Below header

ପାରିବାରିକ କଳହକୁ କେନ୍ଦ୍ର କରି ଅଭାବନୀୟ ଘଟଣା: ଶ୍ୱଶୁର ମାଡରେ ବୋହୂ ଗୁରୁତର

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଧନିଆପଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ପ୍ରଥମେ ପାଟିତୁଣ୍ଡ ଓ ପରେ ଶ୍ୱଶୁର ଜଣଙ୍କ ବୋହୂକୁ ନିସ୍ତୁକ ମାଡ ମାରି ଲହୁଲୁହାଣ କରିଥିବା ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି ।

ମହାକାଳପଡା(କେନ୍ୟୁଜ୍‌): ଚାଲିଛି ପାଟି ତୁଣ୍ଡ । କିଏ କାହାକୁ ଛାଡିବାକୁ ନାରାଜ । ବୁଢା ଲୋକଟି ହାତରେ ଶାବଳଟିଏ ଧରି ଯୁକ୍ତିତର୍କ କରିବାରେ ଲାଗିଛନ୍ତି । ମଝିରେ ମଝିରେ ଅଶ୍ଳିଳ ଭାଷା ବି କହୁଛନ୍ତି । ଆଉ ତାଙ୍କୁ ଏସବୁ ନକରିବା ପାଇଁ ଅଟକାଉଛନ୍ତ ଜଣେ ବୃଦ୍ଧା, ଯିଏକି ତାଙ୍କର ସ୍ତ୍ରୀ । ତେବେ ବୁଢା ଲୋକଟି ଏମିତି କାହା ସହିତ ପାଟିତୁଣ୍ଡ କରୁଛନ୍ତି? ଏପଟେ ଅପରପକ୍ଷର ଦୃଶ୍ୟ କିଛି ଦେଖାଯାଉଥିଲେ ବି ଜଣେ ମହିଳାଙ୍କର ପାଟି ଶୁଭାଯାଉଛି । ଆଉ ଅପରପକ୍ଷରୁ କିଏ ଜଣେ ଏହି ଭିଡିଓଟିକୁ ମୋବାଇଲରେ ରେକର୍ଡିଂ କରୁଛନ୍ତି । ତେବେ କ୍ୟାମେରା ପଛରୁ ଜଣେ ମହିଳାବି ବୃଦ୍ଧଙ୍କ ସହିତ ତାଳରେ ମେଳ ଲଗାଇ ଯୁକ୍ତି କରୁଥିବା ଶୁଣିବାକୁ ମିଳୁଛି । ତେବେ ଏମାନେ କିଏ? କାହିଁକି ଏମିତି ପାଟିତୁଣ୍ଡ, ସହିତ ଅଶ୍ଳିଳ ଭାଷା କୁହାକୁହି ହେଉଛନ୍ତି?

ତେବେ ଯାହା ସୂଚନା ମିଳିଛି କି , ଏହି ବୃଦ୍ଧ ଦମ୍ପତି ହେଛନ୍ତି ଶାଶୁ,ଶ୍ୱଶୁର ଓ କ୍ୟାମେରା ପଛରେ ଥିବା ମହିଳା ଜଣକ ହେଉଛନ୍ତି ବୋହୂ । ମାନେ ଏଠାରେ ଚାଲିଛି ଶ୍ୱଶୁର ଓ ବୋହୂ ଭିତରେ ଘମାଘୋଟ କଳି । କିଏ କାହାକୁ ଛାଡିବାକୁ ନାରାଜ । ଶ୍ୱଶୁର ନିଜ ଝିଅ ସମାନ ବୋହୂକୁ ଶାବଳ ଧରି ବାଡେଇବାକୁ ଚିଇଁକି ଉଠୁଥିବା ବେଳେ ଏବେ ବୋହୂବି ବାପା ସମାନ ଶ୍ୱଶୁରକୁ ତୁ,ତା,ବେ,ବାରେ ପୁରା ଦମ୍ ରେ ଉତ୍ତର ଦେଉଛନ୍ତି ।

ଆଉ ଏପଟେ ବୃଦ୍ଧା ଶାଶୁ ଜଣକ କିଛି ଉପାୟ ନପାଇ ନିଜ ସ୍ୱାମୀଙ୍କୁ ଅଟକାଉଛନ୍ତି ଏହି କଳି ଝଗଡା ଠାରୁ । ହେଲେ କଣ ହେବ ଶ୍ୱଶୁର କିଛି ଶୁଣିବାକୁ ନରାଜ । ଆଜି ଯାହା ହେଲେ ବି ବୋହୂକୁ ପାନେ ଦେବେ । ସେଥିପାଇଁ ଦେହରେ ବଳ ନଥିଲେ ସୁଦ୍ଧା ଫୁଲ୍ ଜୋସ୍ ରେ ମାତିଛନ୍ତି । ଆଉ ବୋହୂ ବି ଚୁପ୍ ହେବାର ନା ଧରୁନାହାନ୍ତି । ଏମିତି କିଛି ସମୟରେ ଧରି ଚାଲିଲା ହାଇଡ୍ରାମା । ତେବେ କଥାରେ ଅଛି ନା ଅତି ଲେମ୍ବୁ ଚିପୁଡିଲେ ପିତା । ତାପରେ ଶେଷରେ ଯାହା ପରିମାଣ ନକହିବା ଭଲ ।

ତେବେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଧନିଆପଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ପ୍ରଥମେ ପାଟିତୁଣ୍ଡ ଓ ପରେ ଶ୍ୱଶୁର ଜଣଙ୍କ ବୋହୂକୁ ନିସ୍ତୁକ ମାଡ ମାରି ଲହୁଲୁହାଣ କରିଥିବା ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି । ଶ୍ୱଶୁରଙ୍କ ଶାବଳ ମାଡରେ ବୋହୂ ଗୁରୁତର ହୋଇ ପ୍ରଥମେ ମାର୍ଶାଘାଇ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା କୁହାଯାଉଛି । ଏଭଳି କାଣ୍ଡ ଘଟିବା ପରେ ଶ୍ୱଶୁର ଫେରାର ଥିବା ବେଳେ ପୋଲିସ୍ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.