Below header

ଦୀର୍ଘ ୫ ବର୍ଷ ଧରି ହିତାଧିକାରୀଙ୍କୁ ନଦେଇ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ ଚଳୁ କରୁଥିଲା ରିଟେଲର

ବର୍ଷ ବର୍ଷ ଧରି ଏମିତି ଚାଲିଥିଲା କଳା ବେପାର । ଗରିବ ଆଦିବାସୀ ଲୋକଙ୍କ ନାମରେ ଅନ୍ତୋର୍ଦ୍ବୟ ଅନ୍ନପୂର୍ଣ୍ଣା ଯୋଜନାରେ ୨୦୧୮ ମସିହା ପାଖରୁ ୩୫ କେଜି ଚାଉଳ ବଦଳରେ ହିତାଧିକାରୀଙ୍କ ପରିବାରଙ୍କୁ ମାତ୍ର ୫ କେଜି କିମ୍ବା ୧୦ କେଜି ଚାଉଳ ଦେଇ ପ୍ରତ୍ୟେକ ମାସ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ ହଡପ କରୁଛନ୍ତି ରିଟେଲର । ଏମିତି କିଛି ସଙ୍ଗୀନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଳା ପଂଚାୟତର ଜାଠିଆ ଗ୍ରାମର ସରକାରୀ ସ୍ୱୀକୃତି ପ୍ରାପ୍ତ ରିଟେଲର ଚୈତନ୍ୟ ମାଝୀଙ୍କ ନାଁରେ ।

ଜଳେଶ୍ୱର (କେନ୍ୟୁଜ) : ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ରାସନ କାର୍ଡ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ବଣ୍ଟନ କରାଯାଉଥିବା ବେଳେ ହିତାଧିକାରୀଙ୍କୁ ଚାଉଳ ନଦେଇ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ ଚଳୁ କରି ଦେଉଛନ୍ତି ରିଟେଲର । ୩୫ କିଲୋ ଚାଉଳ ପାଇବାକୁ ଥିବା ଅନ୍ତୋର୍ଦ୍ବୟ ଯୋଜନା ହିତାଧିକାରୀଙ୍କୁ ସାଧାରଣ ହିତାଧିକାରୀ ଦର୍ଶାଇ ପରିବାର ସଦସ୍ଯଙ୍କୁ ମୁଣ୍ତ ପିଛା ୫ କେଜି ଲେଖାଏଁ ଚାଉଳ ଦେଉଥିଲେ ରିଟେଲର । ଆଉ ବଳକା ଚାଉଳ ସବୁକୁ ହଡପ କରୁଥିଲେ । ବର୍ଷ ବର୍ଷ ଧରି ଏମିତି ଚାଲିଥିଲା କଳା ବେପାର । ଗରିବ ଆଦିବାସୀ ଲୋକଙ୍କ ନାମରେ ଅନ୍ତୋର୍ଦ୍ବୟ ଅନ୍ନପୂର୍ଣ୍ଣା ଯୋଜନାରେ ୨୦୧୮ ମସିହା ପାଖରୁ ୩୫ କେଜି ଚାଉଳ ବଦଳରେ ହିତାଧିକାରୀଙ୍କ ପରିବାରଙ୍କୁ ମାତ୍ର ୫ କେଜି କିମ୍ବା ୧୦ କେଜି ଚାଉଳ ଦେଇ ପ୍ରତ୍ୟେକ ମାସ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ ହଡପ କରୁଛନ୍ତି ରିଟେଲର । ଏମିତି କିଛି ସଙ୍ଗୀନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଳା ପଂଚାୟତର ଜାଠିଆ ଗ୍ରାମର ସରକାରୀ ସ୍ୱୀକୃତି ପ୍ରାପ୍ତ ରିଟେଲର ଚୈତନ୍ୟ ମାଝୀଙ୍କ ନାଁରେ ।

