Below header

କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ଆକ୍ରମଣ

ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ଉମାବଲ୍ଲଭ ରଥଙ୍କ ଉପରେ ଆକ୍ରମଣ ହୋଇଛି । ପୁରୀ ବସଷ୍ଟାଣ୍ଡ ନିକଟରେ କେହି ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଛି ।

ପୁରୀ : ପୁରୀରେ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ଆକ୍ରମଣ । ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି । ପୁରୀ ବସଷ୍ଟାଣ୍ଡ ନିକଟରେ କେହି ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଛି । ଖବର ପାଇ ପୁରୀ ସିଟି ଡିଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ସେପଟେ କିଛି ଦୁବୃର୍ତ୍ତ ଅତର୍କିତ ଭାବେ ଜୀବନରେ ମାରିଦେବାର ଉଦ୍ଦେଶ୍ୟ ନେଇ ଆକ୍ରମଣ କରିଥିଲେ ବୋଲି କହିଛନ୍ତି ଉମାବଲ୍ଲଭ ରଥ । କାଲି ତାଙ୍କର ନାମାଙ୍କନ ଦାଖଲ ଥିବାରୁ ସେ ପୋଲିସକୁ ସୁରକ୍ଷା ମାଗିଛନ୍ତି । ଏତେ ନିର୍ବାଚନ ଲଢ଼ିବା ଭିତରେ ଏଭଳି କେବେ ଘଟି ନାହିଁ ବୋଲି କହିଛନ୍ତି । ଅଭିଯୋଗ ପରେ ଉମାବଲ୍ଲଭ ରଥଙ୍କୁ ତୁରନ୍ତ ବ୍ୟକ୍ତିଗତ ଅଧିକାରୀ ଯୋଗାଇ ଦିଆଯାଇଛି । ଏତଲା ପାଇବା ପରେ ସିସିଟିଭି ଆଧାରରେ ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.