Below header

ଦିଲ୍ଲୀର ଲୋଟସ୍ ଟେମ୍ପଲ କେଉଁ ଧର୍ମର ମନ୍ଦିର? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଦିଲ୍ଲୀରେ ଥିବା ଲୋଟସ୍ ମନ୍ଦିର ଦିଲ୍ଲୀ ଆକର୍ଷଣର ଏକ ମୁଖ୍ୟ କେନ୍ଦ୍ରବିନ୍ଦୁ ଅଟେ । ପ୍ରତିଦିନ ହଜାର ହଜାର ଲୋକ ଏଠାକୁ ଆସନ୍ତି । କିନ୍ତୁ ଆପଣ ଜାଣନ୍ତି କି ଲୋଟସ୍ ମନ୍ଦିର ହିନ୍ଦୁ ଧର୍ମର ମନ୍ଦିର ନୁହେଁ । ତେବେ ଆଜି ଆସନ୍ତୁ ଜାଣିବା ଦିଲ୍ଲୀରେ ଥିବା ଏହି ମନ୍ଦିର କେଉଁ ଧର୍ମର...

ଦିଲ୍ଲୀରେ ଥିବା ଲୋଟସ୍ ମନ୍ଦିର ଦିଲ୍ଲୀ ଆକର୍ଷଣର ଏକ ମୁଖ୍ୟ କେନ୍ଦ୍ରବିନ୍ଦୁ ଅଟେ । ପ୍ରତିଦିନ ହଜାର ହଜାର ଲୋକ ଏଠାକୁ ଆସନ୍ତି । କିନ୍ତୁ ଆପଣ ଜାଣନ୍ତି କି ଲୋଟସ୍ ମନ୍ଦିର ହିନ୍ଦୁ ଧର୍ମର ମନ୍ଦିର ନୁହେଁ । ଦିଲ୍ଲୀରେ ରହୁଥିବା ଲୋକମାନେ ଲୋଟସ୍ ମନ୍ଦିର ବିଷୟରେ ବହୁତ ଭଲ ଭାବରେ ଜାଣିଥିବେ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଲୋଟସ୍ ମନ୍ଦିର ଦେଖିବାକୁ ଆସନ୍ତି । ଯେହେତୁ ଏହାର ନାମ ହି ସୂଚିତ କରେ, ଏହା କେବଳ ପର୍ଯ୍ୟଟନ ସ୍ଥଳ ନୁହେଁ ।

ବାସ୍ତବରେ ଏହା ଏକ ମନ୍ଦିର ଅଟେ । କିନ୍ତୁ ଆପଣଙ୍କୁ କହି ରଖୁଛୁ ଏହା ହିନ୍ଦୁ ଧର୍ମର ମନ୍ଦିର ନୁହେଁ । ଲୋଟସ୍ ମନ୍ଦିର ହିନ୍ଦୁ ଧର୍ମ, ଜୈନ ଧର୍ମ, ବୌଦ୍ଧ ଧର୍ମ କିମ୍ବା ଯିହୁଦୀ କିମ୍ବା ଖ୍ରୀଷ୍ଟିଆନଙ୍କ ମନ୍ଦିର ନୁହେଁ ବରଂ ଏହା ଏକ ବାହାଇ ଧର୍ମର ଏକ ମନ୍ଦିର । ୧୯୮୬ ମସିହାରେ ଲୋଟସ୍ ମନ୍ଦିର ନିର୍ମାଣ କରାଯାଇଥିଲା । ଏହାକୁ ଇରାନର ଆର୍କିଟେକ ଫରିବର୍ଜ ସାହାବା ନିର୍ମାଣ କରିଥିଲେ ।

ସେତେବେଳେ ଏହାକୁ ନିର୍ମାଣ କରିବା ପାଇଁ ୧୦ ମିଲିୟନ ଡଲାର ଟଙ୍କା ଖର୍ଚ୍ଚ ହୋଇଥିଲା । ଏକ ଆକଳନ ଅନୁଯାୟୀ ଲୋଟସ୍ ମନ୍ଦିରର ମୋଟ ସମ୍ପତ୍ତି ପ୍ରାୟ ୩୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଯେଉଁଥିପାଇଁ ଏହା ଭାରତର ୨୦ ତମ ଧନୀ ମନ୍ଦିରରେ ପରିଣତ ହୋଇଛି । ଲୋଟସ୍ ମନ୍ଦିରରେ ଅଢେଇ ହଜାର ଲୋକଙ୍କ ପାଇଁ ଏକାଠି ପ୍ରାର୍ଥନା କରିବାର ସ୍ଥାନ ଅଛି ।

ଏଥିରେ ଗୋଲାପ ଫୁଲ ପାଖୁଡା ପରି ୨୭ଟି ମାର୍ବଲ ପେଟ ବ୍ୟବହାର କରାଯାଇଛି । ଯାହା ଦେଖିବାକୁ ଖୁବ ସୁନ୍ଦର ଦେଖାଯାଏ । ଦିଲ୍ଲୀରେ ଅବସ୍ଥିତ ଲୋଟସ୍ ମନ୍ଦିର ଦୁନିଆର ସାତୋଟି ବାହାଇ ମନ୍ଦିର ମଧ୍ୟରୁ ଗୋଟିଏ । ସମସ୍ତ ଧର୍ମର ଲୋକଙ୍କୁ ଏହି ମନ୍ଦିରରେ ଆସି ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.