ବିଚ୍‌ ରାସ୍ତାରେ ଗଣ୍ଡଗୋଳ; ଜଣକ ଉପରେ ଚଢ଼ାଇ ଦେଲେ କାର୍‌, ଭିଡିଓ ଭାଇରାଲ୍‌

୬ ଜଣ ଯୁବକ ଗଣ୍ଡଗୋଳ କରୁଥିବା ବେଳେ ଗୋଟିଏ କାର୍‌ ଜଣେ ଯୁବକଙ୍କ ଉପରେ ମାଡ଼ିଯାଉଥିବା ଦେଖିବାକୁ ମିଳିଛି । ଏଭଳି ହୃଦୟଥରା ଘଟଣା କର୍ଣ୍ଣାଟକର ଉଦୁପିରୁ ସାମ୍ନାକୁ ଆସିଛି । ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ହେଉଥିବା ସଂଘର୍ଷର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ଆରେ ଆରେ ଏ କଣ ? ବିଚ୍‌ ରାସ୍ତା ଉପରେ ରାତି ଅଧରେ ଏ କଣ ଚାଲିଛି ? ଗାଡ଼ି ଆଗକୁ ଯାଉଛି ପୁଣି ପଛକୁ ଆସୁଛି । ଅଟକାଇବାକୁ ଚେଷ୍ଟା ମଧ୍ୟ କରାଯାଉଛି । ଏହି ଦୃଶ୍ୟ ଦେଖିଲାରୁ ଭୟଭୀତ ଲାଗୁଛି । ପ୍ରକୃତରେ ଏପରି କରିବା ପଛରେ କଣ ରହିଛି ରହସ୍ୟ ? କାହିଁକି ଏପରି ରାତି ଅଧରେ ଯୁବକମାନେ ହଟ୍ଟଗୋଳ କରୁଛନ୍ତି । କିନ୍ତୁ ଏହି ଦୃଶ୍ୟ ଦେଖିବା ପରେ ଲାଗୁଛି ଏହି ଯୁବକ ମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ଚାଲିଛି ।

୬ ଜଣ ଯୁବକ ଗଣ୍ଡଗୋଳ କରୁଥିବା ବେଳେ ଗୋଟିଏ କାର୍‌ ଜଣେ ଯୁବକଙ୍କ ଉପରେ ମାଡ଼ିଯାଉଥିବା ଦେଖିବାକୁ ମିଳିଛି । ଏଭଳି ହୃଦୟଥରା ଘଟଣା କର୍ଣ୍ଣାଟକର ଉଦୁପିରୁ ସାମ୍ନାକୁ ଆସିଛି । ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ହେଉଥିବା ସଂଘର୍ଷର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ଏହି ଘଟଣା କର୍ଣ୍ଣାଟକର ଉଦୁପିରେ ଚଳିତ ମାସ ଗତ ୧୮ ତାରିଖ ରାତିରେ ଘଟିଥିଲା । ବର୍ତ୍ତମାନ ଜଣେ ଡାକ୍ତର ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପରେ ଭିଡିଓଟି ଭାଇରାଲ ହୋଇଛି । ରାତିରେ ଏମାନେ ରାସ୍ତା ଉପରେ କାର୍ ମଧ୍ୟରେ ଥାଇ ପାଟିତୁଣ୍ଡ ଲାଗିଥିଲେ । ଦୁଇ ଜଣ ଯୁବକ ହଠାତ୍ ଏକ କାରରୁ ଆସି ଅନ୍ୟ ଏକ କାରରେ ଥିବା ଯୁବକଙ୍କ ଉପରେ ହମଲା କରିଥିଲେ ।

ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ ଜଣେ ଯୁବକଙ୍କ ଉପରେ ଜାଣି ଜାଣି କାର୍ ଚଢ଼ାଇ ଦିଆଯାଉଥିବା ଏହି ଦୃଶ୍ୟରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଯୁବକ ଜଣକ ତଳେ ପଡ଼ି ଛଟପଟ ହେଉଥିଲେ ମଧ୍ୟ ଅନ୍ୟମାନେ ତାଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ପାଟିତୁଣ୍ଡରେ ମାତିଥିଲେ । ବର୍ତ୍ତମାନ ଯୁବକଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେ ଏବେ ଚିକିତ୍ସାଧୀନ ଅଛନ୍ତି । ତେବେ କୁହାଯାଉଛି ଟଙ୍କା କାରବାରକୁ ଏପରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ଯାହା ପରବର୍ତ୍ତୀ ସମୟରେ ଭୟଙ୍କର ରୂପ ନେଇଥିଲା । ଯୁବକଙ୍କୁ ଗାଡ଼ି ଚଢ଼ାଇ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ ।

ଏନେଇ ପୁଲିସ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରିଛି । ଅନ୍ୟ ଚାରି ଜଣ ଫେରାର୍ ଅଛନ୍ତି । କର୍ଣ୍ଣାଟକର ଜଣେ ଡାକ୍ତର ଏହି ଭିଡିଓକୁ ସୋସିଆଲ ମିଡିଆ Xରେ ପୋଷ୍ଟ କରି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ।

ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନର ଯୁବପିଢ଼ି କେତେ ଉଦ୍ଧତ ସ୍ୱଭାବର ହୋଇଗଲେଣି ଏହି ଦୃଶ୍ୟ ଦେଖି ତାହା ସ୍ପଷ୍ଟ ଜଣାପଡ଼ୁଛି । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଦେଖିବା ପରେ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।

 

Leave A Reply

Your email address will not be published.