Below header

ଗଣତନ୍ତ୍ର ପର୍ବରେ ସାମିଲ ହେଲେ ରିତେଶ-ଜେନେଲିଆ, ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଦେଲେ ଭୋଟ୍‌

ଭୋଟ୍‌ ଦେଲେ ରିତେଶ ଦେଶମୁଖ ଓ ଜେନେଲିଆ ଡିସୁଜା । ବି ଟାଉନର ଏହି ଲୋକପ୍ରିୟ ଯୋଡ଼ି ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜର ମତ ସାବ୍ୟସ୍ତ କରିଛନ୍ତି ।

ଭୋଟ୍‌ ଦେଲେ ରିତେଶ ଦେଶମୁଖ ଓ ଜେନେଲିଆ ଡିସୁଜା । ବି ଟାଉନର ଏହି ଲୋକପ୍ରିୟ ଯୋଡ଼ି ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜର ମତ ସାବ୍ୟସ୍ତ କରିଛନ୍ତି । ଦେଶରେ ଆଜି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟିଂ ଚାଲିଛି । ଏହି ବଲିଉଡ୍‌ ଦମ୍ପତି ମହାରାଷ୍ଟ୍ରର ଲାତୁର ଲୋକସଭା ଆସନରୁ ନିଜର ବହୁମୂଲ୍ୟ ଭୋଟ୍‌ ଦେଇଛନ୍ତି ।

ମତଦାନ ସମୟରେ ରିତେଶ ଓ ଜେନେଲିଆଙ୍କ ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । କହି ରଖୁଛୁ ଯେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରିତେଶ ଦେଶମୁଖଙ୍କ ବାପା ବିଳାସରାଓ ଦେଶମୁଖ ଲାତୁରରେ ଜନ୍ମଗ୍ରହଣ କରିଥିଲେ । ଲମ୍ବା ସମୟରୁ ଦେଶମୁଖ ପରିବାର ଏହି ଲୋକସଭା ଆସନରୁ ଭୋଟ୍‌ ଦେଇ ଆସୁଛନ୍ତି । ଏଥର ମଧ୍ୟ ନିର୍ବାଚନରେ ରିତେଶ ଦେଶମୁଖ ପତ୍ନୀ ଜେନେଲିଆ ଡିସୁଜାଙ୍କ ସହ ଲାତୁରରେ ପହଞ୍ଚି ମତଦାନ କରିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓରେ ରିତେଶ ଓ ଜେନେଲିଆ ଭୋଟ୍‌ ଦେଉଥିବାର ଦେଖାଯାଉଛନ୍ତି । ଜେନେଲିଆ ଗଣମାଧ୍ୟମକୁ କହିଛନ୍ତି, ‘ଏହା ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ମୋତେ ଲାଗୁଛି, ଆଜି ଆମେ ସମସ୍ତେ ଭୋଟ୍‌ ଦେବା ଉଚିତ୍‌’ ।

ସେହିପରି ହାଉସ୍‌ଫୁଲ-୫ର ଅଭିନେତା ରିତେଶ ଦେଶମୁଖ ମଧ୍ୟ ମତଦାନ ପରେ ଲୋକଙ୍କୁ ଅପିଲ୍‌ କରି କହିଛନ୍ତି, ‘ମୁଁ ଆଜି ଭୋଟ୍‌ ଦେବା ପାଇଁ ନିଜ ଘର ମୁମ୍ବାଇରୁ ଲାତୁର ଆସିଛି । ସମସ୍ତେ ନିଜ ନିଜ ଘରୁ ଆଜି ବାହାରି ମତଦାନ କରିବା ଉଚିତ୍‌ । କାରଣ, ଆଜି ରାଷ୍ଟ୍ର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଦିନ’ । ଭୋଟ୍‌ ଦେବା ପରେ ରିତେଶ ଦେଶମୁଖ ଓ ଜେନେଲିଆ ଡିସୁଜା ଏହିପରି ଭାବେ ଦେଶର ଜନତାଙ୍କୁ ଅପିଲ୍‌ କରି ନିଜର ମତ ରଖିଛନ୍ତି ।

କହି ରଖୁଛୁ, ଆଜି ଦେଶରେ ତୃତୀୟ ପର୍ୟ୍ୟାୟରେ ମତଦାନ ଚାଲିଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ୧୧ଟି ରାଜ୍ୟର ୯୪ଟି ଆସନରେ ମତଦାନ ପାଇଁ ସକାଳୁ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି । ଇଭିଏମରେ ସିଲ୍ ହେବ ୧୩୫୨ ପ୍ରାର୍ଥୀଙ୍କ ଭାଗ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.