ତାପମାତ୍ରା କେତେ ଥିଲେ ଘୋଷଣା କରାଯାଏ ହିଟୱେଭ, ଜାଣନ୍ତୁ Heatwave କଣ?

କଣ ଆପଣ ଜାଣିଛନ୍ତି ଏହି ହିଟୱେଭ କଣ । ଆପଣ ତ ଏହି ନାଁ ବହୁତ ଶୁଣିଥିବେ କିନ୍ତୁ କେବେ ଭାବିଛନ୍ତି କି ବାସ୍ତବରେ ଏହି ହିଟୱେଭ କଣ? ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ମନରେ ଆସୁଥିବା ଏହି ପ୍ରଶ୍ନର ଉତ୍ତର ।

ଏବେ ଯେଉଁ ଗରମ ହେଉଛି ଲୋକଙ୍କ ହାଲ ଏକଦମ୍‌ ବେହାଲ ହୋଇଗଲାଣି । ଭାରତରେ ଅନେକ ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏବେ ତ ଅନେକ ରାଜ୍ୟରେ ହିଟୱେଭ ଚେତାବନୀ ଦିଆଯାଇଛି । ଏମିତିରେ କଣ ଆପଣ ଜାଣିଛନ୍ତି ଏହି ହିଟୱେଭ କଣ । ଆପଣ ତ ଏହି ନାଁ ବହୁତ ଶୁଣିଥିବେ କିନ୍ତୁ କେବେ ଭାବିଛନ୍ତି କି ବାସ୍ତବରେ ଏହି ହିଟୱେଭ କଣ? ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ମନରେ ଆସୁଥିବା ଏହି ପ୍ରଶ୍ନର ଉତ୍ତର ।

ସାଧାରଣତଃ ପ୍ରଚଣ୍ଡ ଗରମକୁ ଲୁ କୁହାଯାଏ । ଏହି ସ୍ଥିତି ବିଶେଷ କରି ଉଚ୍ଚ ତାପମାତ୍ରା ଯେମିତିକି ମାର୍ଚ୍ଚ ରୁ ଜୁନ ଭିତରେ ହୋଇଥାଏ । ଯାହା ମଣିଷର ଜୀବନ ପାଇଁ ବହୁତ ବିପଦପୂର୍ଣ୍ଣ ହୋଇପାରେ । ଗରମ ତାପରେ ଜୀବନ ଏକଦମ ବ୍ୟତିବ୍ୟସ୍ତ ହୋଇପଡେ । ତେବେ ଏବେ ପ୍ରଶ୍ନ ଯେ ଏହା କେମିତି ଧାର୍ଯ୍ୟ କରାଯାଏ ଯେ ଲୁ ଅଛି ନା ନାହିଁ । ତାହେଲେ କହିବାକୁ ଚାହିଁବୁ ଯେ ଅଲଗା ଅଲଗା ଦେଶରେ ଲୁ ର ଟେକ୍ନୋଲୋଜି ପରିଭାଷାକୁ ନେଇ ଅଲଗା ଅଲଗା ମାନକ ରହିଛି ।

ଭାରତୀୟ ପାଣିପାଗ ବିଭାଗ ହିଟୱେଭର ଆଲର୍ଟ ଜାରୀ କରିବା ସମୟରେ ପାହାଡିଆ ଏବଂ ସମତଳ ଅଞ୍ଚଳରେ ଅଲଗା ଅଲଗା ମାପଦଣ୍ଡ ଧାର୍ଯ୍ୟ କରାଯାଏ ।

ଯେତେବେଳେ ସମତଳ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ହୋଇଥାଏ ସେତେବେଳେ ଆଇଏମଡି ତାକୁ ହିଟୱେଭ ଘୋଷଣା କରିଦିଅନ୍ତି । ଠିକ ସେହିଭଳି ହିଲ୍‌ ଷ୍ଟେସନରେ ୩୦ ଡିଗ୍ରୀ ସେଲସିୟସ କିମ୍ବା ତାପମାତ୍ରା ତାଠାରୁ ଅଧିକ ହେଲେ ତାକୁ ଲୁ ଘୋଷଣା କରିଦିଆଯାଏ ।

ଆଇଏମଡି ପାଖରେ ସଫେର୍ସ ଅବଜର୍ବେଟରୀର ଏକ ବଡ ନେଟଓ୍ଵାର୍କ ରହିଛି ଯାହା ପୂରା ଦେଶର ଭିବିନ୍ନ ମେଟ୍ରୋ ଲୋଜିକାଲ ପାରାମିଟରକୁ ମାପିବାର ସକ୍ଷମ ରଖିଛି । ଏହା ଜରିଆରେ ଦେଶର ତାପମାତ୍ରା, ଚାପ, ପବନ, ଗତି ଏବଂ ଦିଗ ଭଳି ଜିନିଷକୁ ମପା ଯାଇପାରିବ ।

ଯଦି କୌଣସି ଅଞ୍ଚଳରେ ସାମାନ୍ୟରୁ ଅଧିକ ତାପମାତ୍ରା ୪୦ ଡିଗ୍ରର ସେଲସିୟସରୁ ଅଧିକ ରହିଥାଏ ତାହେଲେ ହିଟୱେଭ ସ୍ଥିତି ସେତେବେଳେ ହୋଇଥାଏ । ଆଉ ଯେତେବେଳେ ତାପମାତ୍ରା ସାମାନ୍ୟ ଅଧିକତମ ତାପମାତ୍ରାରୁ ୪ଡିଗ୍ରୀ ସେଲସିୟସରୁ-୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିଯାଇଥାଏ । ୬ଡିଗ୍ରୀ ସେଲସିୟସ କିମ୍ବା ତାଠାରୁ ଅଧିକ ତାପମାତ୍ରା ଥିଲେ ସେତେବେଳେ ଗମ୍ଭୀର ହିଟ୍‌ ୱେଭର ଘୋଷଣା କରିଦିଆଯାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.