Below header

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ନକଲି ଭିଡିଓ ମାମଲା: ତେଲଙ୍ଗାନା ସିଏମ୍‌ ରେଭନ୍ତ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସର ସମନ

ସୋସିଆଲ ମିଡିଆରେ ଭାଇରାଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ନକଲି ଭିଡିଓ ମାମଲାରେ ସୋମବାର ଦିଲ୍ଲୀ ପୋଲିସ ତେଲଙ୍ଗାନା ସିଏମ୍‌ ତଥା କଂଗ୍ରେସ ନେତା ରେଭନ୍ତ ରେଡ୍ଡୀଙ୍କୁ ସମନ ଜାରି କରିଛି ।

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସର ସମନ । ସୋସିଆଲ ମିଡିଆରେ ଭାଇରାଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ନକଲି ଭିଡିଓ ମାମଲାରେ ସୋମବାର ଦିଲ୍ଲୀ ପୋଲିସ ତେଲଙ୍ଗାନା ସିଏମ୍‌ ତଥା କଂଗ୍ରେସ ନେତା ରେଭନ୍ତ ରେଡ୍ଡୀଙ୍କୁ ସମନ ଜାରି କରିଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦିଲ୍ଲୀ ପୋଲିସ ସିଏମ୍‌ ରେଡ୍ଡୀଙ୍କୁ ସେ ବ୍ୟବହାର କରୁଥିବା ସମସ୍ତ ଇଲେକ୍ଟ୍ରୋନିକ୍‌ ଗ୍ୟାଜେଟ୍‌ ସହିତ ପଚରାଉଚରା କରିବ । ମେ’ ୧ରେ ତାଙ୍କୁ ହାଜର ହେବା ପାଇଁ କୁହାଯାଇଛି ।

ପ୍ରକାଶ ଯେ ଏହି ନକଲି ଭିଡିଓ ସେୟାର କରିଥିବା କଂଗ୍ରେସର କିଛି ନେତାଙ୍କ ସମେତ ଆଉ ପାଞ୍ଚ ଜଣଙ୍କୁ ମଧ୍ୟ ପୋଲିସ ତଲବ କରିବ । କହି ରଖୁଛୁ, ଗୃହ ମନ୍ତ୍ରଣାଳୟ ଏବଂ ବିଜେପିର ଅଭିଯୋଗ ପରେ ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ପୋଲିସ ଏ ସମ୍ବନ୍ଧରେ ମାମଲା ରୁଜୁ କରିଥିଲା । ସ୍ପେଶାଲ୍ ସେଲ୍ ଆଇପିସିର ବିଭିନ୍ନ ଧାରା ଏବଂ ଆଇଟି ଆକ୍ଟର ନିୟମ ଅନୁଯାୟୀ ଏଫ୍‌ଆଇଆର୍‌ ପଞ୍ଜିକୃତ କରିଛି ।

ପୋଲିସ ଏକ ନୋଟିସ୍ ପଠାଇ ତେଲଙ୍ଗାନା ସିଏମଙ୍କୁ ନିଜ ମୋବାଇଲ୍ ଫୋନ୍ ସାଥିରେ ଆଣିବାକୁ କହିଛି । ବର୍ତ୍ତମାନ ଦିଲ୍ଲୀ ପୋଲିସ ଟିମ୍‌ ହାଇଦ୍ରାବାଦରେ ଅଛି । ଏହି ମାମଲାରେ ଆଉ ୫ ଜଣଙ୍କୁ ନୋଟିସ୍ କରାଯିବ, ଯେଉଁମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏଡିଟେଡ୍‌ ଭିଡିଓ ସେୟାର କରିଥିଲେ । ସମସ୍ତ ବ୍ୟକ୍ତି ତେଲେଙ୍ଗାନାର ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ ଲୋକସଭା ନିର୍ବାଚନ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭାଷଣର ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍‌ ମାଲବୀୟ ଏହି ଭିଡିଓକୁ ନେଇ ତେଲେଙ୍ଗାନା କଂଗ୍ରେସକୁ କଡ଼ା ଟାର୍ଗେଟ କରିଛନ୍ତି । ସେ ‘X’ରେ ଏ ନେଇ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ତେଲେଙ୍ଗାନା କଂଗ୍ରେସ ସୋସିଆଲ ମିଡିଆରେ ଏକ ଏଡିଟେଡ୍‌ ଭିଡିଓ ସେୟାର କରିଛି । ଏହା ସମ୍ପୂର୍ଣ୍ଣ ନକଲି ଏବଂ ଏହାଦ୍ୱାରା ହିଂସା ହେବାର ସମ୍ଭାବନା ରହିଛି’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.