ହାଇପ୍ରୋଫାଇଲ ଆସନକୁ ହେଭିଓ୍ବେଟ ପ୍ରାର୍ଥୀ, ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ନେତା ବାଛୁଛନ୍ତି ଜନତା

ତୃତୀୟ ପର୍ଯ୍ୟାୟରେ ରହଛି ବହୁ ଚର୍ଚ୍ଚିତ ଆସନ ଓ ଲଢୁଛନ୍ତି ବହୁ ଚର୍ଚ୍ଚିତ ଚେହେରା । କାରଣ ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ନେଇ ପଶ୍ଚିମ ଓଡିଶାର ଚର୍ଚ୍ଚିତ ଆସନ ସମ୍ବଲପୁର, ପୁରୁଣା ରାଜଧାନୀ କଟକ ଓ ରାଜ୍ୟର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ପୁରୀରେ ଏହି ପର୍ଯ୍ୟାୟରେ ଭୋଟ ହେବାକୁ ଯାଉଛି । ଏହି ସମସ୍ତ ଆସନରେ ବିଜେଡି ଓ ବିଜେପି ମଧ୍ୟରେ ସିଧା ଓ ‘କର ବା ମର’ର ଲଢେଇ ହେଉଛି ।

ଭୁବନେଶ୍ୱର (କେନ୍ୟୁଜ): ତୃତୀୟ ପର୍ଯ୍ୟାୟରେ ରହଛି ବହୁ ଚର୍ଚ୍ଚିତ ଆସନ ଓ ଲଢୁଛନ୍ତି ବହୁ ଚର୍ଚ୍ଚିତ ଚେହେରା । ବିଜେଡିରୁ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସରୁ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ ମଇଦାନରେ ଅଛନ୍ତି । ଏହା ଉପରେ ରହିଛି ସମସ୍ତଙ୍କ ନଜର । ସେହିପରି କଟକ ଲୋକସଭା ଆସନ ପାଇଁ ବିଜେଡିରୁ ସଂତୃପ୍ତ ମିଶ୍ର, ବିଜେପିରୁ ଭର୍ତ୍ତୃହରି ମହତାବ ଓ କଂଗ୍ରେସରୁ ସୁରେଶ ମହାପାତ୍ର ଭାଗ୍ୟ ପରୀକ୍ଷା କରୁଛନ୍ତି । ପୁରୀରେ ବି ଲଢ଼େଇ ଜମିବ । ପୁରୀ ସଂସଦୀୟ କ୍ଷେତ୍ର ପାଇଁ ବିଜେଡିରୁ ଅରୂପ ପଟ୍ଟନାୟକ ଲଢୁଥିବା ବେଳେ ତାଙ୍କ ବିପକ୍ଷରେ ବିଜେପିରୁ ସମ୍ବିତ ପାତ୍ର ଓ କଂଗ୍ରେସରୁ ଜୟନାରାୟଣ ପଟ୍ଟନାୟକ ପ୍ରାର୍ଥୀ ଅଛନ୍ତି ।

ସେହିପରି ଭୁବନେଶ୍ବରରେ ଲୋକସଭା ଆସନ ପାଇଁ ମଧ୍ୟ କଡ଼ା ଟକ୍କର ହେବ । ବିଜେଡିର ମନ୍ମଥ ରାଉତରାୟ, ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ କଂଗ୍ରେସର ୟାସିର ନୱାଜ ମଇଦାନରେ ଅଛନ୍ତି । ଢେଙ୍କାନାଳ ଲୋକସଭା ଆସନ ପାଇଁ ବିଜେଡିରୁ ଅବିନାଶ ସାମଲ, ବିଜେପିରୁ ରୁଦ୍ର ନାରାୟଣ ପାଣି ଓ କଂଗ୍ରେସରୁ ସସ୍ମିତା ବେହେରା ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । କେନ୍ଦୁଝର ଲୋକସଭା ଆସନରେ ବିଜେଡିରୁ ଧନୁର୍ଜୟ ସିଦ୍ଦୁ, ବିଜେପିରୁ ଅନନ୍ତ ନାୟକ ଓ କଂଗ୍ରେସରୁ ବିନୋଦ ବିହାରୀ ନାୟକଙ୍କ ମଧ୍ୟରେ ଫାଇଟ ହେବ ।

Leave A Reply

Your email address will not be published.