Below header

ମୋବାଇଲ୍‌ ଚଲାଇବାକୁ ବାରଣ କଲା ଭାଇ, ଶୋଇଥିବା ବେଳେ ଭାଇର ଜୀବନ ନେଇଗଲା ଭଉଣୀ

ଛତିଶଗଡର ଖାଇରାଗଡ-ଚୁଇଖାଦାନ-ଗଣ୍ଡାଇ (କେସିଜି) ଜିଲ୍ଲାରେ ମୋବାଇଲ୍ ଫୋନ୍ କୁ ନେଇ ତୁମୁଳକାଣ୍ଡ । ଜଣେ ୧୪ ବର୍ଷର ନାବାଳିକା କୁରାଢ଼ିରେ ରେ ଭାଇକୁ ହତ୍ୟା କରିଛି । ଏଭଳି ଅଭାବନୀୟ ଘଟଣା ଘଟିବା ପରେ ପୋଲିସ ଆମ୍ଲିଡିହକାଲା ଗ୍ରାମରେ ଘଟିଥିବା ଘଟଣା ପରେ ଶନିବାର ନାବାଳିକାକୁ ଗିରଫ କରିଥିଲା ।

ଛତିଶଗଡର ଖାଇରାଗଡ-ଚୁଇଖାଦାନ-ଗଣ୍ଡାଇ (କେସିଜି) ଜିଲ୍ଲାରେ ମୋବାଇଲ୍ ଫୋନ୍ କୁ ନେଇ ତୁମୁଳକାଣ୍ଡ । ଜଣେ ୧୪ ବର୍ଷର ନାବାଳିକା କୁରାଢ଼ିରେ ରେ ଭାଇକୁ ହତ୍ୟା କରିଛି । ଏଭଳି ଅଭାବନୀୟ ଘଟଣା ଘଟିବା ପରେ ପୋଲିସ ଆମ୍ଲିଡିହକାଲା ଗ୍ରାମରେ ଘଟିଥିବା ଘଟଣା ପରେ ଶନିବାର ନାବାଳିକାକୁ ଗିରଫ କରିଥିଲା ।

ପୋଲିସ କହିବା ଅନୁଯାୟୀ, ଶୋଇଥିବା ଭାଇକୁ କୁରାଢ଼ୀରେ ହତ୍ୟା କରିଥିଲା ଭଉଣୀ । ଅଭିଯୁକ୍ତ ଝିଅ ପଚରାଉଚରା ବେଳେ ସେ ତାଙ୍କ ଭାଇ ଦେବପ୍ରସାଦ ଭର୍ମା (୧୮) ଙ୍କ ସହ ଘରେ ଥିବା ସେ କହିଥିଲେ । ଯେତେବେଳେ ପରିବାରର ଅନ୍ୟ ସଦସ୍ୟମାନେ କାମ କରିବାକୁ ଯାଇଥିଲେ, ଭାଇ ଦେବପ୍ରସାଦ ତାଙ୍କୁ ଗାଳି ଦେଇ କହିଥିଲେ ଯେ ସେ ମୋବାଇଲ୍ ଫୋନରେ ପୁଅମାନଙ୍କ ସହ କାହିଁକି କଥାବାର୍ତ୍ତା କରୁଛୁ ବୋଲି ।ଏତିକି କଥାରେ ଭାଇ ଉପରେ ରାଗିଯାଇଥିଲା ଭଉଣୀ । ଆଉ କିଛି ଏପରି କାଣ୍ଡ କରିବସିଲା । ଯେତେବେଳେ ଦେବପ୍ରସାଦ ଶୋଇଥିଲେ ସେତେବେଳେ ଭଉଣୀ ତାଙ୍କ ଭାଇକୁ କୁରାଢ଼ୀ ସାହାଯ୍ୟରେ ଆକ୍ରମଣ କରି ଜୀବନ ନେଇଯାଇଥିଲେ ।

ପୋଲିସ ଅଧିକାରୀ କହିଛନ୍ତି ଯେ, ଦେବପ୍ରସାଦ ତାଙ୍କୁ ମୋବାଇଲ୍ ଫୋନ୍ ବ୍ୟବହାର ନକରିବାକୁ କହିଥିଲେ । ସେଥିପାଇଁ ଝିଅଟି ତାଙ୍କ ଭାଇକୁ କୁରାଢ଼ୀ ସାହାଯ୍ୟରେ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ଝିଅ ଗାଧୋଇବାକୁ ଯାଇ ତାଙ୍କ ପୋଷାକରେ ରକ୍ତ ଦାଗ ସଫା କରିଥିଲା । ପରେ ସେ ପଡୋଶୀମାନଙ୍କୁ କହିଥିଲେ ଯେ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଛି । ସେ କହିଛନ୍ତି ଯେ ଗ୍ରାମବାସୀ ଜାଣିବା ପରେ ପୋଲିସକୁ ଖବର ଦେଇଥଇଲେ । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନାବାଳିକାକୁ ପଚରାଉଚରା କରାଯାଇଥିଲା ଏବଂ ଏହି ସମୟରେ ସେ ଅପରାଧ ସ୍ୱୀକାର କରିଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ ପୋଲିସ ଦ୍ୱାରା ଏକ ମାମଲା ରୁଜୁ ହୋଇଛି । ଏହି ମାମଲାର ତଦନ୍ତ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.