ହ୍ଵାଇଟ ହାଉସ ଗେଟ୍କୁ ଧକ୍କା ଦେଲା କାର, ଘଟଣା ସ୍ଥଳରେ ଚାଳକ ମୃତ
ଆମେରିକା ଗୁଇନ୍ଦା ବିଭାଗ ଏକ ବୟାନ ଜାରି କରି କହିଛି, ହ୍ଵାଇଟ ହାଉସ ପରିସର ବାହାରେ ଏକ ଗେଟ୍ରେ ରାତି ୧୦ଟାରେ ଏକ କାର୍ ଧକ୍କା ହୋଇଥିଲା । ଏହି ଘଟଣାରେ କାର ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ଚାଳକଙ୍କ ପରିଚୟ ମିଳିନାହିଁ । ଘଟଣା ବିଷୟରେ ପୋଲିସ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ । ତେବେ ଚାଳକ କିଏ ଏବଂ ହ୍ଵାଇଟ ହାଉସକୁ ଗେଟକୁ କେମିତି କାର ନେଇ ପସିଲା ପୋଲିସ ଏହାକୁ ତଦନ୍ତ କରୁଛି ।

ଆମେରିକା ରାଷ୍ଟ୍ରପତିଙ୍କ ଭବନ ଏବଂ କାର୍ଯ୍ୟାଳୟ ହ୍ଵାଇଟ ହାଉସ ଗେଟରେ ଜୋରଦାର ଏକ କାର୍ ଧକ୍କା । ଏହି ଘଟଣାରେ କାର ଚାଳକଙ୍କ ମୃତ୍ୟୁ ହୋଇଛି । ଆମେରିକା ଗୁଇନ୍ଦା ବିଭାଗ ଏକ ବୟାନ ଜାରି କରି କହିଛି, ହ୍ଵାଇଟ ହାଉସ ପରିସର ବାହାରେ ଏକ ଗେଟ୍ରେ ରାତି ୧୦ଟାରେ ଏକ କାର୍ ଧକ୍କା ହୋଇଥିଲା ।
ସୁରକ୍ଷା ଏଜେନ୍ସୀ ମୁତାବକ, ହ୍ଵାଇଟ ହାଉସକୁ କୌଣସି ବିପଦ ନାହିଁ । ମୃତ ଚାଳକଙ୍କ ପରିଚୟ ମିଳିନାହିଁ । ଘଟଣା ବିଷୟରେ ପୋଲିସ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ । ତେବେ ଚାଳକ କିଏ ଏବଂ ହ୍ଵାଇଟ ହାଉସକୁ ଗେଟକୁ କେମିତି କାର ନେଇ ପସିଲା ପୋଲିସ ଏହାକୁ ତଦନ୍ତ କରୁଛି । ହ୍ଵାଇଟ ହାଉସ ଗେଟକୁ ଧକ୍କା ଦୁର୍ଘଟଣା ଥିଲା କି ପ୍ଲାନିଂ ତାହା ଏପର୍ଯ୍ୟନ୍ତ ପୋଲିସ ସ୍ପଷ୍ଟ କରିନାହିଁ । ଘଟଣାକୁ ନେଇ ଯାଞ୍ଚ ଚାଲିଛି । ଆମେରିକା ସୁରକ୍ଷା ଏଜେନ୍ସୀ କହିଛି କି, ସିକ୍ରେଟ ସର୍ଭିସ ମାମଲାରେ ଯାଞ୍ଚ ଜାରି ରହିଛି । ଦୁର୍ଘଟଣା ସ୍ଥାନର ଯାଞ୍ଚ ଓ୍ଵାଂଶିଟନ ମେଟ୍ରୋପଲିଟନ ପୋଲିସ ବିଭାଗ କରୁଛି ।
ରାତିରେ ହ୍ଵାଇଟ ହାଉସ ଗେଟ୍ରେ କାର୍ ଧକ୍କା ହେବା ପରେ ଆତଙ୍କ ସୃଷ୍ଟି ହୋଇଥିଲା । ସେହି ସମୟରେ ରାଷ୍ଟ୍ରପତି ଜୋ ବାଇଡେନ ହ୍ଵାଇଟ ହାଉସରେ ଥିଲେ କି ଅନ୍ୟ କେଉଁଠି ଥିଲେ, ତାହା ଜଣାପଡିନାହିଁ । ଏହି ଘଟଣାରେ ଆମେରିକା ସବୁଠାରୁ ସୁରକ୍ଷିତ ରାଷ୍ଟ୍ରପତି ଭବନର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ଗତ ଜାନୁଆରୀରେ ଭାରସାମ୍ୟ ହରାଇ ଏକ କାର୍ ହ୍ୱାଇଟ ହାଉସର ଫାଟକକୁ ଧକ୍କା ଦେଇଥିଲା । ହ୍ୱାଇଟ ହାଉସର ବାହାର ଫାଟକରେ ଏହି କାରଟି ପିଟି ହୋଇଥିବା ସୂଚନା ମିଳିଥିଲା । କାର୍ ଡ୍ରାଇଭରକୁ ପୋଲିସ ଗିରଫ କରିଥିଲା । ଦୁର୍ଘଟଣା ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ୱାଇଟ ହାଉସରେ ନଥିବା ଜାଣିବାକୁ ମିଳିଥିଲା ।
ସେହିପରି ଗତବର୍ଷ ଜୁଲାଇ ମାସରେ ହ୍ଵାଇଟ ହାଉସରେ କୋକେନ ମିଳିଥିଲା । ଗୁଇନ୍ଦା ଏଜେନ୍ସୀର ଏଜେଣ୍ଟ ନିୟମିତ ଭାବେ ଯାଞ୍ଚ କରୁଥିବା ବେଳେ ୱେଷ୍ଟ ଓ୍ଵିଙ୍ଗ ଚଟାଣରେ ଧଳା ପାଉଡର ମିଳିଥିଲା । ପ୍ରାରମ୍ଭିକ ଯାଞ୍ଚରେ ଏହା କୋକେନ ବୋଲି ଜାଣିବାକୁ ମିଳିଥିଲା । ତେବେ ଏହା ୱେଷ୍ଟ ଓ୍ଵିଙ୍ଗରେ ଚଟାଣରେ ମିଳିଥିଲା । ହ୍ବାଇଟ ହାଉସରେ କୋକେନ ମିଳିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଉପସ୍ଥିତ ନଥିଲେ । ସେହି ସମୟରେ ରାଷ୍ଟ୍ରପତି କ୍ୟାମ୍ପ ଡେଭିଡରେ ରହିଥିଲେ । ବାଇଡେନ ଏବଂ ତାଙ୍କ ପରିବାର ଶୁକ୍ରବାର ଠାରୁ କ୍ୟାମ୍ପ ଡେଭିଡରେ ଯାଇଥିଲେ ।