Below header

ମା’କୁ ଡାକିବାକୁ ଯାଇ ନଦୀରେ ବୁଡି ଯୁବକ ନିଖୋଜ

ନଦୀରେ ବୁଡ଼ି ଯୁବକ ନିଖୋଜ । ମାକୁ ଡାକିବାକୁ ଯାଇଥିଲେ ଯୁବକ ଜଣକ ହେଲେ ମାକୁ ଡାକିବା ପାଇଁ ଯିବା କାଳ ହେଲା । ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ ଯୁବକ ଜଣକ । ଖବର ଜଣା ପଡିବା ପରେ ଗ୍ରାମବାସୀ ଏବଂ ଅଗ୍ନିଶମ ଖୋଜା ଖୋଜି ଜାରି ରଖିଛନ୍ତି ।

ଲମତାପୁଟ(କେନ୍ୟୁଜ୍‌): ନଦୀରେ ବୁଡ଼ି ଯୁବକ ନିଖୋଜ । ମାକୁ ଡାକିବାକୁ ଯାଇଥିଲେ ଯୁବକ ଜଣକ ହେଲେ ମାକୁ ଡାକିବା ପାଇଁ ଯିବା କାଳ ହେଲା । ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ ଯୁବକ ଜଣକ । ଖବର ଜଣା ପଡିବା ପରେ ଗ୍ରାମବାସୀ ଏବଂ ଅଗ୍ନିଶମ ଖୋଜା ଖୋଜି ଜାରି ରଖିଛନ୍ତି । ଏଭଳି ଅଭାବନୀୟ ଘଟଣା ଲମତାପୁଟ ଅଞ୍ଚଳରେ ଦେଖିବାକୁ ମିଳିଛି।

ସୁଚନା ମୁତାବିକ୍‌, ନିଖୋଜ ଯୁବକ ଜଣକ ହେଉଛନ୍ତି ଲମତାପୁଟ ବ୍ଲକ ବାଙ୍ଗୁରୁପଡ଼ା ଗ୍ରାମର ୪୦ ବର୍ଷୀୟ ଉର୍ଦ୍ଧବ ଖରା । ଉର୍ଦ୍ଧବଙ୍କ ମା ନଦୀ ପାରି ହୋଇ ଆନ୍ଧ୍ରପ୍ରଦେଶର କୁମ୍ଭୀରପଡା ଗ୍ରାମକୁ ଯାଇଥିଲେ lଉର୍ଦ୍ଧବ ମାଙ୍କୁ ଡାକି ଆଣିବା ପାଇଁ ଆଜି ସକାଳୁ ନଦୀ ପାର ହେଉଥିବା ସମୟରେ ଗଭୀର ନଦୀ ଭିତରକୁ ଖସି ଚାଲିଯାଇଥିଲେ l ହେଲେ ସେଠାରେ ନଦୀର ପ୍ରଖର ସ୍ରୋତରେ ଉର୍ଦ୍ଧବ ନିଖୋଜ ହୋଇଯାଇଥିଲେ ।

ଏନେଇ ଘଟଣାସ୍ଥଳରେ ଲମତାପୁଟ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଲମତାପୁଟ ଅଗ୍ନିଶମ ବିଭାଗ ନଦୀରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି l ଅନ୍ୟପକ୍ଷରେ ନଦୀ କୁଳ ରେ ସମ୍ପର୍କୀୟ ମାନେ ଉର୍ଧବ ଆସିବା ବାଟକୁ ଚାହିଁ ରହିଛନ୍ତି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.