Below header

ତାତିରେ ସ୍ଥିତି ଅସମ୍ଭାଳ, ସକାଳ ୧୧ଟା ୩୦ ସୁଦ୍ଧା ବାଲେଶ୍ବର ୪୧.୪ ଡିଗ୍ରୀ ତାପମାତ୍ରା

ସକାଳ ୧୧ଟା ୩୦ ସୁଦ୍ଧା ବାଲେଶ୍ବର ୪୧.୪ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର । କେନ୍ଦୁଝରରେ ୪୧ ଡିଗ୍ରୀ ଥିବା ବେଳେ ଭୁବନେଶ୍ବରରେ ୪୦.୪ ଡିଗ୍ରୀ ପାରଦ ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି । ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଜଳୁଥିବା ବେଳେ କିଛି କିଛି ଜାଗାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଅଧିକାଂଶ ସହରରେ ତାପମାତ୍ରା ୪୨ ଡିଗ୍ରୀ ଟପିଥିବା ବେଳେ ତାପମାତ୍ରା ସ୍ୱାଭାବିକ ତୁୁଳନାରେ ୪-୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି । ସକାଳ ୧୧ଟା ୩୦ ସୁଦ୍ଧା ବାଲେଶ୍ବର ୪୧.୪ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର । କେନ୍ଦୁଝରରେ ୪୧ ଡିଗ୍ରୀ ଥିବା ବେଳେ ଭୁବନେଶ୍ବରରେ ୪୦.୪ ଡିଗ୍ରୀ ପାରଦ ରହିଛି । ଝାରସୁଗୁଡ଼ାରେ ୩୯.୮ ଡିଗ୍ରୀ ପାରଦ ଥିବା ବେଳେ ହୀରାକୁଦରେ ୩୯ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି । ରାଉରକେଲାରେ ୩୯ ଡିଗ୍ରୀ ଥିବା ବେଳେ ସମ୍ବଲପୁରରେ ପାରଦ ୩୮.୬ ଡିଗ୍ରୀ ରହିଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ରାଜ୍ୟକୁ ଶୁଷ୍କ ଓ ଗରମ ବାୟୁର ପ୍ରବାହ ହେତୁ ଆସନ୍ତା ୨୪ ଘଣ୍ଟାରେ ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଏହାଦ୍ୱାରା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୪-୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ । ଏଭଳି ସ୍ଥିତି ଆଗକୁ ଜାରି ରହିବା ସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଗ୍ରୀଷ୍ମ ପ୍ରବାହ ଭଳି ସ୍ଥିତି ସୃଷ୍ଟି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.