Below header

କନ୍ଧମାଳ ସଂସଦୀୟ କ୍ଷେତ୍ରରେ ବିଜେଡିର ହାଇଭୋଲଟେଜ ପ୍ରଚାର

ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଫିରିଙ୍ଗିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ପଥପ୍ରାନ୍ତ ନିର୍ବାଚନୀ ସଭାରେ ଭୋଟ ଭିକ୍ଷା କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ଫୁଲବାଣୀ ବିଧାୟିକା ପ୍ରାର୍ଥୀ ଜୟଶ୍ରୀ କହଁର ।

କନ୍ଧମାଳ ସଂସଦୀୟ କ୍ଷେତ୍ରରେ ବିଜେଡିର ହାଇଭୋଲଟେଜ ପ୍ରଚାର । ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଫିରିଙ୍ଗିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ପଥପ୍ରାନ୍ତ ନିର୍ବାଚନୀ ସଭାରେ ଭୋଟ ଭିକ୍ଷା କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ଫୁଲବାଣୀ ବିଧାୟିକା ପ୍ରାର୍ଥୀ ଜୟଶ୍ରୀ କହଁର । ସଲାଗୁଡା, ଗୋଚ୍ଛାପଡା, ପଲାବୁଡି, କାଶିନିପଦର ଆଦି ପଞ୍ଚାୟତରେ ପଥପ୍ରାନ୍ତ ନିର୍ବାଚନ ସଭା ଆୟୋଜିତ ହୋଇଥିଲା ।

ସାଂସଦ ପ୍ରାର୍ଥୀ ଡ. ସାମନ୍ତ ଓ ବିଧାୟକ ପ୍ରାର୍ଥୀ ଡବଲ ଶଙ୍ଖରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ନିବେଦନ କରିଥିଲେ । ଗୋଚ୍ଛାପଡା ପଞ୍ଚାୟତର ଜଣେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟ ରାଜ୍ୟ ପ୍ରତି ନବୀନ ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ ବଖାଣି ଉପସ୍ଥିତ ବିଜେଡି ନେତାଙ୍କୁ ଅଭିଭୂତ କରି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.