Below header

ମୁଣ୍ଡ ଉପରେ ଖରାଦିନ; ପାନୀୟ ଜଳ ପାଇଁ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

ଖରା ଦିନେ ଜଳ ସଙ୍କଟ । ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଛେଳିଗଡ଼ ଗ୍ରାମରେ ପାନୀୟ ଜଳ ପାଇଁ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ ।  ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଞ୍ଚଳରେ ପାନୀୟ ଜଳର ସମସ୍ୟା ରହିଛି । ତେବେ ରାସ୍ତାରେ ଗରା, ବାଲଟି ରଖି ଅବରୋଧ କରିଛନ୍ତି ଗ୍ରାମବାସୀ । ଏହି ଅନ୍ଦୋଳନ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ଘଟିଛି । ଏନେଇ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି l କିନ୍ତୁ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଲୋକେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ।

ମୋହନା (କେନ୍ୟୁଜ): ଖରା ଦିନେ ଜଳ ସଙ୍କଟ । ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଛେଳିଗଡ଼ ଗ୍ରାମରେ ପାନୀୟ ଜଳ ପାଇଁ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ ।  ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଞ୍ଚଳରେ ପାନୀୟ ଜଳର ସମସ୍ୟା ରହିଛି । ତେବେ ରାସ୍ତାରେ ଗରା, ବାଲଟି ରଖି ଅବରୋଧ କରିଛନ୍ତି ଗ୍ରାମବାସୀ । ଏହି ଅନ୍ଦୋଳନ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ଘଟିଛି ।  ଏନେଇ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । କିନ୍ତୁ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଲୋକେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ।

ସ୍ଥାନୀୟ ଖ୍ରୀଷ୍ଟିଆନ ସାହି ନିକଟରେ ମହିଳା ମାନେ ଜାତୀୟ ରାଜପଥ ୩୨୬ ରେ ଗରା ମାଠିଆ ରଖି ପ୍ରତିବାଦ କରିବା ସହ ରାସ୍ତା ରୋକ କରିଛନ୍ତି । ରାସ୍ତା ରୋକ ଫଳରେ ମୋହନା – ପାରଳାଖେମୁଣ୍ଡି ଏବଂ ବ୍ରହ୍ମପୁର – ପାରଳାଖେମୁଣ୍ଡି କୁ ଛେଳିଗଡ଼ ଦେଇ ଯାତାୟତ ପ୍ରଭାବିତ ହୋଇଛି ।  ଆର. ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.