ସରକାର ସମସ୍ତ ରେସନ କାର୍ଡଧାରୀଙ୍କୁ ପ୍ରତ୍ୟେକ ମାସରେ ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି । ମାତ୍ର କିଛି ଅସାଧୁ ରିଟେଲର ବିଭିନ୍ନ ଆଳ ଦେଖାଇ ଅତି ଚାଲାକିର ସହ ରାସନ କାର୍ଡ ହିତାଧିକାରୀଙ୍କ ଚାଉଳ ହଡପ କରୁଛନ୍ତି । ଦିନେ କି ଦୁଇ ଦିନ ନୁହେଁ ବର୍ଷେ କି ଦି ବର୍ଷ ନୁହେଁ, ଦୀର୍ଘ ୫ ବର୍ଷ ଧରି ରିଟେଲର ଜଣକ ପ୍ରତ୍ୟେକ ଅଣ୍ନପୂର୍ଣ୍ଣା ଅନ୍ତୋର୍ଦ୍ବୟ କାର୍ଡ ପିଛା ୨୫ କେଜି ଲେଖାଁଏ ଚାଉଳ କାଟୁଛନ୍ତି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଳା ପଂଚାୟତର ଜାଠିଆ ଗାଁର ରିଟେଲର ଚୈତନ୍ୟ ମାଝୀଙ୍କ ନାଁରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ଗାଁର ୪୦ରୁ ଅଧିକ ଅନ୍ତୋର୍ଦ୍ବୟ ରାସନ କାର୍ଡଧାରୀ, ଅନ୍ତୋର୍ଦ୍ବୟ ଯୋଜନାରେ ହିତାଧିକାରୀଙ୍କ ପରିବାରକୁ ୩୫ କେଜି ଲେଖାଏଁ ଚାଉଳ ଦେବା ପାଇଁ ନିୟମ ରହିଥିବା ବେଳେ ବିଗତ ପାଞ୍ଚ ବର୍ଷ ଧରି ପ୍ରତ୍ୟକ କାର୍ଡଧାରୀଙ୍କୁ ମୁଣ୍ଡ ପିଛା ୫ କେଜି ଚାଉଳ ଦେଇ ବାକି ୩୦ କେଜି ଚାଉଳ ରିଟେଲର ଜଣକ ଚଳୁ କରି ଦେଉଛନ୍ତି । ଦୁଇ ମାସ ପୂର୍ବରୁ ଯୋଗାଣ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ଦୁଇଟି ବ୍ୟାଗ ସହ ଆର୍ଥିକ ସହାୟତା ପ୍ରଦାନ କରା ଯାଇ ଥିଲା । ଏହି ସମୟରେ ନିଜକୁ ସାଧାରଣ ହିତାଧିକାରୀ ଭାବେ ଜାଣିଥିବା ୪୦ ଜଣ ଅନ୍ତୋର୍ଦ୍ବୟ ହିତାଧିକାରୀ ସେମାନଙ୍କ ନାମ ସାଧାରଣ ଖାଉଟି ଖାତାରେ ନଥିବା ଦେଖିଥିଲେ । ଖୋଳତାଡ ପରେ ଜଣା ପଡିଥିଲା ସେମାନେ ହେଲେ ଅନ୍ତୋର୍ଦ୍ବୟ ଯୋଜନା ହିତାଧିକାରୀ । ରିଟେଲର ଚୈତନ୍ଯ ମାଝି ଅନ୍ତୋର୍ଦ୍ବୟ ହିତାଧିକାରୀଙ୍କୁ ୩୫ କେଜି ଚାଉଳ ବଦଳରେ ହିତାଧିକାରୀ ଙ୍କୁ ମାତ୍ର ୫କେଜି ଲେଖାଏଁ ଚାଉଳ ଦେଉ ଥିଲେ । ୨୦୧୮ ମସିହାରୁ ଏହି କାରବାର ଚାଲିଥିବା ବେଳେ ପ୍ରାୟ ୫୦୦ କ୍ବିଣ୍ଟାଲ ଚାଉଳ ହଡପ ହୋଇଥିବା ଜଣା ପଡିଛି । ଯାହାର ଦାମ ୧୨ ଲକ୍ଷ ଟଙ୍କାରୁ ବି ଅଧିକ ହେବ ।

ଚାଉଳ ହଡପ ହେଉଥିବା ଜାଣିବା ପରେ ଅନ୍ତୋର୍ଦ୍ବୟ କାର୍ଡଧାରୀ ମାନେ ରିଟେଲରଙ୍କୁ ପଚାରିବାରୁ ଚାଉଳ ଆତ୍ମସାତ ଘଟଣାକୁ ସ୍ୱୀକାର କରିଛନ୍ତି । ହଡପ କରିଥିବା ଚାଉଳ ମଧ୍ୟ ଫେରାଇବେ ବୋଲି କହିଛନ୍ତି । ଏହାକୁ ନେଇ ପଞ୍ଚାୟତର ଶତାଧିକ କାର୍ଡଧାରୀ ତୁରନ୍ତ ହିଁ ବ୍ଲକ ଯୋଗାଣ ଅଧିକାରୀଙ୍କ ପାଖରେ ପହଁଚି ଏହା ବିଷୟ ଅବଗତ କରାଇଥିଲେ । ଏବଂ ଯୋଗାଣ ଅଧିକାରୀ ଜାଠିଆ ରିଟେଲର ପଏଣ୍ଟରେ ପହଂଚି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି । ତେବେ ବାସ୍ତବରେ ହିତାଧିକାରୀଙ୍କ ଚାଉଳ କୁଆଡେ ଯାଉଛି ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ହିତାଧିକାରୀ ମାନେ ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଯୋଗାଣ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମ ପର୍ଯାୟରେ ୨୧ ଜଣ ହିତାଧିକାରୀ ଙ୍କୁ ଚଳିତ ମାସ ୩୫ କେଜି ଲେଖାଏଁ ଚାଉଳ ଯୋଗାଇ ଦେଇଥିବା ବେଳେ ବାକି ଆଉ ୨୦ ଜଣ ହିତାଧିକାରୀଙ୍କ ଚାଉଳ ତଦନ୍ତ ପରେ ଦିଆ ଯିବ ବୋଲି କହିଛନ୍ତି । ଏନେଇ ଯୋଗାଣ ଅଧିକାରୀ ଙ୍କୁ ପଚାରିବାରୁ ଅଭିଯୋଗର ସତ୍ୟତା ଥିବା କହିଛନ୍ତି ଏବଂ ଉକ୍ତ ରିଟେଲରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଅନ୍ଯପଟେ ରିଟେଲର ଶ୍ରୀ ମାଝି ମଧ୍ଯ ନିଜ ଭୂଲ କୁ ସ୍ବିକାର କରିଛନ୍ତି, ଖୁବଶୀଘ୍ର ହିତାଧିକାରୀ ଙ୍କୁ ଚାଉଳ ଫେରାଇଦେବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.