Below header

ଆସନ୍ତାକାଲି କଳାହାଣ୍ଡି ଓ ନୂଆପଡ଼ାରେ ନିର୍ବାଚନୀ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

କଳାହାଣ୍ଡି ଓ ନୂଆପଡ଼ାରେ ନିର୍ବାଚନୀ ପ୍ରଚାର କରିବେ ବିଜେଡି ସୁପ୍ରିମୋ

ଆସନ୍ତାକାଲି କଳାହାଣ୍ଡି ଓ ନୂଆପଡ଼ାରେ ନିର୍ବାଚନୀ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୧୧ଟା ପାଞ୍ଚ ମିନିଟରେ ଭବାନୀପାଟଣା ଶ୍ରୀକୃଷ୍ଣ ନଗରରେ ପହଁଚି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ନବୀନଙ୍କ ସହ କଳାହାଣ୍ଡିର ୫ ବିଧାନସଭା ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ । ବିଜୁ ଜନତା ଦଳକୁ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିବେ ।

ଏ ନେଇ ରାଜ୍ୟସଭା ସାଂସଦ ସୁଜିତ କୁମାର ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି । ସେହିପରି ମଧ୍ୟାହ୍ନ ୧୨ଟା ୧୦ରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବେ। ଆସନ୍ତା ୧୩ରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.