ଦିଲ୍ଲୀ ମଦ ଦୁର୍ନୀତି ମାମଲା : ମେ ୭ ପର୍ଯ୍ୟନ୍ତ ବଢିଲା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ କୋର୍ଟଙ୍କ ଝଟକା । କୋର୍ଟ ଏହି ମାମଲାରେ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ ୭ ପର୍ଯ୍ୟନ୍ତ ବଢାଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ବିଆରଏସ ନେତ୍ରୀ କେ କବିତାଙ୍କ ଭଳି ସିସୋଦିଆଙ୍କ ହେପାଜତ ଅବଧି ବଢ଼ାଇ ଦିଆଯାଇଛି।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ କୋର୍ଟଙ୍କ ଝଟକା । କୋର୍ଟ ଏହି ମାମଲାରେ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ ୭ ପର୍ଯ୍ୟନ୍ତ ବଢାଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ବିଆରଏସ ନେତ୍ରୀ କେ କବିତାଙ୍କ ଭଳି ସିସୋଦିଆଙ୍କ ହେପାଜତ ଅବଧି ବଢ଼ାଇ ଦିଆଯାଇଛି। ସିବିଆଇ ମାମଲାରେ ଚାର୍ଜଫ୍ରେମ ନ କର ଯାଚିକା ଉପରେ ରାଉସ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀକୁ ଜବାବ ମାଗିଛନ୍ତି ।

ବୁଧବାର ଦିନ ରାଉସ୍ ଆଭେନ୍ୟୁ କୋର୍ଟରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ବର୍ତ୍ତମାନ ଚାର୍ଜ ଫ୍ରେମ ନକରିବାକୁ ସିବିଆଇ ଆବେଦନ କରିଥିଲା । ଏଭଳି ଆବେଦନ ପଛର କାରଣ କ’ଣ ବୋଲି କୋର୍ଟ ଉତ୍ତର ମାଗିବା ସହ ସିସୋଦିଆଙ୍କ ହେପାଜତ ଅବଧି ବଢ଼ାଇ ଦେଇଥିବା ଜଣାପଡ଼ିଛି ।

କୋର୍ଟ ଶୁଣାଣି ସମୟରେ ମନୀଷ ସିସୋଦିଆଙ୍କ ଓକିଲ କହିଛନ୍ତି, ଆମେ ରୁମ୍‌ରୁ ଯିବାକୁ ଚାହୁଁନଥିଲୁ । ତେଣୁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛୁ । ଏହାକୁ ନେଇ ଜଜ୍‌ କହିଛନ୍ତି, ପ୍ରଥମ ଥର ପାଇଁ ଏଭଳି ବ୍ୟବହାର ଦେଖୁଛୁ । ଆପଣ ଦଲିଲ ପୁରା ହେବା ପରେ ପରେ କୋର୍ଟ ବାହାରକୁ ଚାଲିଗଲେ ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ସିସୋଦିଆଙ୍କୁ ୨୬ ଫେବୃଆରୀରେ ଗିରଫ କରାଯାଇଥିଲା । ଏବ ସେ ତିହାର ଜେଲରେ ବନ୍ଦ ରହିଛନ୍ତି । ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ବଢାଇଛନ୍ତି ।

୨୦୨୧ ମାର୍ଚ୍ଚ ୨୨ରେ ମନୀଷ ସିସୋଦିଆ ନୂତନ ମଦ ନୀତି ଘୋଷଣା କରିଥିଲେ । ୨୦୨୧ ନଭେମ୍ବର ୧୭ରେ ନୂତନ ମଦ ନୀତି ଅର୍ଥାତ୍‌ ଏକ୍ସାଇଜ୍ ପଲିସି ୨୦୨୧-୨୨ ଲାଗୁ କରାଯାଇଥିଲା । ନୂତନ ନୀତି ଆସିବା ପରେ ସରକାର ମଦ ବ୍ୟବସାୟରୁ ବାହାରି ଆସିଥିଲେ ଏବଂ ପୂରା ମଦ ଦୋକାନ ଘରୋଇ ହାତକୁ ଚାଲିଯାଇଥିଲା । ଏହି ମାମଲାରେ କେଜ୍ରିଓ୍ଵାଲଙ୍କୁ ଇଡି ୨୧ ମାର୍ଚ୍ଚରେ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.