Below header

ଭୁବନେଶ୍ୱର ବିମାନବନ୍ଦରରୁ ୩.୭୭ କେଜି ସୁନା ଜବତ, ୪ ଗିରଫ

ଭୁବନେଶ୍ବର ବିମାନବନ୍ଦରରୁ ୩.୭୭ କିଲୋ ସୁନା ଜବତ। ସୁନା ଜବତ କଲା କେନ୍ଦ୍ରୀୟ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଟିମ୍ ।

ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରରୁ ୩.୭୭ କିଲୋ ସୁନା ଜବତ। ସୁନା ଜବତ କଲା କେନ୍ଦ୍ରୀୟ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଟିମ୍ । ଦୁବାଇରୁ ଆସୁଥିବା ୪ ଜଣ ବ୍ୟକ୍ତିଙ୍କ ନିକଟରୁ ଏହି ସୁନା ଜବତ କରାଯାଇଛି । ସ୍ମଗ୍ଲିଂ ସୁନାର ଆନୁମାନିକ ମୂଲ୍ୟ ୨କୋଟି ୭୯ ଲକ୍ଷ ଟଙ୍କା ହେବ । ୧୨ଟି କେପସୁଲରେ ପେଷ୍ଟ ଆକାରରେ ସୁନା ଚାଲାଣ କରୁଥିଲେ ।

ଚାରି ଜଣଙ୍କୁ କଷ୍ଟମସ ଆଇନ ଅନୁଯାୟୀ ଗିରଫ କରାଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଛି । ଏହି ଯାତ୍ରୀମାନେ ଗତ ୬ ତାରିଖରେ ଏଠାକୁ ଆସିଥିଲେ। ସନ୍ଦେହ ହେବାରୁ ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା।  ତରଳ ସୁନାର ଚୋରା ଚାଲାଣ ପାଇଁ ଉଦ୍ୟମ କରୁଥିଲେ। ଏହି ସୁନାକୁ ସେମାନେ କ୍ୟାପସୁଲ ମାଧ୍ୟମରେ ନିଜ ମଳଦ୍ୱାରରେ ରଖି ଦୁବାଇରୁ ଆଣିଥିଲେ। ସେମାନଙ୍କ ଠାରୁ ୧୨ଟି କ୍ୟାପସୁଲରେ ଥିବା ତରଳ ସୁନାକୁ ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.