Below header

ରୋହିତ ଶର୍ମା କାହିଁକି କାନ୍ଦିଲେ ? ଫ୍ୟାନ୍ସଙ୍କ ମନରେ ଉଙ୍କିମାରୁଛି ଅନେକ ପ୍ରଶ୍ନ

ଆଇପିଏଲରେ ୫୫ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ହାଇଦ୍ରାବାଦକୁ ମୁମ୍ବାଇ ଇଣ୍ଡିଆନ୍ସ ହରାଇଥିଲା । ତେବେ ବିଜୟ ପରେ ମଧ୍ୟ ରୋହିତ ଶର୍ମା ଖୁସି ନଥିଲେ । ରୋହିତ ଡ୍ରେସିଂ ରୁମରେ ବସି ତାଙ୍କୁ କାନ୍ଦୁଥିବା ଦେଖିବାକୁ ମିଳିଛି ।

ଡ୍ରେସିଂ ରୁମରେ କାନ୍ଦିଲେ ରୋହିତ ଶର୍ମା । ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ମ୍ୟାଚ ଜିତିବା ପରେ ରୋହିତ ଡ୍ରେସିଂ ରୁମ୍ରେ ବସି ସେ କାନ୍ଦୁଥିବା ନଜର ଆସିଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ରୋହିତଙ୍କ ଏଭଳି ଭିଡିଓ ଦେଖି ଫ୍ୟାନ୍ସ ଚିନ୍ତାରେ ପଡିଯାଇଛନ୍ତି ।

ଖବର ମୁତାବକ, ଆଇପିଏଲରେ ୫୫ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ହାଇଦ୍ରାବାଦକୁ ମୁମ୍ବାଇ ଇଣ୍ଡିଆନ୍ସ ହରାଇଥିଲା । ତେବେ ବିଜୟ ପରେ ମଧ୍ୟ ରୋହିତ ଶର୍ମା ଖୁସି ନଥିଲେ । ରୋହିତ ଡ୍ରେସିଂ ରୁମରେ ବସି ତାଙ୍କୁ କାନ୍ଦୁଥିବା ଦେଖିବାକୁ ମିଳିଛି । ଭିଡିଓକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଭାଇରଲ ହେଉଥିବା ଭିଡିଓରେ ହିଟ୍ ମ୍ୟାନ୍ କାନ୍ଦିବା ଦେଖି ଫ୍ୟାନ୍ସ ଦୁଃଖିତ ହୋଇପଡିଛନ୍ତି । ଫ୍ୟାନ୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସରୁ ଅଧିନାୟକ ପଦ ଯିବା ପରେ ହାର୍ଦ୍ଦିକ ଅଧିନାୟକ ହୋଇଥିଲେ । ହୁଏତ ଏଥିପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରେ ମଧ୍ୟପହଞ୍ଚିପାରୁନାହିଁ । ହାର୍ଦ୍ଦିକଙ୍କ ନେତୃତ୍ୱରେ ଟିମ୍‌ ୧୨ଟି ମ୍ୟାଚରୁ ୮ଟି ହାରିଥିବା ବେଳେ ୪ଟି ମ୍ୟାଚ ଜିତିଛି ।

ଗତକାଲି ହାଇଦ୍ରାବାଦକୁ ୭ ଓ୍ୱିକେଟରେ ହରାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ହାଇଦ୍ରାବାଦ ବିରୋଧ ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବ ଶତକ ମାରି ଟିମକୁ ଜିତାଇ ଥିଲେ । ତେବେ ରୋହିତ ଶର୍ମା ଉକ୍ତ ମ୍ୟାଚରେ କେବଳ ୪ ରନ୍ ହିଁ କରିପାରି ଥିଲେ । ହେଲେ ରୋହିତ ଶର୍ମା କାହିଁକି ମନଦୁଃଖ କରିଛନ୍ତି, ତାହାର ସତ୍ୟତା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନାଯୋଗ୍ୟ,  ଟି୨୦ ବିଶ୍ୱକପରେ ଭାରତୀୟ ଟିମର ଅଧିନାୟକତ୍ୱ ରୋହିତ ଶର୍ମା କରିବେ । ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମର ଅଫିସିଆଲ ଜର୍ସି ଉନ୍ମୋଚିତ ହୋଇଛି । ଜସି ଲଞ୍ଚ ସ୍ପେଶାଲ ଅନ୍ଦାଜରେ ହୋଇଛି । ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମର ଖେଳାଳି ଆଡିଡାସ କମ୍ପାନୀର ଜର୍ସି ପିନ୍ଧିବେ । ଏହାକୁ ନେଇ କମ୍ପାନୀ ଅଫିସିଆଲ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରିଛି । ଭିଡିଓରେ ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବ ମଇଦାନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଆଉ ଏହି ସମୟରେ ହେଲିକପ୍ଟରରେ ଟିମର ଜର୍ସି ଉଡି ଉଡି ଆସୁଛି । ଏହାପରେ ରୋହିତ ଦୁଇ ଖେଳାଳିଙ୍କ ଆଡକୁ ଇଙ୍ଗିତ କରୁଛନ୍ତି । ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଜର୍ସିର ଲଞ୍ଚ ହୋଇଛି ।

ସ୍ପୋର୍ଟସ ୱେୟାର ବ୍ରାଣ୍ଡ ଆଡିଡାସ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ଲେଖିଛି, ଓ୍ଵାନ ଜର୍ସି, ଓ୍ଵାନ ନେସନ ! ଏହାସହିଜ ଆଜିଠାରୁ ଜର୍ସି ଷ୍ଟାର ଏବଂ ଅନଲାଇନରେ ଉପଲବ୍ଧ ହେବ ବୋଲି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.