Below header

ଲିଭୁନି ଉତ୍ତରାଖଣ୍ଡ ଜଙ୍ଗଲର ନିଆଁ, ୫ ଜଣ ଜୀବନ୍ତ ଦଗ୍ଧ; ଜଳି ପାଉଁଶ ହେଲା ୧୧୦୦ ହେକ୍ଟର

ଜଳୁଛି ଜଙ୍ଗଲ, ଲିଭୁନି ନିଆଁ । ଉତ୍ତରାଖଣ୍ଡ ଜଙ୍ଗଲରେ ଲାଗିଥିବା ନିଆଁ ତା’ର କରାଳ ରୂପ ଧାରଣ କରିଛି । ଏହା ସଂସ୍ପର୍ଶରେ ଆସି ୫ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ହଜାର ହଜାର ପ୍ରାଣୀ ଜଳି ପାଉଁଶ ହୋଇଯାଇଛନ୍ତି ।

ଜଳୁଛି ଜଙ୍ଗଲ, ଲିଭୁନି ନିଆଁ । ଉତ୍ତରାଖଣ୍ଡ ଜଙ୍ଗଲରେ ଲାଗିଥିବା ନିଆଁ ତା’ର କରାଳ ରୂପ ଧାରଣ କରିଛି । ଏହା ସଂସ୍ପର୍ଶରେ ଆସି ୫ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ହଜାର ହଜାର ପ୍ରାଣୀ ଜଳି ପାଉଁଶ ହୋଇଯାଇଛନ୍ତି । ଏ ପର୍ଯ୍ୟନ୍ତ ପାଖାପାଖି ୧୧୦୦ ହେକ୍ଟର ଜଙ୍ଗଲ ନିଆଁ ମୁହଁକୁ ଚାଲିଯାଇଛି ।

ଉତ୍ତରାଖଣ୍ଡର ଅଲମୋଡ଼ା ଓ ବାଗେଶ୍ୱର ସମେତ ଅନେକ ଜିଲ୍ଲାରେ ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଛି । ଅଲମୋଡ଼ାରେ ଦିନକୁ ଦିନ ନିଆଁ ଉଗ୍ର ରୂପ ଧାରଣ କରୁଛି । ୧୨ରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଥିବା କୁହାଯାଉଛି । ଏହି ସମୟ ମଧ୍ୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମୁଖ୍ୟ ଶାସନ ସଚିବ ରାଧା ରତୁଡିଙ୍କୁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ଏକ ସପ୍ତାହର ନୋଟିସ ଦେଇ ଜଙ୍ଗଲ ନିଆଁକୁ ନିୟମିତ ତଦାରଖ ପାଇଁ ନିର୍ଦ୍ଦେଶ ଦେବାକୁ କହିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ମୁତାବକ, ଗତ ବର୍ଷ ନଭେମ୍ବର ୧ରୁ ଏ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ଜଙ୍ଗଲରେ ମୋଟ ୯୧୦ଟି ନିଆଁ ଲାଗିବା ଘଟଣା ଘଟିଛି । ପାଖାପାଖି ୧୧୪୫ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି । ଗତ ଶନିବାର ଜଙ୍ଗଲରେ ନିଆଁ ଲାଗିବା ଘଟଣା ସମ୍ପର୍କରେ ରାଜ୍ୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ଜଙ୍ଗଲରେ ନିଆଁ ଲାଗି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଙ୍ଗଲରୁ ବାହାରୁଥିବା ଧୂଆଁ ଯୋଗୁ ଲୋକମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ଜଙ୍ଗଲ ବିଭାଗର ତଥ୍ୟ ମୁତାବକ, ବନାଗ୍ନି ସଂସ୍ପର୍ଶରେ ଆସି ଉତ୍ତରକାଶୀ ବନ ଡିଭିଜନର ୧୯.୫ ହେକ୍ଟର ଜଙ୍ଗଲ ଜଳି ପାଉଁଶ ହୋଇଯାଇଛି ।

ଯଦିଓ ବର୍ତ୍ତମାନ ଆଶ୍ୱସ୍ତିକର କଥା ହେଉଛି କି, ରାଜ୍ୟରେ ମେ’ ୮ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ମେ’ ୧୧ରୁ ଏହା ଆହୁରି ବଢ଼ିପାରେ, ଯଦ୍ଦ୍ଵାରା ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାରେ ସାହାଯ୍ୟ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.