Below header

ଆଇପିଏଲ ମ୍ୟାଚରେ କେଜ୍ରିଓ୍ଵାଲଙ୍କ ସପୋର୍ଟରେ ନାରାବାଜୀ, ୩ ଅଟକ

ମ୍ୟାଚ ସମୟରେ କିଛି ଲୋକ କେଜ୍ରିଓ୍ଵାଲଙ୍କ ସପକ୍ଷରେ ନାରାବାଜୀ କରୁଥିଲେ । ସେମାନଙ୍କ ଟି ସାର୍ଟରେ ଲେଖାଥିଲା, ଜେଲର ଜବାବ ଭୋଟରେ । ଷ୍ଟାଡିମୟରେ ଥିବା ସୁରକ୍ଷା ବ୍ୟବସ୍ଥା କଡାକଡି ଥିବାରୁ ପୋଲିସ କର୍ମଚାରୀ ସେମାନଙ୍କୁ ବୁଝାଇଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଫେରିଯାଇଥିବା ବେଳେ ୩ ଜଣ ଷ୍ଟାଡିୟମରେ ପଶି ନାରାବାଜୀ କରୁଥିଲେ । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।

ଆଇପିଏଲ୍‌ ୨୦୨୪ରେ ୫୬ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିଲା । ଆଉ ଏହି ମ୍ୟାଚରେ ଅଦ୍ଭୁତ ନାରାବାଜୀ ଶୁଣିବାକୁ ମିଳିଥିଲା । କିଛି ଦର୍ଶକ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସପୋର୍ଟରେ ନାରାବାଜୀ କରିଥିବାର ନଜର ଆସିଥିଲେ । ଏମାନେ ସ୍ପେଶାଲ ଟି-ସାର୍ଟ ପିନ୍ଧି କେଜ୍ରିଓ୍ଵାଲଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।

ଏହି ମ୍ୟାଚ ସମୟରେ କିଛି ଲୋକ କେଜ୍ରିଓ୍ଵାଲଙ୍କ ସପକ୍ଷରେ ନାରାବାଜୀ କରୁଥିଲେ । ସେମାନଙ୍କ ଟି ସାର୍ଟରେ ଲେଖାଥିଲା, ଜେଲର ଜବାବ ଭୋଟରେ । ଷ୍ଟାଡିମୟରେ ଥିବା ସୁରକ୍ଷା ବ୍ୟବସ୍ଥା କଡାକଡି ଥିବାରୁ ପୋଲିସ କର୍ମଚାରୀ ସେମାନଙ୍କୁ ବୁଝାଇଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଫେରିଯାଇଥିବା ବେଳେ ୩ ଜଣ ଷ୍ଟାଡିୟମରେ ପଶି ନାରାବାଜୀ କରୁଥିଲେ । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।

ପୋଲିସ କହିଛି କି, ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଆସିଥିବା ଫ୍ୟାନ୍ସଙ୍କୁ ଏଭଳି ବ୍ୟବହାର ନ କରିବା ପାଇଁ କହିଥିଲା ପୋଲିସ । କିନ୍ତୁ ସେମାନେ ଶୁଣିନଥିଲେ । ତେଣୁ ପୋଲିସ ଏମାନଙ୍କୁ ଅଟକ ରଖିଛି । ପୋଲିସ କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ବୁଝାଇବା ପରେ ଛାଡି ଦେବ ବୋଲି ଜଣାପଡିଛି ।

ଏହା ପୂର୍ବରୁ ୨୧ ଏପ୍ରିଲରେ ଧର୍ମଶାଳାର ମୁଲ୍ଲାପୁର ଷ୍ଟାଡିୟମରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ କିଛି ଦର୍ଶକ ଏଭଳି ଟି-ସାର୍ଟ ପିନ୍ଧି ଆସିଥିଲେ । ସେମାନଙ୍କ ଟି-ସାର୍ଟରେ ମଧ୍ୟ ସ୍ଲୋଗାନ ଲେଖାଥିଲା । ଏଥିରେ ‘ମେଁ ଭି କେଜ୍ରିଓ୍ଵାଲ ଏବଂ ଜେଲ କା ଜବାବ ଭୋଟ ସେ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.