Below header

ମା’ ସାଜିଲା ରାକ୍ଷାସୁଣୀ, ସ୍ୱାମୀ ଉପରେ ରାଗି ପୁଅକୁ କୁମ୍ଭୀର ଭର୍ତ୍ତି ନଦୀକୁ ଫିଙ୍ଗି ଦେଲା

ସ୍ୱାମୀ ରାଗ ପୁଅ ଉପରେ ସୁଝାଇଲା ସ୍ତ୍ରୀ

ତୋ କୋଳରେ ଜନ୍ମ ହେଇ କି ଭୁଲ କରିଥିଲି…ତୁ ପା ମୋ ମାଆ, ତୋ କୋଳ ମୋ ପାଇଁ ପା ସବୁଠୁ ସୁରକ୍ଷିତ ସ୍ଥାନ ପୁଣି ତୁ କେମିତି ମୋ ସହ ଏମିତି କରିପାରିଲୁ ମାଆ । ତୁ ଚାହୁଁଥିବା ପୁଅ ଭଳି ମୁଁ ହେଲିନି ବୋଲି କଣ ତୋର ମୋ ପ୍ରତି ମମତା ଆସିଲାନି । ସେ ସ୍ନେହ ତୋତେ ଅଟକାଇଲାନି ଏମିତି କରିବାକୁ ?

ହଁ ଇଏ ଏକ ୬ ବର୍ଷ ଛୁଆର ବେଦନା । ଯାହାକୁ ତା ଜନ୍ମ କଲା ମାଆ ବିପଦରେ ପକାଇଛି । ଯେଉଁଥିପାଇଁ ଆଜି ତା ଜୀବନ ଯାଇଛି । ସ୍ୱାମୀ ଝଗଡ଼ା କରିବାରୁ ୬ ବର୍ଷର ଭିନ୍ନକ୍ଷମ ପୁଅକୁ କୁମ୍ଭୀର ଭର୍ତ୍ତି ନଦୀକୁ ଫିଙ୍ଗି ଦେଇଛି ଏ ମାଆଟି। ଦୁଇ ଦିନ ଖୋଜାଖୋଜି କରିବା ପରେ ଶେଷରେ ହାତ ନଥିବା ମୃତ ଶରୀର ଉଦ୍ଧାର କରିଛି ପୁଲିସ। କୁମ୍ଭୀର କାମୁଡାରେ ଛୁଆଟିର ଅବସ୍ଥା ଏପରି ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।

କର୍ଣ୍ଣାଟକର ଦଣ୍ଡେଲି ତାଲୁକ ଅଞ୍ଚଳରେ ଘଟିଛି ଏପରି ଏକ ହୃଦୟବିଦାରକ ଘଟଣା । ପୁଲିସ କହିବା ଅନୁସାରେ, ମୃତ ପୁଅଟି ଜନ୍ମରୁ ମୂକ। ସେ କଥା କହିପାରୁନଥିବାରୁ ସ୍ୱାମୀ ରବି କୁମାର ଓ ସ୍ତ୍ରୀ ସାବିତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ପୁଅ ବିନୋଦର ଶୁଣିବା ଓ କହିବାରେ ସମସ୍ୟା ଥିବାରୁ ପତି-ପତ୍ନୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏପରିକି ଏହି ଘଟଣାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବି ବାରମ୍ବାର ପାଟିତୁଣ୍ଡ ହେଉଥିଲା। ଏଥିପାଇଁ ରବି ସାବିତ୍ରୀଙ୍କୁ ଦାୟୀ କରି ଆସୁଥିଲେ।

ସେ କାହିଁକି ମୂକ ପୁଅକୁ ଜନ୍ମ ଦେଲେ ବୋଲି ରବି ସର୍ବଦା ସାବିତ୍ରୀଙ୍କ ସହ ଝଗଡ଼ା କରୁଥିଲେ। ଘଟଣା ଘଟିବା ଦିନ ତୀବ୍ର ଯୁକ୍ତିତର୍କ ପରେ ସାବିତ୍ରୀ ରାତି ପ୍ରାୟ ୯ଟା ସମୟରେ ବିନୋଦକୁ ଏକ କେନାଲରେ ଫିଙ୍ଗିଥିଲେ। ଏହି କେନାଲଟି କୁମ୍ଭୀର ରହୁଥିବା କାଳୀ ନଦୀକୁ ସଂଯୋଗ କରେ। ପୁଲିସ ଏବଂ ଅଗ୍ନିଶମ ବାହିନୀର ବହୁ ଉଦ୍ୟମ ସତ୍ତ୍ବେ ବି ଶନିବାର ରାତିରେ ବିନୋଦର ମୃତଦେହ ମିଳିପାରିନଥିଲା। ରବିବାର ସକାଳେ ସର୍ଚ୍ଚ ଟିମ୍ ଶିଶୁଟିର ମୃତଦେହକୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ଶିଶୁଟିର ଶରୀରରେ ଗଭୀର ଆଘାତ ଏବଂ କାମୁଡ଼ା ଚିହ୍ନ ଥିବା ଜଣାପଡିଛି।

ଜଣେ ଗୃହ ସହାୟିକା ଭାବରେ କାର୍ଯ୍ୟ କରୁଥିବା ସାବିତ୍ରୀ ଏବଂ ରବି କୁମାର କୋର୍ଟରେ ହାଜର ହେବା ପରେ ସେମାନଙ୍କୁ ୧୪ ଦିନଆ ହେପାଜଜରେ ପଠାଯାଇଛି। ଉଭୟଙ୍କ ବିରୁଦ୍ଧରେ ଧାରା ୧୦୯ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି। ତେବେ କ୍ୟାମେରା ସାମ୍ନାରେ ସାବିତ୍ରୀ ତାଙ୍କ ସ୍ୱାମୀ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବାର ଅଭିଯୋଗ କରିଛନ୍ତି ଏବଂ ପୁଅର ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.