ହେଲମେଟକୁ ଅଣଦେଖା କାହିଁକି, ଜୀବନକୁ ଡର ନାହିଁ କି ?
ଭୁବନେଶ୍ୱର ଏଜି ଛକ ନିକଟରେ କିଛି ଟ୍ରାଫିକ୍ ପୋଲିସ ଜଗିରହିଥିଲେ । କୁନି ଝିଅଟି ଏବଂ ତା ବାପା ମାଙ୍କର କଥା । ଯିଏ ଘରୁ ବାହାରିଲା ବେଳେ ଯେତେବେଳେ ସ୍କୁଟି ନେଇକି ଆସିଥିଲେ ସେମାନଙ୍କ ମୁଣ୍ଡରେ ହେଲ୍ମେଟ୍ ନଥିଲା । ତେବେ ସେମାନଙ୍କୁ କିଭଳି ଭାବରେ ଟ୍ରାଫିକ୍ ପୋଲିସ ଅଟାକାଇଲା । କେତେ ହଟ ହଟା ହେଲେ ।

ଭୁବନେଶ୍ୱର ଏଜି ଛକ ନିକଟରେ କିଛି ଟ୍ରାଫିକ୍ ପୋଲିସ ଜଗିରହିଥିଲେ । କୁନି ଝିଅଟି ଏବଂ ତା ବାପା ମାଙ୍କର କଥା । ଯିଏ ଘରୁ ବାହାରିଲା ବେଳେ ଯେତେବେଳେ ସ୍କୁଟି ନେଇକି ଆସିଥିଲେ ସେମାନଙ୍କ ମୁଣ୍ଡରେ ହେଲ୍ମେଟ୍ ନଥିଲା । ତେବେ ସେମାନଙ୍କୁ କିଭଳି ଭାବରେ ଟ୍ରାଫିକ୍ ପୋଲିସ ଅଟାକାଇଲା । କେତେ ହଟ ହଟା ହେଲେ । ସେ ସ୍କୁଟିରୁ ବାପା ମା କୁନି ଝିଅ ସମସ୍ତଙ୍କୁ ଓହ୍ଲାଇ ଦେଲେ । ଏବଂ ଗାଡ଼ିଟିକୁ ଟ୍ରାଫିକ ଥାନା ନେବାକୁ ବାହାରିଲେ । ଏସବୁ ଦେଖି କୁନି ଝିଅଟି ବାପାକୁ ଜାବୁଡ଼ି ଧରି କାନ୍ଦିଲା । କହିଲା ମୋ ଗୋଡ଼ରେ ଚେଙ୍କ ଲାଗିଗଲା । ହେଲେ କୁନି ଝିଅଟିର କାନ୍ଦକୁ ଟ୍ରାଫିକ୍ ପୋଲିସ ଅଣଦେଖା କଲା । ଏବଂ ସେମାନଙ୍କର ସ୍କୁଟିଟିକୁ ଟ୍ରାଫିକ୍ ଥାନାକୁ ନେଇଗଲେ । ଏମିତି ବିନା ହେଲ୍ମେଟ୍ ରେ ଆସିଥିବା ଅନେକ ଲୋକ ସେଠାରେ ଫାଇନ୍ ଦେଉଥିଲେ ।
ଏହି ଘଟଣା ଦେଖିବା ପରେ ଆପଣମାନେ କୁହନ୍ତୁ ଏ କୁନି ଝିଅ ମନରେ କଣ ବିତିଥିବ । ଆପଣ ମାନେ ଯେତେବେଳେ କୌଣସି କାମରେ ୨ ଚକିଆ ଯାନ ନେଇ ଘରୁ ବାହାରକୁ ଯାଉଛନ୍ତି ସେହ ିସମୟରେ ପ୍ରଥମେ ହେଲମେଟ୍ ପିନ୍ଧି ଗାଡ଼ି ନେଇକି ଯାଆନ୍ତୁ । ଏ ହେଲମେଟ୍ ପୋଲିସଠାରୁ ବଞ୍ଚିବା ପାଇଁ ପିନ୍ଧିବେ ଠିକ୍ ଅଛି ସେ ତ ଅଲଗା କଥା କିନ୍ତୁ ତା ଠାରୁ ଅଧିକ ମୂଲ୍ୟବାନ୍ ହେଉଛି ଆପଣଙ୍କର ଜୀବନ । ହେଲ୍ମେଟ୍ ଯଦି ଆପଣ ପିନ୍ଧିକି ଯାଉଛନ୍ତି ଆପଣଙ୍କ ସବୁବେଳେ ସବୁପ୍ରକାର ଘଟଣାରୁ ସୁରକ୍ଷିତ ରହିବେ । ଜୀବନ ବଞ୍ଚିବା ସହିତ ଟ୍ରାଫିକ୍ ଥାନା ନିକଟରେ ଅପେକ୍ଷା କରିବାକୁ ପଡ଼ିବନି କି ଫାଇନ୍ ଦେବାକୁ ପଡ଼ିବନି ।