ଯାତ୍ରୀବାହି ବସରୁ ଖସି ପଡି କଲେଜ ଛାତ୍ରଙ୍କ ମୃତ୍ୟୁ
ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଛକ ନିକଟରେ ଯାତ୍ରୀବାହି ବସରୁ ଖସି ପଡି କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣଙ୍କ ପୁଟିଆପଦର ଗ୍ରାମର ୧୭ ବର୍ଷୀୟ ରାହୁଲ ନାୟକ ।

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଛକ ନିକଟରେ ଯାତ୍ରୀବାହି ବସରୁ ଖସି ପଡି କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣଙ୍କ ପୁଟିଆପଦର ଗ୍ରାମର ୧୭ ବର୍ଷୀୟ ରାହୁଲ ନାୟକ । କଲେଜରୁ ବସ ଯୋଗେ ଘରକୁ ଫେରୁଥିବା ବେଳେ କୌଣସି କାରଣ ବଶତଃ ବସରୁ ଖସି ପଡିଥିଲେ ରାହୁଲ ।
ଯାହା ଫଳରେ ଘଟଣା ସ୍ଥଳରେ ହିଁ ରାହୁଲଙ୍କ ମୃତ ହୋଇଥିବା ଜଣାଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିବାବେଳେ ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବି କରି ହିଞ୍ଜିଳିକାଟୁ – ତାରାତାରିଣୀ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି l