Below header

Toyota Hiluxକୁ ଟକ୍କର ଦେବ Isuzu V-Cross, ଜାଣନ୍ତୁ କେତେ ଦାମରେ ମିଳୁଛି ଏହା

Isuzu V-Cross ର ମାନୁଆଲ ଟ୍ରାନ୍ସମିସନ୍ ମଡେଲରେ ଅନେକ ନୂଆ ସେଫ୍ଟି ଫିଚର ଯୋଡ଼ାଯାଇଛି । ଯେଉଁଥିରେ ଟ୍ରାକ୍ସନ୍ କଣ୍ଟ୍ରୋଲ୍ ସିଷ୍ଟମ୍ (ଟିସିଏସ୍), ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ୍‌ (ESC), ହିଲ୍ ଡିସେଣ୍ଟ୍ କଣ୍ଟ୍ରୋଲ୍ (HDC) ଏବଂ ହିଲ୍ ଷ୍ଟାର୍ଟ ଆସିଷ୍ଟ୍ (HAS) ସାମିଲ ରହିଛି ।

ଇସୁଜୁ କମ୍ପାନୀ D-Max V-Cross Z Prestige ପିକଅପ୍ ଟ୍ରକ୍ ଲଞ୍ଚ କରିଛି । ଏହି ନୂଆ V-Cross ଟ୍ରିମ୍ ଅନେକ ନୂଆ ଫିଚର ଏବଂ ଡିଜାଇନ୍ ଅପଡେଟ୍ ସହିତ ଅଣାଯାଇଛି । ଇସୁଜୁ ଏଥିପାଇଁ ବୁକିଂ ଆରମ୍ଭ କରିଛି । ଏହା ବଜାରରେ Toyota Hiluxକୁ ଟକ୍କର ଦେବ ।

Isuzu V-Cross ର ମାନୁଆଲ ଟ୍ରାନ୍ସମିସନ୍ ମଡେଲରେ ଅନେକ ନୂଆ ସେଫ୍ଟି ଫିଚର ଯୋଡ଼ାଯାଇଛି । ଯେଉଁଥିରେ ଟ୍ରାକ୍ସନ୍ କଣ୍ଟ୍ରୋଲ୍ ସିଷ୍ଟମ୍ (ଟିସିଏସ୍), ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ୍‌ (ESC), ହିଲ୍ ଡିସେଣ୍ଟ୍ କଣ୍ଟ୍ରୋଲ୍ (HDC) ଏବଂ ହିଲ୍ ଷ୍ଟାର୍ଟ ଆସିଷ୍ଟ୍ (HAS) ସାମିଲ ରହିଛି । ପଛ ସିଟ୍ ଯାତ୍ରୀଙ୍କ ପାଇଁ ଥ୍ରୀ ପଏଣ୍ଟ୍ ସିଟ୍ ବେଲ୍ଟ ଏବଂ ରିୟର ସିଟ୍ ଅକ୍ୟୁପେଣ୍ଟ ଆଲର୍ଟ ଷ୍ଟାଣ୍ଡାର୍ଡ ଭାବରେ ଦିଆଯାଇଛି ।

ଏହା ବ୍ୟତୀତ ରିୟର ସିଟ୍ ପାଇଁ ସିଟ୍ ବେଲ୍ଟ ଓ୍ଵାର୍ଣ୍ଣିଙ୍ଗ୍‌ ଆଲାର୍ମ ମଧ୍ୟ ଦିଆଯାଇଛି । ପଛ ଯାତ୍ରୀମାନଙ୍କ ଆରାମ ପାଇଁ ପଛ ସିଟ୍‌ କୁ ରିକ୍ଲାଇନେବଲ୍‌ କରାଯାଇଛି । ୨୦୨୪ V-Cross Z Prestige ର ବାହାର ଡିଜାଇନରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି । ତେବେ ଏହାର ଦାମ ୨୬.୯୧ ଲକ୍ଷ ଟଙ୍କା ରହିଛି ।

ଫ୍ରଣ୍ଟ ବମ୍ପର ବର୍ତ୍ତମାନ ଡୁଆଲ୍-ଟୋନ୍ ଡାର୍କ ଗ୍ରେ ଏବଂ ମ୍ୟାଟ୍-ଫିନିଶ୍ ହ୍ଵାଇଟ୍‌ କଲର କମ୍ବିନେସନରେ ଆସିଛି । ଏହା ବ୍ୟତୀତ ଏଥିରେ ଆଇଡଲ୍‌ ଷ୍ଟାର୍ଟ-ଷ୍ଟପ୍ ସିଷ୍ଟମ୍, ରିୟର ପାର୍କିଂ କ୍ୟାମେରା ଏବଂ ପାର୍କିଂ ସେନ୍ସର ମଧ୍ୟ ରହିଛି ।

ଇଞ୍ଜିନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏଥିରେ ପୂର୍ବ ପରି ସମାନ ୧.୯ ଲିଟର ଡିଜେଲ ଇଞ୍ଜିନ୍ ଅଛି, ଯାହା ୧୬୧ bhp ପାଓ୍ଵାର ଏବଂ ୩୬୦ Nm ଟର୍କ ଜେନେରେଟ୍‌ କରେ । ଏଥିରେ 6-ସ୍ପିଡ୍ ମାନୁଆଲ୍ ଏବଂ 6-ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ର ଅପ୍ସନ ଅଛି । ଏଥିରେ ଏକ ସିଫ୍ଟ-ଅନ୍-ଫ୍ଲାଏ 4WD ସିଷ୍ଟମ୍ ମଧ୍ୟ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.