Below header

ସେନେଗାଲ୍‌ରେ ବଡ଼ ଦୁର୍ଘଟଣା: ରନ୍‌ୱେରୁ ଖସିଗଲା ବୋଇଙ୍ଗ୍‌ ୭୩୭ ବିମାନ, ୧୦ ଯାତ୍ରୀ ଆହତ

ଆଫ୍ରିକୀୟ ଦେଶ ସେନେଗାଲ୍‌ରେ ବଡ଼ ବିମାନ ଦୁର୍ଘଟଣା । ସେନେଗାଲ୍‌ ରାଜଧାନୀ ଡକାରର ବିମାନବନ୍ଦରରେ ଏକ ବୋଇଙ୍ଗ୍‌ ୭୩୭ ବିମାନ ରନ୍‌ୱେରୁ ଖସିପଡ଼ିଥିବା ସୂଚନା ରହିଛି । ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଆଫ୍ରିକୀୟ ଦେଶ ସେନେଗାଲ୍‌ରେ ବଡ଼ ବିମାନ ଦୁର୍ଘଟଣା । ସେନେଗାଲ୍‌ ରାଜଧାନୀ ଡକାରର ବିମାନବନ୍ଦରରେ ଏକ ବୋଇଙ୍ଗ୍‌ ୭୩୭ ବିମାନ ରନ୍‌ୱେରୁ ଖସି ପଡ଼ିଥିବା ସୂଚନା ରହିଛି । ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦେଶର ପରିବହନ ମନ୍ତ୍ରୀ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣା ଯେଉଁ ସମୟରେ ଘଟିଥିଲା, ସେହି ସମୟରେ ବିମାନରେ ୮୫ ଜଣ ଯାତ୍ରୀ ଥିଲେ ।

ପରିବହନ ମନ୍ତ୍ରୀ ଏଲ୍‌ ମଲିକ ନଡିୟେ ଏକ ବୟାନ ଜାରି କରି କହିଛନ୍ତି ଯେ ଟ୍ରାନ୍ସଏୟାର ଦ୍ୱାରା ସଞ୍ଚାଳିତ ଏୟାର ସେନେଗାଲ୍‌ ବୁଧବାର ବିଳମ୍ବିତ ରାତିରେ ବମାକୋ ପାଇଁ ଉଡ଼ାଣ ଭରୁଥିଲା । ବିମାନରେ ୭୯ ଜଣ ଯାତ୍ରୀଙ୍କ ସହ ୨ ଜଣ ପାଇଲଟ୍‌ ଏବଂ ଚାଳକ ଦଳର ୪ ଜଣ ସଦସ୍ୟ ଥିଲେ ।

ଉଡ଼ାଣ ଭରୁଥିବା ବେଳେ ବିମାନଟି ହଠାତ୍‌ ରନ୍‌ୱେରୁ ଖସି ପଡ଼ିଥିଲା । ଏଥିରେ ୧୦ ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବିମାନରେ ଥିବା ବାକି ଅନ୍ୟମାନଙ୍କୁ ଏକ ହୋଟେଲରେ ରଖାଯାଇଛି ।

ସେପଟେ କ୍ଷତିଗ୍ରସ୍ତ ବିମାନର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ବିମାନଟି ଘାସ ଉପରେ ରହିଥିବାର ଦେଖାଯାଉଛି । ଏହାର ପଙ୍ଖା କ୍ଷତିଗ୍ରସ୍ତ ହୋଇଛି । ଆଖପାଖରେ ନିଆଁ ଲିଭାଇବା ଫୋମ୍‌ ପଡ଼ିଛି । ଦୁର୍ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିିତ ଉଦ୍ଧାର କରି ନିଆଯାଇଛି । ବିମାନବନ୍ଦର ବର୍ତ୍ତମାନ କିଛି ସମୟ ପାଇଁ ବନ୍ଦ ରହିଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ଯାଞ୍ଚ ଚାଲିଛି ।

କହି ରଖୁଛୁ, ଏହା ପୂର୍ବରୁ ଇସ୍ତାନବୁଲରେ ଏକ ବିମାନ ଅବତରଣ କରିବା ସମୟରେ ଖସିପଡ଼ିଥିଲା ଏବଂ ସେଥିରେ ନିଆଁ ଲାଗିଯାଇଥିଲା । ଯଦିଓ ଏଥିରେ କୌଣସି ପ୍ରକାର କ୍ଷୟକ୍ଷତିର ସୂଚନା ନାହିଁ । ବିମାନର ଗିୟର ଲ୍ୟାଣ୍ଡିଂ କରିବା ସମୟରେ ଫେଲ୍‌ ହୋଇଯାଇଥିଲା, ଯେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା । ତେବେ ଏହା କାହିଁକି ଫେଲ୍‌ ହେଲା, ତାହାର ତଦନ୍ତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.