ଦାଗମୁକ୍ତ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଗିଲୋୟ ଫେସ୍ଓ୍ଵାସ୍
ଗିଲୋୟକୁ ସାଧାରଣତଃ ଔଷଧ ଭାବେ କିଛି ଲୋକ ଖାଇଥାନ୍ତି । କିନ୍ତୁ ଚେହେରାରେ ଚମକ ପାଇଁ ବି ଗିଲୋୟକୁ ବ୍ୟବହାର କରିପାରିବେ । ଗିଲୋୟରେ ଆଣ୍ଟିଅକ୍ସିଡେଣ୍ଟ ରହିଛି, ଯାହା ତ୍ୱଚାର ଦାଗ ଦୂର କରିବା ସହ ଏହାକୁ ମୁଲାୟମ କରିଥାଏ । କମ୍ ଖର୍ଚ୍ଚରେ ଗିଲୋୟ ଆପଣଙ୍କୁ ଚମକଦାର ଓ ଦାଗମୁକ୍ତ ଚେହେରା ଦେବ ।

ସୁନ୍ଦର ଦିଶିବାକୁ ସମସ୍ତେ ଚାହାଁନ୍ତି । ଏଥିପାଇଁ ବଜାରରେ ମିଳୁଥିବା ବିଭିନ୍ନ ଦାମୀ ପ୍ରଡକ୍ଟ ବି ବ୍ୟବହାର କରନ୍ତି । କିଛି ପ୍ରଡକ୍ଟ ତ୍ୱଚାରେ କାମ କରୁଥିବା ବେଳେ ଆଉ କିଛି କାମ କରିବା ତ ଦୂରର କଥା, ବରଂ ସ୍କିନ୍କୁ ଆହୁରି ଖରାପ କରିଦିଏ । ତେବେ କେତେକ ପ୍ରାକୃତିକ ଜିନିଷ ବ୍ୟବହାର କରି ମଧ୍ୟ ଆପଣ କମ୍ ଖର୍ଚ୍ଚରେ ତ୍ୱଚାକୁ ଉଜ୍ଜ୍ୱଳ କରିପାରିବେ । ଏହି ପ୍ରାକୃତିକ ଜିନିଷ ମଧ୍ୟରେ ଗିଲୋୟ ଅନ୍ୟତମ। ଏହାକୁ ସାଧାରଣତଃ ଔଷଧ ଭାବେ କିଛି ଲୋକ ଖାଇଥାନ୍ତି । କିନ୍ତୁ ଚେହେରାରେ ଚମକ ପାଇଁ ବି ଗିଲୋୟକୁ ବ୍ୟବହାର କରିପାରିବେ ।
ଗିଲୋୟରେ ଆଣ୍ଟିଅକ୍ସିଡେଣ୍ଟ ରହିଛି, ଯାହା ତ୍ୱଚାର ଦାଗ ଦୂର କରିବା ସହ ଏହାକୁ ମୁଲାୟମ କରିଥାଏ । କମ୍ ଖର୍ଚ୍ଚରେ ଗିଲୋୟ ଆପଣଙ୍କୁ ଚମକଦାର ଓ ଦାଗମୁକ୍ତ ଚେହେରା ଦେବ । ଆସନ୍ତୁ ଜାଣିବା ଗିଲୋୟର ଫେସ୍ପ୍ୟାକ୍ ବନାଇବାର ଉପାୟ ବିଷୟରେ…
-୧ ଚାମଚ ଗିଲୋୟ ପାଉଡର, ୧ ଚାମଚ ଦହି ଓ ୧ ଚାମଚ ଲେମ୍ବୁ ରସକୁ ମିଶାଇ ଏକ ପେଷ୍ଟ ବନାନ୍ତୁ । ଏହି ପେଷ୍ଟକୁ ୧୫ ମିନିଟ୍ ପାଇଁ ମୁହଁ ଓ ବେକରେ ଲଗାନ୍ତୁ । ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ସପ୍ତାହରେ ଦୁଇରୁ ତିନି ଥର ଏମିତି କରନ୍ତୁ । ମୁହଁ ଦାଗମୁକ୍ତ ହେବା ସହ ଉଜ୍ଜ୍ୱଳ ଦିଶିବ ।
-ଏଥିସହ ଗିଲୋୟ ଓ ବେସନର ଫେସ୍ପ୍ୟାକ୍ ମଧ୍ୟ ମୁହଁରେ ଲଗାଇପାରିବେ । ଏଥିପାଇଁ ୧ ଚାମଚ ଗିଲୋୟ ପାଉଡରରେ ୧ ଚାମଚ ବେସନ, ୧ ଚାମଚ ହଳଦୀ ଓ ଗୋଲାପ ଜଳ ମିଶାଇ ଏକ ପେଷ୍ଟ କରି ନିଅନ୍ତୁ । ଏହାକୁ ମୁହଁ ଓ ବେକରେ ଲଗାଇ ୧୫ ମିିନିଟ୍ ପରେ ଧୋଇ ଦିଅନ୍ତୁ ।
– ୧ ଚାମଚ ଗିଲୋୟ ସହ ୧ ଚାମଚ ମହୁ ଓ ୧ ଚାମଚ ଆଲୋଭେରା ଜେଲ୍ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ ମୁହଁ ଓ ବେକରେ ଲଗାଇ ୧୫ ମିିନିଟ୍ ପରେ ଧୋଇ ଦିଅନ୍ତୁ । ଦେଖିବେ ଚେହେରା ଚମକିବ ।