ମାତୃ ମୃତ୍ୟୁକୁ ଲୁଚାଇବାକୁ ଯାଇ କୋମଳମତି ଶିଶୁର ଏଯାଏ ହୋଇନାହିଁ ଜନ୍ମ ପ୍ରମାଣ ପତ୍ର

ଜନ୍ମ ପ୍ରମାଣ ପତ୍ର ଏକକ ଦସ୍ତାବିଜ । ଏଭଳି ନିୟମ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ହେଲେ ମାତୃ ମୃତ୍ୟୁକୁ ଲୁଚାଇବାକୁ ଯାଇ କୋମଳମତି ଶିଶୁର ଏଯାଏ ହୋଇନାହିଁ ଜନ୍ମ ପ୍ରମାଣ ପତ୍ର । ଶିଶୁକୁ ୩ ବର୍ଷ ହୋଇଥିଲେ ମଧ୍ୟ ସେ ଅଙ୍ଗନବାଡି ଯାଇପାରୁନାହିଁ କି ସରକାରଙ୍କ ବିଭିନ୍ନ ସହାୟତା ପାଇପାରୁନାହିଁ । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ନୟାଗଡରୁ ।

ନୟାଗଡ(କେନ୍ୟୁଜ) : ଜନ୍ମ ପ୍ରମାଣ ପତ୍ର ଏକକ ଦସ୍ତାବିଜ । ଏଭଳି ନିୟମ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ହେଲେ ମାତୃ ମୃତ୍ୟୁକୁ ଲୁଚାଇବାକୁ ଯାଇ କୋମଳମତି ଶିଶୁର ଏଯାଏ ହୋଇନାହିଁ ଜନ୍ମ ପ୍ରମାଣ ପତ୍ର । ଶିଶୁକୁ ୩ ବର୍ଷ ହୋଇଥିଲେ ମଧ୍ୟ ସେ ଅଙ୍ଗନବାଡି ଯାଇପାରୁନାହିଁ କି ସରକାରଙ୍କ ବିଭିନ୍ନ ସହାୟତା ପାଇପାରୁନାହିଁ । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ନୟାଗଡରୁ ।

ଆମେ ଜାଣିଛେ ମାତୃ ମୁତ୍ୟୁ ଏକ ଦଣ୍ଡନୀୟ ଅପରାଧ । ମାତୃ ମୁତ୍ୟୁ ଉପରେ ରୋକ୍ ଲଗାଇବା ପାଇଁ ସରକାର ବିଭିନ୍ନ ଆଇନ ପ୍ରଣୟନ କରିଛନ୍ତି । ବିଭିନ୍ନ ହସ୍ପିଟାଲରେ ଚିକିତ୍ସାରେ ଅବହେଳାକୁ ନେଇ ଚାଲିଯାଉଛି ମା’ର ଜୀଵନ । ବେସାହାରା ହେଉଛି ନବଜାତ ଶିଶୁ । ତେବେ ଠିକ୍ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ନୟାଗଡଜ଼ିଲ୍ଲା ସରଣକୁଳ ଥାନା ଫାସିପଲ୍ଲୀ ନୂଆଗାଁର ମୁରଲୀ ପ୍ରଧାନ । ମୁରଲୀ ବୈଦିକ ରୀତିରେ ଝରଣା ପ୍ରଧାନଙ୍କୁ ବିବାହ କରିଥିଲେ ।

୨୦୨୧ ମସିହା ଜୁଲାଇ ମାସ ୧୪ ତାରିଖରେ ଝରଣା ଗର୍ଭ ଯନ୍ତ୍ରଣା ପାଇଥିଲେ । ପରିବାର ଲୋକ ତାଙ୍କୁ ନୟାଗଡ ସହରରେ ଥିବା ଏକ କ୍ଲିନିକକୁ ଆଣିଥିଲେ । ସେଠାରେତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ହେଲେ ମା’ର ଚିକିତ୍ସାରେ ଅବହେଳାରୁ ଜୀବନ ଚାଲିଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ । ଉକ୍ତ କ୍ଲିନିକରେ ଝରଣାଙ୍କର ମୁତ୍ୟୁ ହୋଇଥିଲା । ହେଲେ ମୁତ୍ୟୁକୁ ଲୁଚାଇବାକୁ ଯାଇ କ୍ଲିନିକ୍ ମାଲିକ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ନେଇଥିଲେ । ଭୁବନେଶ୍ୱରରେ ଡାକ୍ତର ମୁତ୍ୟୁ ଘୋଷଣା କରିଥିଲେ । ଖାଲି ସେତକି ନୁହେଁ ଶୁଦ୍ଧିକ୍ରିୟା ପାଇଁ କ୍ଲିନିକ ମାଲିକ ୧୦ ହାଜର ଟଙ୍କା ବି ଦେଇଥିଲେ ।

ଏପଟେ ମା’ ନଥିବା ଶିଶୁକୁ ଲାଳନ ପାଳନ କରିବା ପାଇଁ ଚିନ୍ତାରେ ପଡିଯାଇଥିଲେ ପରିବାର ଲୋକ । ମା’ ଛେଉଣ୍ଡ ଛୁଆକୁ କିଭଳି ବଡ କରିବେ, କିଭଳି ତାର ଯତ୍ନ ନେବେ ଭାବୁ ଭାବୁ , ଏତିକି ବେଳେ ଅଣ୍ଟା ଭିଡ଼ିଥିଲେ ମୁରଲୀଙ୍କର ଭଉଣୀ ଓ ମା’ । ବହୁକଷ୍ଟରେ ପାଳନ କରି ଏବେ ଶିଶୁକୁ ୩ ବର୍ଷ ହେଲାଣି । କ୍ଲିନିକ୍ କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁ ଏଯାଏ ହୋଇପାରୁନାହିଁ ଜନ୍ମ ପ୍ରମାଣ ପତ୍ର । ଶିଶୁଟି ଅଙ୍ଗନବାଡି ଯାଇପାରୁନାହିଁ । ସରକାରଙ୍କ ସବୁ ସହାୟତାରୁ ସେ ବଂଚିତ ।

ମା’ର ମୃତ୍ୟୁ ପ୍ରମାଣ ପତ୍ର ଦେବାପାଇଁ କ୍ଲିନିକ ମାଲିକ ୮ ହଜାର ଟଙ୍କା ଲାଞ୍ଚ ନେଇଛନ୍ତି । ହେଲେ ଜନ୍ମ ପ୍ରମାଣ ପତ୍ର ମାଗିଲେ ବିଭିନ୍ନ ବାହାନା କରି ଖସିଯାଉଛନ୍ତି । ପରିବାର ଲୋକ ନୟାଗଡ଼ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏହି ଅଭିଯୋଗ ନେଇ ଭେଟିଥିଲେ । ନିର୍ବାଚନ ପରେ ପ୍ରମାଣ ପତ୍ର ମିଳିଯିବା ସହିତ ଏହି ଘଟଣାର ତଦନ୍ତ କରାଯିବ କହିଛନ୍ତି । ଏପଟେ ଉକ୍ତ କ୍ଲିନିକ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ । ତେବେ ଯଦି ଏହି ଘଟଣା ସତ ତାହା ହେଲେ ଏହା ଏକ ସାଙ୍ଘାତିକ ଘଟଣା । ଏ ଘଟଣାରେ ଯିଏ ଦୋଷୀ ତା ବିରୋଧରେ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରାଯିବା ନିହାତୀ ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.