Below header

ବିଦ୍ୟୁତ ଆଘାତରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ବିଦ୍ୟୁତ ଆଘାତରେ ଚାଲିଗଲା ବାପ-ପୁଅଙ୍କ ଜୀବନ । ମାଆ ଗୁରୁତର। ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗାଁରେ ଏହି ଅଘଟଣ ଘଟିଛି। ମୃତକ ଦୁଇ ଜଣ ହେଲେ ବାପା ଗଣେଶ ମଣ୍ଡଳ ଓ ପୁଅ ଆସୁ ମଣ୍ଡଳ। ମା ତୁଳସୀ ମଣ୍ଡଳଙ୍କୁ ଗୁରୁତର ଅବସ୍ଥାରେ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଯାଜପୁର (କେନ୍ୟୁଜ): ବିଦ୍ୟୁତ ଆଘାତରେ ଚାଲିଗଲା ବାପ-ପୁଅଙ୍କ ଜୀବନ । ମାଆ ଗୁରୁତର। ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗାଁରେ ଏହି ଅଘଟଣ ଘଟିଛି। ମୃତକ ଦୁଇ ଜଣ ହେଲେ ବାପା ଗଣେଶ ମଣ୍ଡଳ ଓ ପୁଅ ଆସୁ ମଣ୍ଡଳ। ମା ତୁଳସୀ ମଣ୍ଡଳଙ୍କୁ ଗୁରୁତର ଅବସ୍ଥାରେ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ବାପପୁଅ ଘରେ କୌଣସି ବିଦ୍ୟୁତ ମରାମତି କାମ କରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ପ୍ରଥମେ ଆଶୁ ମଣ୍ଡଳଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା  । ତାଙ୍କୁ ବାପା ଗଣେଶ ମଣ୍ଡଳ ଓ ମା’ ତୁଳସୀ ମଣ୍ଡଳ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ।  ପୁଅକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଗଣେଶ ମଣ୍ଡଳଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ତୁଳସୀ ମଣ୍ଡଳ ଗୁରୁତର ଆହାତ ହୋଇ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।  ଘଟଣା ସ୍ଥଳରେ ଦାନଗଦି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.