Below header

ପତ୍ନୀ ହତ୍ୟା ଅଭିଯୋଗରେ ଆଜୀବନ ଜେଲ

ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ ଜେଲ । ଆଜୀବନ କାରାଦଣ୍ଡାଦେଶ ଦେଲେ କଟକ ଜିଲ୍ଲା ଦୌରା ଜଜ କୋର୍ଟ । ଗୋବିନ୍ଦ ଆଲିଆସ କାବଳ ମୁଣ୍ଡାକୁ ଆଜୀବନ ଜେଲ ।

କଟକ : ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ ଜେଲ । ଆଜୀବନ କାରାଦଣ୍ଡାଦେଶ ଦେଲେ କଟକ ଜିଲ୍ଲା ଦୌରା ଜଜ କୋର୍ଟ । ଗୋବିନ୍ଦ ଆଲିଆସ କାବଳ ମୁଣ୍ଡାକୁ ଆଜୀବନ ଜେଲ । ୨୦୨୧ ମସିହା ଜୁନ ୧୩ ତାରିଖ ଦିନ  ନିଜ ପତ୍ନୀ ସାବିତ୍ରୀ ମୁଣ୍ଡାକୁ ଲୁହା ରଡ଼ରେ ଆକ୍ରମଣ କରିଥିଲା ଗୋବିନ୍ଦ । ୧୪ ତାରିଖ ଦିନ ଏସ ସି ବିରେ ସାବିତ୍ରୀଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ମୃତ  ଘୋଷଣା କରିଥିଲେ ଡାକ୍ତର ।

ଏହି ମାମଲାରେ ମୋଟ ୧୬ ଜଣଙ୍କର ସାଖ୍ୟ ଗ୍ରହଣ କରାଯାଇଥିଲା । ଆଇ ପି ସି ର ଧାରା ୩୦୨ ଅନୁଯାୟୀ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ୧୦ ହଜାର ଟଙ୍କାର ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।

ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହା ଛଡା ଆଇ ପି ସି ର ଧାରା ୪୯୮(କ) ଅନୁଯାୟୀ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ଓ ପାଞ୍ଚ ହଜାର ଟଙ୍କାର ଆର୍ଥିକ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି କୋର୍ଟ । ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.