Below header

ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍, ଓଡ଼ିଶାରୁ ରହିଛନ୍ତି ପ୍ରାୟ ୬୫ହଜାର ଛାତ୍ରଛାତ୍ରୀ

ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ । ଏଥିପାଇଁ ପଞ୍ଜୀକରଣ କରିଛନ୍ତି ୨୫ ଲକ୍ଷ ଛାତ୍ରଛାତ୍ରୀ । ଓଡ଼ିଶାରୁ ରହିଛନ୍ତି ପ୍ରାୟ ୬୫ହଜାର ଛାତ୍ରଛାତ୍ରୀ । ଅପରାହ୍ନ ୨ଟାରୁ ୫ଟା ୨୦ ପର୍ଯ୍ୟନ୍ତ ପରୀକ୍ଷା ହେବ। ଓଡ଼ିଆ ଭାଷା ସହିତ ଅନ୍ୟ ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । MBBS, BDS ପରି ମେଡିକାଲ ପାଠ୍ୟକ୍ରମରେ ସାରା ଭାରତରେ ପ୍ରାୟ ୨ଲକ୍ଷ ସିଟ୍ ରହିଛି ।

ନୂଆଦିଲ୍ଲୀ : ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ।  ଏଥିପାଇଁ ପଞ୍ଜୀକରଣ କରିଛନ୍ତି ୨୫ ଲକ୍ଷ ଛାତ୍ରଛାତ୍ରୀ  ।  ଓଡ଼ିଶାରୁ ରହିଛନ୍ତି ପ୍ରାୟ ୬୫ହଜାର ଛାତ୍ରଛାତ୍ରୀ ।  ଅପରାହ୍ନ ୨ଟାରୁ ୫ଟା ୨୦ ପର୍ଯ୍ୟନ୍ତ ପରୀକ୍ଷା ହେବ । ଓଡ଼ିଆ ଭାଷା ସହିତ ଅନ୍ୟ ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ।  MBBS, BDS ପରି ମେଡିକାଲ ପାଠ୍ୟକ୍ରମରେ ସାରା ଭାରତରେ ପ୍ରାୟ ୨ଲକ୍ଷ ସିଟ୍ ରହିଛି ।

ନିଟ୍ ପରୀକ୍ଷା ପାଇଁ ଏନଟିଏ ପରୀକ୍ଷା ନିର୍ଦ୍ଦେଶାବଳୀ ଏବଂ ଡ୍ରେସ କୋଡ୍ ଜାରି କରାଯାଇଛି । ଯେଉଁମାନେ ଏହି ଡ୍ରେସ କୋଡକୁ ଫଲୋ ନକିରବେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରରୁ ବାହାର କରିଦିଆଯିବ । ପୁଅ ଏବଂ ଝିଅମାନଙ୍କ ପାଇଁ ପୃଥକ ଭାବରେ ନିଟ୍ ୨୦୨୪ ଡ୍ରେସ୍ କୋଡ୍ ଜାରି କରାଯାଇଛି । ନିଟ୍ ୟୁଜି ପରୀକ୍ଷା ଦେବାକୁ ଯାଉଥିବା ପୁଅମାନଙ୍କୁ ଅଧା ସ୍ଲିଭ୍ ସାର୍ଟ କିମ୍ବା ଟି-ସାର୍ଟ ଏବଂ ଚପଲ ପିନ୍ଧିବାକୁ ପଡ଼ିବ । ଝିଅମାନଙ୍କ ପାଇଁ ଆସେସୋରିଜ୍ ଏବଂ ଅଳଙ୍କାରକୁ ନା କହିବା ବାଧ୍ୟତାମୂଳକ ଏବଂ ହାଲୁକା ପୋଷାକ ସହିତ ହିଲ୍ ଥିବା ଏବଂ ଜୋତା ପିନ୍ଧି ଯିବା ବାଧ୍ୟତାମୂଳକ । ଝିଅମାନଙ୍କୁ କୁର୍ତ୍ତି ପିନ୍ଧିବାକୁ ଅନୁମତି ନାହିଁ । ପ୍ରାର୍ଥୀଙ୍କ ପାଇଁ କୌଣସି ପ୍ରକାରର ଇଲେଟ୍ର୍କୋନିକ ଗ୍ୟାଜେଟ ପରୀକ୍ଷା କେନ୍ଦ୍ରକୁ ନେବା ଉପରେ ସଂପୂର୍ଣ୍ଣ ନିଷେଧ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.