Below header

ଆଜି ଓଡ଼ିଶା ଆସିବେ ଜେପି ନଡ୍ଡା, ଅପରାହ୍ଣ ୩ଟାରେ ଭୁବନେଶ୍ବରରେ ପହଞ୍ଚିବେ

ଆଜି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଜେପି ନଡ୍ଡାଙ୍କ ଏହା ଦ୍ବିତୀୟ ଗସ୍ତ । ଅପରାହ୍ଣ ୩ଟାରେ ଭୁବନେଶ୍ବରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଆଜି ଓଡ଼ିଶା ପାଇଁ ବିଜେପିର ଇସ୍ତାହାର ବା ସଂକଳ୍ପ ପତ୍ର ପ୍ରକାଶ କରିବେ ଜେପି ନଡ୍ଡା । ମେ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଏହା ପୂର୍ବରୁ ସଂକଳ୍ପ ପତ୍ର ପ୍ରକାଶ କରିବ ବିଜେପି । ଅପରାହ୍ଣ ସାଢ଼େ ୩ଟାରେ ସଂକଳ୍ପପତ୍ର ପ୍ରକାଶ କରିବା କାର୍ଯ୍ୟକ୍ରମ ରହିଛି।

ଭୁବନେଶ୍ୱର (କେନ୍ୟୁଜ): ଆଜି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।  ଜେପି ନଡ୍ଡାଙ୍କ ଏହା ଦ୍ବିତୀୟ ଗସ୍ତ ।  ଅପରାହ୍ଣ ୩ଟାରେ ଭୁବନେଶ୍ବରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି ।  ଆଜି ଓଡ଼ିଶା ପାଇଁ ବିଜେପିର ଇସ୍ତାହାର ବା ସଂକଳ୍ପ ପତ୍ର ପ୍ରକାଶ କରିବେ ଜେପି ନଡ୍ଡା । ମେ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଏହା ପୂର୍ବରୁ ସଂକଳ୍ପ ପତ୍ର ପ୍ରକାଶ କରିବ ବିଜେପି ।  ଅପରାହ୍ଣ ସାଢ଼େ ୩ଟାରେ ସଂକଳ୍ପପତ୍ର ପ୍ରକାଶ କରିବା କାର୍ଯ୍ୟକ୍ରମ ରହିଛି । ତେବେ ଓଡ଼ିଶା ଆସିବା ପୂର୍ବରୁ ଜେପି ନଡ୍ଡାଙ୍କର ଛତିଶଗଡ଼ରେ ରାଲି ରହିଛି । ଏହି ରାଲି ସାରିବା ପରେ ଭୁବନେଶ୍ବରରେ ପହଞ୍ଚିବେ ନଡ୍ଡା ।

ସେହିପରି ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜେପି ପକ୍ଷରୁ ମୋଦିଙ୍କୁ ଦିଆଯିବ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ହଜାର ହଜାର ସଂଖ୍ୟାରେ ଲୋକ ବିମାନ ବନ୍ଦର ବାହାରେ ମୋଦିଙ୍କୁ ସ୍ୱାଗତ କରିବେ । ରାଜଭବନରେ ରାତିରେ ରହିବେ ପ୍ରଧାନମନ୍ତ୍ରୀ ମୋଦି । ୬ ତାରିଖ ସକାଳୁ ବ୍ରହ୍ମପୁର ଅଭିମୁଖେ ବାହାରି ଯିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ବ୍ରହ୍ମପୁରରେ ବିଶାଳ ସମାବେଶରେ ଯୋଗ ଦେବେ । ତା’ପରେ ନବରଙ୍ଗପୁରରେ ମଧ୍ୟ ବଡ଼ ଜନସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ବରରେ ପହଞ୍ଚିଲା ପରେ ବିମାନ ବନ୍ଦରରୁ ରାଜ ଭବନ ପର୍ଯ୍ୟନ୍ତ କେମିତି ସୁରକ୍ଷା ବ୍ୟବସ୍ଥା ରହିବ ସେନେଇ କମିଶନରେଟ୍ ପୋଲିସ ତରଫରୁ କାରକେଡ ରିହରସଲ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.