ଏହି ଉପାୟରେ କରନ୍ତୁ ନିମ୍ବ ଗଛ ପୂଜା ଦୂର ହେବ ମଙ୍ଗଳ ଦୋଷ

ଜ୍ୟୋତିଷ ଶାସ୍ତ୍ରରେ ନିମ୍ବ ଗଛକୁ ଶୁଭ ବୋଲି ମଧ୍ୟ କୁହାଯାଏ । ତେବେ ଲାଲା କିତାବ ଅନୁଯାୟୀ, ନିମ୍ବ ଗଛ ମଙ୍ଗଳ ଗ୍ରହର ସ୍ଥିତି ନିର୍ଣ୍ଣୟ କରେ, ଯେ ଏହା ଶୁଭ ଆପଣଙ୍କ ପାଇଁ ଶୁଭ ହେବ ନା ନାହିଁ । ଯଦି ଆପଣଙ୍କ ମଙ୍ଗଳ ଖରାପ ଅଛନ୍ତି, ତେବେ ଆପଣ ଦକ୍ଷିଣ ଦିଗରେ ନିମ୍ବ ଗଛ ଲାଗାଇବା ଉଚିତ ।

ମଙ୍ଗଳ ଗ୍ରହଙ୍କ ଦିଗ ଦକ୍ଷିଣ ବୋଲି ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ ନିମ୍ବ ଗଛକୁ ଶୁଭ ବୋଲି ମଧ୍ୟ କୁହାଯାଏ । ତେବେ ଲାଲା କିତାବ ଅନୁଯାୟୀ, ନିମ୍ବ ଗଛ ମଙ୍ଗଳ ଗ୍ରହର ସ୍ଥିତି ନିର୍ଣ୍ଣୟ କରେ, ଯେ ଏହା ଶୁଭ ଆପଣଙ୍କ ପାଇଁ ଶୁଭ ହେବ ନା ନାହିଁ । ଯଦି ଆପଣଙ୍କ ମଙ୍ଗଳ ଖରାପ ଅଛନ୍ତି, ତେବେ ଆପଣ ଦକ୍ଷିଣ ଦିଗରେ ନିମ୍ବ ଗଛ ଲାଗାଇବା ଉଚିତ । ଏହା ସହ ନିମ୍ବ ଗଛକୁ ଆପଣ ମଙ୍ଗଳ ଦେବ ଓ ହନୁମାନ ବୋଲି ମାନ୍ୟତା ଦେଇ ପୂଜା କରିବା ଉଚିତ । ତାହେଲେ ଆସନ୍ତୁ ଏହି ବିଷୟରେ କିଛି ବିଶେଷ କଥା ଜାଣିବା ।

ତେବେ କୁହାଯାଏ ନିମ୍ବ ଗଛକୁ ମଙ୍ଗଳ ଦେବ ବୋଲି ବିବେଚନା କରାଯାଏ । ଏହାର ପୂଜା କରିବା ଦ୍ବାରା ମଙ୍ଗଳ ଦୋଷ ଦୂର ହୋଇଥାଏ । ଏହା ସହ ମଙ୍ଗଳ ଦେବ ଏବଂ ହନୁମାନଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ । ଏଥିପାଇଁ ଆପଣ ପ୍ରତି ମଙ୍ଗଳବାର ସନ୍ଧ୍ୟାରେ ନିମ୍ବ ଗଛରେ ଜଳ ଢାଳିବା ସହ ଘିଅ ଦୀପ ଜାଳି ପାରିବେ । ନିମ୍ବ ଗଛରେ ଜଳ ଢାଳିବା ସହ ଫୁଲ ଏବଂ ମିଠା ମଧ୍ୟ ଅର୍ପଣ କରିପାରିବେ । ଏପରି ପ୍ରାୟ ୧୧ ମଙ୍ଗଳବାର କରିବା ଦ୍ବାରା ଭଗବାନଙ୍କ କୃପା ମିଳିଥାଏ । ତେବେ ଘର ପାଖରେ ନିମ୍ବ ଗଛ ଲଗାଇବା ଏବଂ ନିୟମିତ ଭାବେ ଜଳ ଅର୍ପଣ କରିବା ଦ୍ବାରା ମଙ୍ଗଳ ଗ୍ରହଙ୍କ ସମସ୍ତ ଦୋଷ ଦୂର ହୋଇଥାଏ ।

ଏହା ସହ ନିମ୍ବ ଗଛର ପୂଜା କରିବା ଦ୍ବାରା ଆପଣଙ୍କ ଜୀବନରେ କେବେ ହେଲେ ଅମଙ୍ଗଳ ହେବ ନାହିଁ ଏବଂ ମଙ୍ଗଳ ଦୋଷ ଦୂର ହେବ । ତେବେ ନିମ୍ବ ଗଛର ପୂଜା କରିବା ଏବଂ ଏଥିରେ ଦାନ୍ତ ଘଷିବା ଦ୍ବାରା ଶିନି ଦୋଷ ମଧ୍ୟ ଦୂର ହୋଇଥାଏ । ଏହା ସହ ଅନେକ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, ଯେ ଘର ପାଖରେ ନିମ୍ବ ଗଛ ଲଗାଇବା ଦ୍ବାରା ଗ୍ରହ ଶାନ୍ତି ହୋଇଥାଏ ।

ଏହା ସହ ଏପରି ମଧ୍ୟ କୁହାଯାଏ ଯେ ନିମ୍ବ ଗଛର କାଠରେ ହୋମ କରିବା ଦ୍ବାରା ଶନି ଗ୍ରହ ଶାନ୍ତ ହୋଇଥାନ୍ତି । ଲିମ୍ବ ପତ୍ରକୁ ପାଣି ମିଶାଇ ଗାଧୋଇବା କରିବା ଦ୍ବାରା କେତୁ ଗ୍ରହ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଏହା ବ୍ୟତୀତ ଯଦି ଆପଣ ଉତ୍ତରାଭାଦ୍ରବା ନକ୍ଷେତ୍ରରେ ଜନ୍ମ ହୋଇଛନ୍ତି, କିମ୍ବା ଆପଣଙ୍କ ରାଶି ମକର ଓ କୁମ୍ଭ, ତାହେଲେ ଆପଣ ନିଜ ଘର ବାହାରେ ନିମ୍ବ ଗଛ ଲଗାଇବା ବହୁତ ଶୁଭ ହୋଇଥଏ ।

Leave A Reply

Your email address will not be published.