Below header

ଅଭାବୀ ଧନପତିଙ୍କ ଆକୁଳ ନିବେଦନ, ମୋତେ ସାହାଯ୍ୟ କରନ୍ତୁ ନହେଲେ ଚାଲିଯିବ ଜୀବନ

ଏ ଅସାଧ୍ୟ ରୋଗକୁ ସାଙ୍ଗରେ ମୁଁ କେତେ ଦିନ ବୋହିବି ବୋଲି ବସି ଭାବୁଛନ୍ତି ଧନପତି ।

ହରଭଙ୍ଗା (କେନ୍ୟୁଜ): ସବୁବେଳେ ଗରିବ କଣ ପାଇଁ କଷ୍ଟ ସହେ । ଗରିବ କିଛି କରିପାରିବନି ବୋଲି ତାକୁ ହିଁ ଭଗବାନ ଦେଇଦିଅନ୍ତି ଅସହ୍ୟ କଷ୍ଟ । ଯାହାକୁ ଚାହିଁଲେ ବି ଭଲ କରିପାରିବନି ଜଣେ ଲୋକ । ଘରର ପିଣ୍ଡା ଉପରେ ବସି ଧନପତି ଭାବୁଛନ୍ତି, କଣ ମୁଁ ଗରିବ ଅସହାୟ ବୋଲି ଭଗବାନ ଆଜି ମୋତେ ଏତେ କଷ୍ଟ ଦେଉଛନ୍ତି । ଏତେ ବଡ ରୋଗ ଦେଇଦେଲେ ଯେ ମୁଁ ଭଲ ହେବାକୁ ବି ମୋ ପାଖରେ ଏବେ ସମ୍ବଳ ନାହିଁ । ଏ ଅସାଧ୍ୟ ରୋଗକୁ ସାଙ୍ଗରେ ମୁଁ କେତେ ଦିନ ବୋହିବି ବୋଲି ବସି ଭାବୁଛନ୍ତି ଧନପତି ।

ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାଣୀଭୁଷଣପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭିମଖୋଲ ଗାଁର ଧନପତି ଭୋଇ । ଯିଏକି କିଡନୀ ରୋଗରେ ଶିକାର ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଗତ ୩ ବର୍ଷ ହେବ କିଡନି ରୋଗରେ ପଡି କଷ୍ଟ ଭୋଗୁଛନ୍ତି । ୩ ବର୍ଷ ତଳେ ପ୍ରଥମେ ମୁହଁ ଓ ହାତଗୋଡ ଫୁଲିବାକୁ ଲାଗିଲା । ପରେ ମେଡିକାଲ ଯାଇ ପରୀକ୍ଷା କରିବା ପରେ ଡାକ୍ତର ତାଙ୍କୁ କିଡନି ରୋଗର ଶିକାର ହୋଇଥିବା କଥା କହିଥିଲେ । ସେହି ଦିନଠାରୁ ସେ ନିୟମିତ ଚିକିତ୍ସିତ ହୋଇ ଆସୁଛନ୍ତି ।

ଧନପତି ପରିବାରର ଏକ ମାତ୍ର ରୋଜଗାର ବ୍ୟକ୍ତି ହୋଇଥିବାରୁ ସେ ଆଉ କାମଧନ୍ଦା କାରିପାରୁ ନାହାନ୍ତି । ପରିବାର ପ୍ରତିପୋଷଣ କରିବା ତାଙ୍କ ପାଇଁ କଷ୍ଟ ସାଧ୍ୟ ହୋଇପଡିଛି । ତେବେ ତାଙ୍କ କହିବା କଥା ଯେ ସେ ଗାଁରେ ଥିବା ନଳକୁପରୁ ବାହାରୁଥିବା ଦୁଷିତ ପାଣି ପିଇ କିଡନି ରୋଗର ଶିକାର ହୋଇଛନ୍ତି। ତେବେ ଭିମଖୋଲ ଗାଁରେ ଗତ ୩ ବର୍ଷରେ ଦୁଇ ଜଣ କିଡିନି ରୋଗୀଙ୍କ ଜିବନ ଯାଇଥିବା ମଧ୍ୟ କହିଛନ୍ତି ସେ ।

ତେବେ ଗରିବ ଅସହାୟ ଧନପତିଙ୍କୁ ଯଦି ସରକାରୀ ସହାୟତା ମିଳନ୍ତା ତାହେଲେ ସେ ନିଶ୍ଚୟ ଭାବେ ଭଲ ହୋଇ ପାରନ୍ତେ । ଏବଂ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ସେ ଭଲ ହୋଇଗଲେ ତାଙ୍କ ପରିବାରର ସ୍ଥିତି ବି ସୁଧୁରି ପାରନ୍ତା । ଆମର ଅନୁରୋଧ ନିଶ୍ଚୟ ଭାବେ ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର ଏବଂ କାହିଁକି ଏପରି ଲୋକମାନେ କିଡନୀ ରୋଗର ଶିକାର ହେଉଛନ୍ତି ତାର ବି ଯାଞ୍ଚ ବି ହେବା ଦରକାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.