Below header

ଅପରାହ୍ନ ସାଢ଼େ ଦୁଇଟା ସୁଦ୍ଧା ୪୩ ଡିଗ୍ରୀ ତାପମାତ୍ରା ସହ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର

ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ଅସମ୍ଭାଳ ଖରାରେ ଆଉଟୁପାଉଟୁ ଜନଜୀବନ। ୩ ଦିନ ଆକାଶରୁ ବର୍ଷିବ ଅଗ୍ନି ବର୍ଷା । ମେ ୧ ପର୍ଯ୍ୟନ୍ତ ପାଗରେ ହେବନି ପରିବର୍ତ୍ତନ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିବ। ଭୀଷଣ ଗ୍ରୀଷ୍ମ ଲହରୀ ନେଇ ଅନେକ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଭୁବନେଶ୍ୱର(କେନ୍ୟୁଜ୍‌): ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ଅସମ୍ଭାଳ ଖରାରେ ଆଉଟୁପାଉଟୁ ଜନଜୀବନ। ୩ ଦିନ ଆକାଶରୁ ବର୍ଷିବ ଅଗ୍ନି ବର୍ଷା । ମେ ୧ ପର୍ଯ୍ୟନ୍ତ ପାଗରେ ହେବନି ପରିବର୍ତ୍ତନ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିବ। ଭୀଷଣ ଗ୍ରୀଷ୍ମ ଲହରୀ ନେଇ ଅନେକ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଭୀଷଣ ଗ୍ରୀଷ୍ମ ଲହରୀ ନେଇ ୨୪ ଘଣ୍ଟାରେ୮ ଜିଲ୍ଲା ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କଟକ ଓ ନୟାଗଡ଼ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି।

ଗ୍ରୀଷ୍ମ ଲହରୀ ନେଇ ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ବି ତାତିରୁ ମିଳିବନି ନିସ୍ତାର। ଭୀଷଣ ଗ୍ରୀଷ୍ମ ଲହରୀ ନେଇ ୯ ଜିଲ୍ଲା ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳକୁ ରେଡ ୱାର୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ଗରମ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି। ରାଜ୍ୟକୁ କ୍ରମାଗତ ଭାବେ ଉତ୍ତରପଶ୍ଚିମ ଓ ପଶ୍ଚିମ ଦିଗରୁ ଉତ୍ତପ୍ତ ଶୁଷ୍କ ବାୟୁ ପ୍ରବାହ ଜାରି ରହିଛି। ଏହା ପ୍ରଭାବରେ ରାଜ୍ଯରେ ଅସ୍ବାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଇଛି।

ଆଗାମୀ ୪ରୁ ୫ଦିନ ଦିନ ଯାଏ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୬ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି। ତେବେ ୨ରୁ ୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ। ଏହା ଫଳରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି । ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ସାମୁଦ୍ରିକ ଝଡ଼ର ପ୍ରଭାବ ହେଲେବି ରାଜ୍ୟରେ ଉଷ୍ମ ଦିନ ଅନୁଭୂତ ହେବ । ୫ ତାରିଖ ବେଳକୁ କାଳବୈଶାଖୀ ର ଆଶଙ୍କା ରହିଛି।

ଅପରାହ୍ନ ସାଢ଼େ ଦୁଇଟା ସୁଦ୍ଧା ୪୩ ଡିଗ୍ରୀ ତାପମାତ୍ରା ସହ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର। ଝାରସୁଗୁଡ଼ାରେ ତାପମାତ୍ରା ୪୨.୮ ଡିଗ୍ରୀ ଥିବା ବେଳେ ସମ୍ୱଲପୁରରେ ୪୨.୬ ଡିଗ୍ରୀ ରହିଛି। ହୀରାକୁଦ ଓ ରାଉରକେଲାରେ ୪୧.୮ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି ବାଲେଶ୍ୱରରେ ୪୧.୪ ଡିଗ୍ରୀ ପାରଦ ଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୪୧.୩ ଡିଗ୍ରୀ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.