୍କା ବ୍ୟାଙ୍କ୍‌ ଆକାଉଣ୍ଟରେ ଜମା ହେବ । ୧୮୦୦୦ ଟଙ୍କାରୁ ୧୮୭୫୦ ଟଙ୍କା ପର୍ଯ୍ୟନ୍ତ ମହିଳାମାନେ ପାଇ ପାରିବେ । ହଁ ଆଜ୍ଞା ଏହି ଯୋଜନା ଅନୁଯାୟୀ, ଏସ୍ ସି, ଏସ୍ ଟି, ଓବିସି ସଂଖ୍ୟାଲଘୁ ସଂପ୍ରଦାୟାର ୪୫ ରୁ ୬୦ ବର୍ଷର ମହିଳାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସିଧା ଟଙ୍କା ଜମା ହେବ ।

ଏହି ଯୋଜନା ଅନ୍ତର୍ଗତ ଟଙ୍କା ଗତ ବର୍ଷ ଆସିବାର ଥିଲା, କିନ୍ତୁ ଏବେ ଏହି ପ୍ରକ୍ରିୟାରେ ବିଳମ୍ବ ହୋଇଛି। ନିକଟରେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହି ଯୋଜନାର କାର୍ଯ୍ୟକାରିତାକୁ କ୍ୟାବିନେଟ ଅନୁମୋଦନ କରିଥିଲା । ଆୟକର ଅଧିନିୟମରେ ଯେଉଁମାନେ ଅନ୍ତର୍ଭୁକ୍ତ ନୁହଁନ୍ତି ବା ଯେଉଁମାନେ ଆୟକର ଦେଉ ନାହାନ୍ତି, ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ ଅଟନ୍ତି ।

ତେଣୁ ଯେଉଁ ମାନେ ଏହି ଯୋଜନାରେ ସାମିଲ୍ ହୋଇ ନାହାନ୍ତି, ଡେରି ନକରି ଯଥାଶୀଘ୍ର ସାମିଲ୍ ହୁଅନ୍ତି ଏବଂ ସରକାରୀ ସୁବିଧାର ଭରପୂର ଲାଭ ଉଠାନ୍ତୁ । ଏପଟେ ଯେଉଁମାନେ ୧୮୭୫୦ ଟଙ୍କାକୁ ଅପେକ୍ଷା କରିଛନ୍ତି ସେମାନେ ଏକ ସପ୍ତାହ ଭିତରେ ଏହି ଟଙ୍କା ପାଇପାରିବେ। ତେବେ ଆନ୍ଧ୍ର ସରକାର ଚେୟୁଥା ଯୋଜନାରେ ରାଜ୍ୟବାସୀଙ୍କୁ ଏହି ଯୋଜନାର ଲାଭ ମିଳିବାକୁ ଯାଉଛି । ଏହାକୁ ନେଇ ଗତ ଗୁରୁବାର YSR ଜଗନମୋହନ ରେଡ୍ଡୀ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.