Below header

ଶବ ଦାହ ବେଳେ ମହୁମାଛି ଆକ୍ରମଣ, ୪ ଗୁରୁତର

ମଶାଣୀକୁ ଶବଦାହ କରିବାକୁ ଆସିଥିବା ବେଳେ ଆକ୍ରମଣ କଲା ମହୁମାଛି । ଘଟଣା ସ୍ଥଳରେ ୪ ଜଣ ଗୁରୁତର ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଫଳରେ ଭୟରେ ମଶାଣି ଶବ ଛାଡି ପଳାଇଲେ ସମ୍ପର୍କୀୟ। ଏଭଳି ଘଟଣା ଜଳେଶ୍ବର ଥାନା ଅନ୍ତର୍ଗତ ଡେମ୍ବୁରିଆ ଗ୍ରାମରେ ଘଟିଛି।

ଜଳେଶ୍ୱର (କେନ୍ୟୁଜ): ମଶାଣୀକୁ ଶବଦାହ କରିବାକୁ ଆସିଥିବା ବେଳେ ଆକ୍ରମଣ କଲା ମହୁମାଛି । ଘଟଣା ସ୍ଥଳରେ ୪ ଜଣ ଗୁରୁତର ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଫଳରେ ଭୟରେ ମଶାଣି ଶବ ଛାଡି ପଳାଇଲେ ସମ୍ପର୍କୀୟ । ଏଭଳି ଘଟଣା ଜଳେଶ୍ବର ଥାନା ଅନ୍ତର୍ଗତ ଡେମ୍ବୁରିଆ ଗ୍ରାମରେ ଘଟିଛି।

ସୂଚନା ଅନୁଯାୟୀ ଡେମ୍ବୁରିଆ ଗ୍ରାମର ଅନନ୍ତ ଜେନାଙ୍କ ମୃତ୍ଯୁ ପରେ ଆଜି ସକାଳେ ପରିବାର ଲୋକେ ଏବଂ ଗ୍ରାମବାସୀ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଗାଁ ମୁଣ୍ତ ରେ ଥିବା ମଶାଣିକୁ ନେଇ ଯାଇ ଥିଲେ। ମାତ୍ର ମଶାଣି ପହଞ୍ଚିବା କ୍ଷଣି ସହ ସହ ସଂଖ୍ଯାରେ ମହୁମାଛି ସମସ୍ତଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ୪ ଜଣ ଗୁରୁତର ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏନେଇ ଗ୍ରାମବାସୀ ମାନେ ପୋଲିସ ଏବଂ ଅଗ୍ନିଶମ ବାହିନୀଙ୍କୁ ଖବର ଦେବା ପରେ ଗୁରୁତରଙ୍କୁ ଆମ୍ବୁଲାନ୍ସ ସାହାଯ୍ଯରେ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ମହୁମାଛି ଆକ୍ରମଣ ଭୟରେ ମଶାଣୀ ରେ ଶବ ଛାଡି ପରିବାର ଲୋକେ ପଳାଇ ଯାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.