ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ, ଧନୁ ତୀର ମାଡ଼ରେ ଚାଲିଗଲା ଜୀବନ
ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଦାଥୁନାମା ଗାଁରେ ଅଘଟଣ l ଧନୁ ତୀର ମାଡ଼ରେ ରାମଚନ ପହଁରିଆଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l

ନୂଆପଡା : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଦାଥୁନାମା ଗାଁରେ ଅଘଟଣ l ଧନୁ ତୀର ମାଡ଼ରେ ରାମଚନ ପହଁରିଆଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l ଦାଥୁନାମା ଗାଁର ଜଳାରାମ ପହଁରିଆ ଧନୁତୀରରେ ରାମଚନ ପହଁରିଆଙ୍କୁ ଆକ୍ରମଣ କରି ଜୀବନରୁ ମାରି ଦେଇଥିବା ଜଣାପଡିଛି l ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ମାରି ଦେଇଥିବା କୁହାଯାଉଛି l କୋମନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l